ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶାଶୁ-ଶ୍ୱଶୁର ଅଟକ

Madhusudan Das Picture
Published On

ବାରିପଦା: ଶାଶୁଘର ବାରଣ୍ଡାରୁ ନବବଧୂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ତେବେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ନେଇ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର କ୍ଷିତୀଶ ପାତ୍ରଙ୍କ ପତ୍ନୀ ଲିଜାରାଣୀ ପାତ୍ର । ବାପଘର ଲୋକଙ୍କ ଅଭିଯୋଗ କ୍ରମେ ଝାରପୋଖରିଆ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଗର୍ଜିଲେ ଅନଲାଇନ୍ ଗାଡ଼ି ଡ୍ରାଇଭର: ଆନ୍ଦୋଳନବେଳେ ପୋଲିସ ସହ ଧସ୍ତାଧସ୍ତି, ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରିସ୍ଥିତି

ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତି ସନ୍ଦେହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳୁଥିବା ବେଳେ ମୃତକଙ୍କ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ରୂପେ ଯୌତୁକଜନିତ ଯୋଜନାବଦ୍ଧ ହତ୍ୟା ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପା ଦେବେନ୍ଦ୍ର ନାଥ ଘୋଷ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ହିଁ ଶାଶୁଘର ଲୋକେ ଅଧିକ ଯୌତୁକ ବାବଦକୁ ନଗଦ ୧୦ ଲକ୍ଷ ଟଙ୍କା, ଗାଡ଼ି ଏବଂ ଦାମୀ ଆସବାବପତ୍ର ଦାବି କରି ଲିଜାରାଣୀଙ୍କ ଉପରେ କ୍ରମାଗତ ଭାବେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏହି ଘଟଣାକୁ ନେଇ ପୂର୍ବରୁ ଥାନା ପରିସରରେ ଆପୋଷ ବୁଝାମଣା ଓ ସମାଧାନ ମଧ୍ୟ ହୋଇଥିଲା। ତଥାପି ନିର୍ଯାତନା ଥମି ନ ଥିଲା ଏବଂ ଶେଷରେ ଯୌତୁକ ଦାବି ପୂରଣ ନ ହେବାରୁ ତାଙ୍କ ଝିଅକୁ ନିର୍ମମ ଭାବେ ହତ୍ୟା କରି ଫାଶୀରେ ଝୁଲାଇ ଦିଆଯାଇଛି ବୋଲି ସେ ଦୃଢ଼ ଦାବି କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ କ୍ଷିତୀଶଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

26 Aug 2026 By Madhusudan Das

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶାଶୁ-ଶ୍ୱଶୁର ଅଟକ

ବାରିପଦା: ଶାଶୁଘର ବାରଣ୍ଡାରୁ ନବବଧୂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ତେବେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ନେଇ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର କ୍ଷିତୀଶ ପାତ୍ରଙ୍କ ପତ୍ନୀ ଲିଜାରାଣୀ ପାତ୍ର । ବାପଘର ଲୋକଙ୍କ ଅଭିଯୋଗ କ୍ରମେ ଝାରପୋଖରିଆ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତି ସନ୍ଦେହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳୁଥିବା ବେଳେ ମୃତକଙ୍କ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ରୂପେ ଯୌତୁକଜନିତ ଯୋଜନାବଦ୍ଧ ହତ୍ୟା ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପା ଦେବେନ୍ଦ୍ର ନାଥ ଘୋଷ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ହିଁ ଶାଶୁଘର ଲୋକେ ଅଧିକ ଯୌତୁକ ବାବଦକୁ ନଗଦ ୧୦ ଲକ୍ଷ ଟଙ୍କା, ଗାଡ଼ି ଏବଂ ଦାମୀ ଆସବାବପତ୍ର ଦାବି କରି ଲିଜାରାଣୀଙ୍କ ଉପରେ କ୍ରମାଗତ ଭାବେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏହି ଘଟଣାକୁ ନେଇ ପୂର୍ବରୁ ଥାନା ପରିସରରେ ଆପୋଷ ବୁଝାମଣା ଓ ସମାଧାନ ମଧ୍ୟ ହୋଇଥିଲା। ତଥାପି ନିର୍ଯାତନା ଥମି ନ ଥିଲା ଏବଂ ଶେଷରେ ଯୌତୁକ ଦାବି ପୂରଣ ନ ହେବାରୁ ତାଙ୍କ ଝିଅକୁ ନିର୍ମମ ଭାବେ ହତ୍ୟା କରି ଫାଶୀରେ ଝୁଲାଇ ଦିଆଯାଇଛି ବୋଲି ସେ ଦୃଢ଼ ଦାବି କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ କ୍ଷିତୀଶଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର