ଶିକ୍ଷା ବଞ୍ଚାଅ ଆନ୍ଦୋଳନ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁରରେ ବିଜେଡିର ବିଶାଳ ରାଲି
ନବରଙ୍ଗପୁର: ଶୁକ୍ରବାର ଦିନ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନର ଅୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଚାମୁରିଆଗୁଡ଼ା ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନେତୃ ମଣ୍ଡଳ ଯୋଗ ଦେଇଥିଲେ। ୫ ହଜରରୁ ଅଧିକ ଜନସାଧାରଣ ଓ କର୍ମୀ ସ୍ୱତଃ ପ୍ରବୃତ୍ତ ଭାବେ ରାଲିରେ ସାମିଲ ହୋଇଥିଲେ। ରାଲିରେ ଯୁବବର୍ଗଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥିଲା।
ରାଲି ସହର ମଧ୍ୟ ଦେଇ ଅତିକ୍ରମ କରିଥିବା ବେଳେ ଜନସାଧାରଣ ମାନେ ହାତରେ ବିଭିନ୍ନ ଦାବି ଲେଖା ଥିବା ପ୍ଲାଗ କାର୍ଡ ଧରି ସରକାର ଏବଂ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୁଦ୍ଧରେ ନାରା ବାଜି କରି ଥିଲେ। ରାଲି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଥିଲା ଯୁବ ଛାତ୍ର ବିଜୁ ଜନତା ଦଳ। ନଚେତ ଆଗାମୀ ଦିନରେ ବିଧାନସଭା ଭିତରେ ବିଧାୟକ ମାନେ ପ୍ରତିବାଦ କରିବେ ଏବଂ ବାହାରେ ବିଜେଡି କର୍ମୀ, ଯୁବ ଛାତ୍ର ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଜିଲ୍ଲା ବିଜେଡି।
ବିଜେଡ଼ି ଜିଲ୍ଲା ସଭାପତି ତଥା ଡାବୁଗାଁ ବିଧାୟକ ମନହୋର ରନ୍ଧାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ସୁବାଷ ଗଣ୍ଡ ଏବଂ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ରାଜ୍ୟ ବିଜେଡ଼ି ଯୁବ ସଭାପତି ଚିନ୍ମୟ କୁମାର ସାହୁ, ରାଜ୍ୟ ବିଜେଡ଼ି ଛାତ୍ର ସଭାପତି ଇପସିତା ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଅରୁଣ କୁମାର ମିଶ୍ର , ଜିଲ୍ଲା ଯୁବ ବିଜେଡ଼ିି ସଭାପତି ଗୁପ୍ତ ପ୍ରସାଦ ଝାଙ୍କର, ଜିଲ୍ଲା ଛାତ୍ର ବିଜେଡି ସଭାପତି ବାବୁଲ। ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ। ବିଜେଡ଼ି ରାଲିରେ ଯୋଗ ଦେବା ପାଇଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଗାଡ଼ିରେ ଆସୁଥିବା ଜନସାଧାରଣ ମାନଙ୍କୁ ଆର୍ଟିଓ ଏବଂ ପ୍ରଶାସନକୁ ଲଗାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା ବୋଲି ସେ ବକ୍ତବ୍ୟ ରଖିବା ସହ ବିଜେଡି ପ୍ରତି ସରକାରଙ୍କ ଏଭଳି ଡର ରହିବା ଦରକାର ବୋଲି କହିଥିଲେ। ନବରଙ୍ଗପୁର ଜିଲ୍ଲା ଶହୀଦ ମାଟି ଏଭଳି ଅଞ୍ଚଳର ପ୍ରତିନିଧିତ୍ୱ କରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷା ବ୍ୟବସ୍ଥାକୁ କଳୁଷିତ କରିବା ସହ ନବରଙ୍ଗପୁର ଜିଲ୍ଲାର ସୁନାମ ସମଗ୍ର ରାଜ୍ୟରେ ବଦନାମ କରିଛନ୍ତି। ୩୮୦ କୋଟି ଟଙ୍କାର ଦୁର୍ନୀତିରେ ୫୬ କୋଟି ଟଙ୍କା ଭାଗ ନେଇ ସେ ଶିକ୍ଷା ବ୍ୟବସ୍ଥାକୁ ବିପଥଗାମି କରି ବଦନାମ ହୋଇ ସାରିଛନ୍ତି। ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ନବରଙ୍ଗପୁର ଠାରୁ ଆରମ୍ଭ କରାଯାଇଥିବା ଏହି ଆନ୍ଦୋଳନକୁ ବିଧାନସଭା ପର୍ଯ୍ୟନ୍ତ ନେଇ ଇସ୍ତଫା ଦେବାକୁ ବାଧ୍ୟ କରାଯିବ ବୋଲି ଚେତାବନୀ ଦେଇଥିଲେ।
ଇପସିତା ସାହୁ ନିଜ ବକ୍ତବ୍ୟରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ନିନ୍ଦିତ ହୋଇଛି। ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକରେ ତୃଟିପୂର୍ଣ୍ଣ ତଥ୍ୟ ମୁଦ୍ରଣ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇଛି। ଭୁବନେଶ୍ୱର ଠାରେ ମନ୍ତ୍ରୀଙ୍କ ଆବାସିକ ଗୃହକୁ ଘେରାଉ କରାଯିବା ପରେ ସେ ତାଙ୍କ ଠିକଣା ବଦଳେଇ ଲୁଚି ବୁଲୁଛନ୍ତି। ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ତାଙ୍କର ଇସ୍ତଫା ନେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ସ୍ୱଷ୍ଟ କରିଥିଲେ। ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସମାଲୋଚନା କରିବା ଅବସରରେ ମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଉମରକୋଟ ଠାରେ ଅନ୍ୱେଷା ହଷ୍ଟେଲ ବନ୍ଦ କରି ମଦ ଦୋକାନ ଖୋଲିବା ପାଇଁ ପ୍ରୋତ୍ସାହିତ କରିଥିବା କହିଥିଲେ।
ପ୍ରଦୀପ ମାଝୀ ଉଦ୍ବୋଧନ ଦେଇ କହିଥିଲେ ଯେ, ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରାଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସେକ୍ରେଟିଏଟ ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାରେ ଛାତ୍ର ଛାତ୍ରୀମାନେ ଆହେତ୍ୟା କରି ଜୀବନ ହାରୁଛନ୍ତି। ଏହା ସତ୍ତେ୍ୱ ମନ୍ତ୍ରୀ ଚୁପ୍ ରହିଛନ୍ତି। ବିଧାୟକ ମନହୋର ରନ୍ଧାରୀ ସରକାରଙ୍କ ଶାସନ ବ୍ୟବସ୍ଥାକୁ ନେଇ ଆଦିବାସୀ ଭାଷାରେ କଟାକ୍ଷ କରିଥିଲେ। ସଭା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକାକୁ ଦାହ କରଯାଇଥିଲା। ଶେଷରେ ନେତୃମଣ୍ଡଳୀ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଜିଲ୍ଳାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ନୈତିକତା ଦୃଷ୍ଟିରୁ ଶ୍ରୀ ଗଣ୍ଡଙ୍କୁ ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି ଉଲ୍ଳେଖ ରହିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧିାୟକ ସୁବାସ ଗଣ୍ଡ, ଜିଲ୍ଲା ଛାତ୍ର ବିଜେଡି ସଭାପତି ବାବୁଲା ନୟକ, ପାପଡ଼ା ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, କାଉନସିଲର ନଗେନ୍ଦ୍ର ପଟ୍ଟନାୟକ, ନଗର ବିଜେଡ଼ି ସଭାପତି ପ୍ରମୋଦ କୁମାର ରଥ, ତାପସ ତ୍ରିପାଠୀ, ଭିମ ହରିଜନ, କୁନା ପାଢି, ସୁମିତ ପାଳ, ନିଳ ମାଧବ ପାତ୍ର, ଉତ୍ତମ ତ୍ରିପାଠୀ, ଧର୍ମେନ୍ଦ୍ର ଅଧିକାରୀ, ବଦ୍ରି ନାରାୟଣ ସିଂ, ନରସିଂହ ବେହେରାଙ୍କ ସମେତ ୫ ହଜାରରୁ ଅଧିକ ବିଜେଡି ନେତା ନେତ୍ରୀ ଏବଂ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।