ରାଜ୍ୟରେ ୧୭ ଯାଏଁ ବର୍ଷା; ଆଗାମୀ ସପ୍ତାହରେ ପୁଣି ଏକ ଲଘୁଚାପ…

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ଯୋଗୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ବୁଧବାର କଟକ ଭୁବନେଶ୍ୱର ସମେତ ଭାବନୀପାଟଣା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ ଆଦି ଜିଲ୍ଲାରେ ବର୍ଷା ହୋଇଛି। ଗୁରୁବାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ, ତେବେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ଯୋଗୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ବୁଧବାର କଟକ ଭୁବନେଶ୍ୱର ସମେତ ଭାବନୀପାଟଣା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ ଆଦି ଜିଲ୍ଲାରେ ବର୍ଷା ହୋଇଛି। ଗୁରୁବାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ, ତେବେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବୁଧବାର ସକାଳ ସୁଦ୍ଧା ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୨-୨୩ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଦ୍ୱିତୀୟ ଲଘୁଚାପ ଦ୍ୱାରା ରାଜ୍ୟରେ ବିସ୍ତୃତ ଓ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ସୃଷ୍ଟ ଲଘୁଚାପଟି ଉତ୍ତରକୁ ଗତି କରି ୧୬ରେ ଓଡ଼ିଶା ଉପକୂଳ ଏବଂ ୧୯ରେ ପଶ୍ଚିମ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଦେଇ ମଧ୍ୟପ୍ରଦେଶ ଯିବାର ସମ୍ଭାବନା ରହିଛି। ଏହାଦ୍ୱାରା ୧୪ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସହ ବଲାଙ୍ଗିର, ସମ୍ବଲପୁରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଅନ୍ୟପଟେ ଚତୁର୍ଥ ସପ୍ତାହରେ ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇ ୨୬ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ବା ଆଭ୍ୟନ୍ତରୀଣରେ ରହିବ। ଏହାଦ୍ୱାରା ସେହି ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟରେ ବର୍ଷା ହେବ। ଅଗଷ୍ଟ ୧୫ରେ ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଜୟପୁର, ସକାଳ ଓଳି ପାଗ ଶୁଖିଲା ରହିବ। ଭୁବନେଶ୍ୱରରେ ସକାଳ ୧୦ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସମ୍ଭାବନା ଅଛି ଓ ମଧ୍ୟାହ୍ଣରେ ବର୍ଷାର ସମ୍ଭାବନା ଅଧିକ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ଲଘୁଚାପ ଯୋଗୁଁ ସମୁଦ୍ର ମଧ୍ୟରେ ପବନର ବେଗ ଅଧିକ ରହିଛି। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

14 Aug 2025 By The Sakala

ରାଜ୍ୟରେ ୧୭ ଯାଏଁ ବର୍ଷା; ଆଗାମୀ ସପ୍ତାହରେ ପୁଣି ଏକ ଲଘୁଚାପ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ଯୋଗୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ବୁଧବାର କଟକ ଭୁବନେଶ୍ୱର ସମେତ ଭାବନୀପାଟଣା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ ଆଦି ଜିଲ୍ଲାରେ ବର୍ଷା ହୋଇଛି। ଗୁରୁବାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ, ତେବେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବୁଧବାର ସକାଳ ସୁଦ୍ଧା ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୨-୨୩ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଦ୍ୱିତୀୟ ଲଘୁଚାପ ଦ୍ୱାରା ରାଜ୍ୟରେ ବିସ୍ତୃତ ଓ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ସୃଷ୍ଟ ଲଘୁଚାପଟି ଉତ୍ତରକୁ ଗତି କରି ୧୬ରେ ଓଡ଼ିଶା ଉପକୂଳ ଏବଂ ୧୯ରେ ପଶ୍ଚିମ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଦେଇ ମଧ୍ୟପ୍ରଦେଶ ଯିବାର ସମ୍ଭାବନା ରହିଛି। ଏହାଦ୍ୱାରା ୧୪ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସହ ବଲାଙ୍ଗିର, ସମ୍ବଲପୁରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଅନ୍ୟପଟେ ଚତୁର୍ଥ ସପ୍ତାହରେ ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇ ୨୬ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ବା ଆଭ୍ୟନ୍ତରୀଣରେ ରହିବ। ଏହାଦ୍ୱାରା ସେହି ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟରେ ବର୍ଷା ହେବ। ଅଗଷ୍ଟ ୧୫ରେ ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଜୟପୁର, ସକାଳ ଓଳି ପାଗ ଶୁଖିଲା ରହିବ। ଭୁବନେଶ୍ୱରରେ ସକାଳ ୧୦ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସମ୍ଭାବନା ଅଛି ଓ ମଧ୍ୟାହ୍ଣରେ ବର୍ଷାର ସମ୍ଭାବନା ଅଧିକ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ଲଘୁଚାପ ଯୋଗୁଁ ସମୁଦ୍ର ମଧ୍ୟରେ ପବନର ବେଗ ଅଧିକ ରହିଛି। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର