ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

Madhusudan Das Picture
Published On

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ର ମାତୃ ଓ ଶିଶୁ ବିଭାଗରେ ଚିକିତ୍ସା ଅବହେଳା କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ମୃତକଙ୍କ ପରିବାର ଏବଂ ହସ୍ପିଟାଲ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ମାରପିଟ୍ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି କଣ୍ଟାବାଞ୍ଜି ଅଞ୍ଚଳର ଆଶ୍ରମପଡ଼ା ନିବାସୀ ମଞ୍ଜୁଲତା ବେହେରା। 

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା: ୧୨ଟି ସ୍ଥାନରେ ଇଡିର ଚଢ଼ାଉ, କର୍ପୋରେଟ୍ ରାକେଟ୍ ଠାବ

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୩ ଦିନ ପୂର୍ବେ ମଞ୍ଜୁଲତା ବେହେରାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା କରିବା ପରେ ଗର୍ଭରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ପରବର୍ତ୍ତୀ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ସେଠାରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ସରିଲା ଛାତ୍ର ସଂସଦ ନିର୍ବାଚନ: ୮ ବର୍ଷ ପରେ ମତଦାନ, ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଭୋଟିଂ

ବଲାଙ୍ଗୀର ଡିଏଚଏଚରେ ପହଞ୍ଚିବା ପରେ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦିଆଯାଇନଥିଲା ବୋଲି ପରିବାର ସଦସ୍ୟମାନେ ଦୃଢ଼ ଅଭିଯୋଗ କରିଛନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ମହିଳାଙ୍କର ମୃତ୍ୟୁ ଘଟିବା ପରେ ଡାକ୍ତରଖାନାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନ୍ୟାୟ ଦାବି କରି ପରିବାର ଲୋକେ ଡାକ୍ତରଖାନା ବାହାରେ ମୃତଦେହ ରଖି ଧାରଣାରେ ବସିଥିଲେ। ଖବର ପାଇ ବଲାଙ୍ଗୀର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତକ୍ଷିପ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଜି ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ; ଲୋକପ୍ରିୟତାର ସଂଜ୍ଞା, ଜନ ନାୟକର ପରିଭାଷା ସବୁ ନବୀନଙ୍କ ଭିତରେ ସମାହିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର