ମନୋରଞ୍ଜନ
ଓଡ଼ିଶା
୧୫ କିମି ବେଗରେ ଆଗକୁ ଆଗକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା 'ମୋନ୍ଥା', କାକିନାଡ଼ା ଠାରୁ ୧୫୦ କିମି ଦୂରରେ ...
ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ମୋନ୍ଥା ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଆଜି ଦିନ ୨ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗୋପାଳପୁର ଠାରୁ ୪୮୦ କିମି କିମି ଦୂରରେ ରହିଥିବାବେଳେ ମଛଲିପଟନମ ଠାରୁ ୭୦ କିମି ଓ କାକିନାଡ଼ା ଠାରୁ ୧୫୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଉପକୂଳ ନିକଟତର ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ ।






