ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କଲା ରୁଷ : ନୂଆଦିଲ୍ଲୀ ସ୍ଥିତ ରୁଷ ଦୂତାବାସରେ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ

The Sakala Picture
Published On

ନୂଆଦିଲ୍ଲୀ : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସେନା ବିରୋଧରେ ତତ୍‌କାଳୀନ ସୋଭିଏତ ୟୁନିୟନ (ବର୍ତ୍ତମାନର ରୁଷ) ବିଜୟର ଅଶୀତମ ବାର୍ଷିକୀ ଉତ୍ସବ ୯ ତାରିଖରେ ପାଳନ ପୂର୍ବରୁ ଆଜି ନୂଆଦିଲ୍ଲୀରେ ରୁଷ ଦୂତାବାସରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ। ଏହି ସ୍ୱତନ୍ତ୍ର ଉତ୍ସବରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂର୍ବରୁ […]

ନୂଆଦିଲ୍ଲୀ : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସେନା ବିରୋଧରେ ତତ୍‌କାଳୀନ ସୋଭିଏତ ୟୁନିୟନ (ବର୍ତ୍ତମାନର ରୁଷ) ବିଜୟର ଅଶୀତମ ବାର୍ଷିକୀ ଉତ୍ସବ ୯ ତାରିଖରେ ପାଳନ ପୂର୍ବରୁ ଆଜି ନୂଆଦିଲ୍ଲୀରେ ରୁଷ ଦୂତାବାସରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ। ଏହି ସ୍ୱତନ୍ତ୍ର ଉତ୍ସବରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଏୟାରପୋର୍ଟରୁ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଆହୁରି ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ବଡ଼ ସଫଳତା: ନୂଆପଡ଼ା ନିକଟ ପାଟଧରା ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୁଷର ରାଷ୍ଟ୍ରଦୂତ ଡାନିସ୍ ଆଲିପୋଭ ନବୀନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣ ରକ୍ଷା କରି ଗତକାଲିଠୁ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ମହାକାଳପଡ଼ା BDO ଓ IICଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅସୀମ ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କରି ଷ୍ଟାଲିନ୍‌ଗ୍ରାଡ଼୍‌ ଅଭିଯାନରେ ସାମିଲ ହୋଇ ଅବରୁଦ୍ଧ ଲାଲ ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ରୁଷ ବିଜୟକୁ ସୁଗମ କରିଥିବାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ରୁଷ ସରକାର ୯ ତାରିଖରେ ପ୍ରଦାନ କରିବେ ମରଣୋତ୍ତର ସମ୍ମାନ। ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବେ।

07 May 2025 By The Sakala

ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କଲା ରୁଷ : ନୂଆଦିଲ୍ଲୀ ସ୍ଥିତ ରୁଷ ଦୂତାବାସରେ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ

ନୂଆଦିଲ୍ଲୀ : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସେନା ବିରୋଧରେ ତତ୍‌କାଳୀନ ସୋଭିଏତ ୟୁନିୟନ (ବର୍ତ୍ତମାନର ରୁଷ) ବିଜୟର ଅଶୀତମ ବାର୍ଷିକୀ ଉତ୍ସବ ୯ ତାରିଖରେ ପାଳନ ପୂର୍ବରୁ ଆଜି ନୂଆଦିଲ୍ଲୀରେ ରୁଷ ଦୂତାବାସରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ। ଏହି ସ୍ୱତନ୍ତ୍ର ଉତ୍ସବରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୁଷର ରାଷ୍ଟ୍ରଦୂତ ଡାନିସ୍ ଆଲିପୋଭ ନବୀନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣ ରକ୍ଷା କରି ଗତକାଲିଠୁ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ରହିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅସୀମ ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କରି ଷ୍ଟାଲିନ୍‌ଗ୍ରାଡ଼୍‌ ଅଭିଯାନରେ ସାମିଲ ହୋଇ ଅବରୁଦ୍ଧ ଲାଲ ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ରୁଷ ବିଜୟକୁ ସୁଗମ କରିଥିବାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ରୁଷ ସରକାର ୯ ତାରିଖରେ ପ୍ରଦାନ କରିବେ ମରଣୋତ୍ତର ସମ୍ମାନ। ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର