ସୁପ୍ରିମକୋର୍ଟ ବିଚାରପତିଙ୍କ ନକଲ କରି ଜାମିନ ମାଗିବା ପଡ଼ିଲା ମହଙ୍ଗା, ମହାଠକ ସୁକେଶ ଚନ୍ଦ୍ରଶେଖର ଦୋଷୀ ସାବ୍ୟସ୍ତ
ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଆଉ ଏକ ମାମଲାର ରାୟ ପ୍ରକାଶ ପାଇଛି। ଜାମିନ ପାଇବା ପାଇଁ ସୁପ୍ରିମକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ପରିଚୟ ଦେଇ ତଳ କୋର୍ଟର ବିଚାରପତିଙ୍କୁ ଧମକାଇବା ମାମଲାରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଏହି ଘଟଣାକୁ ସମାଲୋଚନା କରି କହିଛନ୍ତି ଯେ, ଅଭିଯୁକ୍ତ କେବଳ ନିଜ ସୀମା ପାର୍ କରିନାହାନ୍ତି, ବରଂ ବହୁ ଦୂରକୁ ଡେଇଁ ପଡ଼ିଛନ୍ତି।
କ’ଣ ଥିଲା ପୂରା ମାମଲା?
ଏହି ଘଟଣାଟି ୨୦୧୭ ମସିହା ଏପ୍ରିଲ ମାସର। ସେତେବେଳେ ସୁକେଶ ଚନ୍ଦ୍ରଶେଖର ଏକ ଦୁର୍ନୀତି ମାମଲାରେ ପୋଲିସ ହେପାଜତରେ ଥିଲେ। ଏହି ମାମଲାର ଶୁଣାଣି ସ୍ୱତନ୍ତ୍ର ବିଚାରପତି ପୁନମ ଚୌଧୁରୀ କରୁଥିଲେ। ଅଭିଯୋଗ ଅନୁଯାୟୀ, ସୁକେଶ ଜଣେ କନେଷ୍ଟବଳ ମନଜୀତଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ବିଚାରପତିଙ୍କ ସରକାରୀ ଲ୍ୟାଣ୍ଡଲାଇନ୍ ଏବଂ ବ୍ୟକ୍ତିଗତ ମୋବାଇଲ୍ ନମ୍ବରକୁ କଲ୍ କରିଥିଲେ। ପ୍ରଥମେ କଲ୍ କରିଥିବା ବ୍ୟକ୍ତି ନିଜକୁ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ବ୍ୟକ୍ତିଗତ ସଚିବ ଭାବରେ ପରିଚୟ ଦେଇଥିଲେ। ପରେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ସୁପ୍ରିମକୋର୍ଟର ବିଚାରପତି କହି କଥା ହୋଇଥିଲେ। ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ସୁପ୍ରିମକୋର୍ଟ କଲେଜିୟମ ତରଫରୁ କଲ୍ କରୁଥିବା କହି ସୁକେଶଙ୍କୁ ତୁରନ୍ତ ଅନ୍ତରୀଣ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କଥା ନମାନିଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଇଥିଲେ।
କୋର୍ଟଙ୍କ କଡ଼ା ଟିପ୍ପଣୀ ଏବଂ ରାୟ
ତିସ୍ ହଜାରୀ କୋର୍ଟର ମୁଖ୍ୟ ବିଚାରପତି ହର୍ଷିତା ମିଶ୍ର ଏହି ମାମଲାର ଶୁଣାଣି କରି ସୁକେଶ ଚନ୍ଦ୍ରଶେଖରଙ୍କୁ ଭାରତୀୟ ପିଙ୍ଗଳ ବିଧି (ଆଇପିସି)ର ଧାରା ୧୭୦ (ସରକାରୀ କର୍ମଚାରୀଙ୍କ ନକଲ କରିବା), ୧୮୯ (ସରକାରୀ କର୍ମଚାରୀଙ୍କୁ ଧମକ ଦେବା) ଏବଂ ୫୦୭ (ଅଜ୍ଞାତ ଯୋଗାଯୋଗ ମାଧ୍ୟମରେ ଅପରାଧିକ ଧମକ) ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ନିଜ ରାୟରେ କହିଛନ୍ତି ଯେ ଏହା ଏକ "ଅଜବ ନାଟକୀୟ ଘଟଣା", ଯେଉଁଥିରେ ଅଭିଯୁକ୍ତ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ।
ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୁକେଶ
ଅନ୍ୟପକ୍ଷରେ ତଳ କୋର୍ଟଙ୍କ ଏହି ରାୟ ବିରୋଧରେ ସୁକେଶ ଏବେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଓକିଲ ଅନନ୍ତ ମଲ୍ଲିକ କହିଛନ୍ତି ଯେ, ସେମାନେ ନ୍ୟାୟପୂର୍ଣ୍ଣ ବିଚାର ପାଇନାହାନ୍ତି ଏବଂ ତାଙ୍କ ବିରୋଧରେ ଦିଆଯାଇଥିବା ଟିପ୍ପଣୀଗୁଡ଼ିକୁ ହଟାଇବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ତେବେ ତଳ କୋର୍ଟ ଉକ୍ତ ଘଟଣାରେ କନେଷ୍ଟବଳ ମନଜୀତଙ୍କ ଭୂମିକାକୁ ନେଇ ପୁଣିଥରେ ତଦନ୍ତ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।