ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ, ୩ ଦିନରେ ବୃଦ୍ଧି ହେବ ଦରମା

The Sakala Picture
Published On

ଭୁବନେଶ୍ବର: ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ବିଭିନ୍ନ ଦାବି ନେଇ କାଲି ଠାରୁ ଆନ୍ଦୋଳନ କରିଆସୁଥିବା ହଜାର ହଜାର କର୍ମଚାରୀ ଆଜି ବିଏମସି ଅଫିସ ଘେରାଉ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି କମିଶନର ଓ ମେୟରଙ୍କ ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ସଫେଇ କର୍ମଚାରୀମାନଙ୍କର ଦୁଇଟି ଦାବି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଶେଷରେ ସରକାର ସଫେଇ କର୍ମଚାରୀମାନଙ୍କ ଦାବି ମାନିନେଇଥିଲେ । ୩ […]

ଭୁବନେଶ୍ବର: ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ବିଭିନ୍ନ ଦାବି ନେଇ କାଲି ଠାରୁ ଆନ୍ଦୋଳନ କରିଆସୁଥିବା ହଜାର ହଜାର କର୍ମଚାରୀ ଆଜି ବିଏମସି ଅଫିସ ଘେରାଉ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି କମିଶନର ଓ ମେୟରଙ୍କ ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସଫେଇ କର୍ମଚାରୀମାନଙ୍କର ଦୁଇଟି ଦାବି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଶେଷରେ ସରକାର ସଫେଇ କର୍ମଚାରୀମାନଙ୍କ ଦାବି ମାନିନେଇଥିଲେ । ୩ ଦିନ ଭିତରେ ସବୁ ସଫେଇ କର୍ମଚାରୀମାନଙ୍କର ଦରମା ବୃଦ୍ଧି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଏହାପରେ ଆଜିଠାରୁ ସଫେଇ କର୍ମଚାରୀ ସଫେଇ କାମରେ ଯୋଗଦେବେ ବୋଲି କହିଛନ୍ତି । ୧୫ ଦିନ ପର୍ଯ୍ୟନ୍ତ ସଫେଇ କର୍ମଚାରୀମାନେ ଅଳିଆ ବାଛିବା ପାଇଁ ସହଯୋଗ କରିବା ନେଇ ବୈଠକରେ ସ୍ଥିର ହୋଇଛି। ବୈଠକ ଶେଷ ହେବା ପରେ ସଫେଇ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଏମସି କମିଶନର ଓ ମେୟରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର