ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍: ମୋଟ ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଆଜି ଆଉ ୨ଟି ଗେଟ୍ ଖୋଲିଛନ୍ତି। ଫଳରେ ବର୍ତ୍ତମାନ ମୋଟ୍ ୧୭ଟି ଗେଟ୍ ଦେଇ ଜଳାଶୟରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମର ବାମ ପାର୍ଶ୍ୱରେ ଥିବା ୧୧ଟି ଗେଟ୍ ଏବଂ ଡାହାଣ ପାର୍ଶ୍ୱରେ ଥିବା ୬ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି। ପୂର୍ବରୁ ବନ୍ୟାଜଳ ନିଷ୍କାସନ ପାଇଁ ୧୫ଟି ଗେଟ୍ ଖୋଲାଯାଇଥିଲା।
ଆହୁରି ପଢ଼ନ୍ତୁ: ବୋଲେରୋର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ; ୨୧୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ନଦୀବନ୍ଧର ତଳମୁଣ୍ଡରେ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡ଼ିକୁ ଖୋଲାଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ହୀରାକୁଦ ଜଳାଶୟର ଜଳସ୍ତର ଏବେ ୬୨୦.୧୭ ଫୁଟ୍ ରହିଛି। ବର୍ତ୍ତମାନ ଜଳାଶୟ ମଧ୍ୟକୁ ପ୍ରତି ସେକେଣ୍ଡରେ ୩,୭୭,୦୮୧ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ସେହି ସମୟରେ ୨,୬୮,୮୮୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ଆହୁରି ପଢ଼ନ୍ତୁ: ବିଜେଡି ମିଡିଆ ସେଲ୍ର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ






