କୁଆଡ଼େ ଗଲା ଦଶାବତାର ମୂର୍ତ୍ତି : ୧୨ ବର୍ଷ ହେଲା ଶ୍ରୀହୀନ ସିଂହଦ୍ୱାର

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ନାହିଁ ଦଶାବତାର ମୂର୍ତ୍ତି। ବର୍ଷେ କି ଦୁଇବର୍ଷ ନୁହେଁ, ୧୨ ବର୍ଷ ହେବ ଶ୍ରୀହୀନ ଶ୍ରୀମନ୍ଦିର ମୁଖଶାଳା। ସାଧାରଣତଃ ଭକ୍ତମାନ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରିଥାନ୍ତି। ପରେ ସିଂହଦ୍ୱାର ଗୁମୁଟ ଉପରେ ଥିବା ଦଶାବତାର ମୂର୍ତ୍ତିର ସାନ୍ନିଧ୍ୟ ନେଇ ବାଇଶିପାହାଚ ଦେଇ ବଡ଼ଦେଉଳକୁ ପ୍ରବେଶ କରିଥାନ୍ତି। ଦୀର୍ଘ ୧୨ ବର୍ଷ ତଳେ ସିଂହଦ୍ୱାର ମରାମତି ନାଁରେ ଦଶାବତାର ମୂର୍ତ୍ତିକୁ ଖୋଲି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନବମ […]

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ନାହିଁ ଦଶାବତାର ମୂର୍ତ୍ତି। ବର୍ଷେ କି ଦୁଇବର୍ଷ ନୁହେଁ, ୧୨ ବର୍ଷ ହେବ ଶ୍ରୀହୀନ ଶ୍ରୀମନ୍ଦିର ମୁଖଶାଳା। ସାଧାରଣତଃ ଭକ୍ତମାନ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରିଥାନ୍ତି। ପରେ ସିଂହଦ୍ୱାର ଗୁମୁଟ ଉପରେ ଥିବା ଦଶାବତାର ମୂର୍ତ୍ତିର ସାନ୍ନିଧ୍ୟ ନେଇ ବାଇଶିପାହାଚ ଦେଇ ବଡ଼ଦେଉଳକୁ ପ୍ରବେଶ କରିଥାନ୍ତି। ଦୀର୍ଘ ୧୨ ବର୍ଷ ତଳେ ସିଂହଦ୍ୱାର ମରାମତି ନାଁରେ ଦଶାବତାର ମୂର୍ତ୍ତିକୁ ଖୋଲି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନବମ ଅବତାରରେ କିଏ ତାକୁ ନେଇ ଉଠିଥିଲା ବାଦ ବିବାଦ। ତେବେ ଏହି ବିବାଦ ଏବଂ ଆଇନର ଆଳ ଦେଖାଇ ଭକ୍ତଙ୍କ ବିଶ୍ୱାସରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି ଏଏସ୍‌‌ଆଇ। ଫଳସ୍ୱରୂପ ଏବେ ଶ୍ରୀହୀନ ଶ୍ରୀମନ୍ଦିର ସିଂହଦ୍ୱାର।

ଆହୁରି ପଢ଼ନ୍ତୁ: ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ; ଥାନାରେ ଅଭିଯୋଗ ପରେ ବିଷ ପିଇ ପିଇଦେଲେ PEO

କାହିଁ କେଉଁ ଅମଳରୁ ସିଂହଦ୍ୱାର ସମ୍ମୁଖରେ ଦଶାବତାର ମୂର୍ତ୍ତି ପୂଜା ପାଇ ଆସୁଥିଲେ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯିବା ବେଳେ ଶ୍ରଦ୍ଧାଳୁମାନେ ମଥା ଟେକି ଦଶାବତାର ମୂର୍ତ୍ତିଙ୍କୁ ଭକ୍ତମାନେ ମୁଣ୍ଡିଆ ମାରି ମନ୍ଦିର ପ୍ରବେଶ କରୁଥିଲେ। କିନ୍ତୁ ଶ୍ରୀମନ୍ଦିର ମରାମତି, ସଂରକ୍ଷଣ ଆଳରେ ୨୦୧୨ ମସିହାରେ ଏଏସ୍‌‌ଆଇ ଏହାକୁ ସିଂହଦ୍ୱାର ଗୁମୁଟରୁ ଚୁନର ମୂର୍ତ୍ତିକୁ ହଟାଇ ଦେଇଥିଲା। ହେଲେ ବିଡ଼ମ୍ବନାର ବିଷୟ ଦଶାବତାରଙ୍କ ସ୍ଥାନରେ ସାଦା ପଥର ଲଗାଯାଇଥିଲା, ଯାହା ଏବେ ବି ରହିଛି। ଏହା ଶ୍ରୀମନ୍ଦିରର ଶ୍ରୀକୁ ନଷ୍ଟ କରିବା ସହ ଭକ୍ତଙ୍କ ଭାବାବେଗକୁ ଘୋର ଆଘାତ ପହଞ୍ଚାଇଛି। ସେ ସମୟରେ ଦଶାବତାର ମୂର୍ତ୍ତି ହଟାଯିବାକୁ ନେଇ ତୀବ୍ର ବିବାଦ ଓ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପୁନର୍ବାର ପୂର୍ବ ସ୍ଥାନରେ ଦଶାବତାର ମୂର୍ତ୍ତି ଲଗାଇବା ପାଇଁ ଭକ୍ତ ଓ ବିଭିନ୍ନ ସଙ୍ଗଠନ ଦାବି କରିଥିଲେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏକାଧିକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଶେଷରେ ମନ୍ଦିର ପ୍ରଶାସନ ଦଶାବତାର ମୂର୍ତ୍ତି ଲଗାଇବାକୁ ନିଷ୍ପତ୍ତି ନେଇଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ସେହି ଅନୁଯାୟୀ ପଥରରେ ମୂର୍ତ୍ତି ମଧ୍ୟ ବରାଦ ଦିଆଗଲା। କିନ୍ତୁ ଦଶାବତାର ମୂର୍ତ୍ତିଙ୍କ ନବମ ସ୍ଥାନରେ ବୁଦ୍ଧ ନା ଜଗନ୍ନାଥ ସ୍ଥାନୀତ କରାଯିବ ତାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଦଶାବତାର କହିଲେ ମତ୍ସ୍ୟ, କଶ୍ୟପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍‌‌କୀଙ୍କୁ ବୁଝାଏ। ମାତ୍ର ନବମ ସ୍ଥାନରେ ଜଗନ୍ନାଥ ରହିଥିଲେ। ଏହି ତ୍ରୁଟିକୁ ସୁଧାରି ଜଗନ୍ନାଥଙ୍କ ସ୍ଥାନରେ ବୁଦ୍ଧଙ୍କ ମୂର୍ତ୍ତି ଲଗାଇବାକୁ ଅନେକ ଯୁକ୍ତି ବାଢିଥିଲେ। ସେମାନେ କହିଥିଲେ ଯେ, ଶ୍ରୀଜଗନ୍ନାଥ ଅବତାର ନୁହଁନ୍ତି, ସେ ହେଉଛନ୍ତି ଅବତାରୀ। ଯେହେତୁ ନବମ ଅବତାର ବୁଦ୍ଧଙ୍କର ତେଣୁ ଦଶାବତାର ଭିତରେ ଜଗନ୍ନାଥ ରହିବା ଅନୁଚିତ ବୋଲି ମତ ରଖିଥିଲେ। ଅନେକ କିନ୍ତୁ ପୂର୍ବଭଳି ଦଶାବତାର ରଖିବାକୁ ଜିଦ୍‌‌ ଧରିଥିଲେ। ଏହି ବାଦ ବିବାଦ ଭିତରେ ମାମଲା ହାଇକୋର୍ଟରେ ପହଞ୍ଚିଥିବା ବେଳେ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦଶାବତାର ମୂର୍ତ୍ତି ଲାଗିପାରୁ ନାହିଁ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସାସଂଦ ମାନସଙ୍କ ପ୍ରଶ୍ନ: ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି

ଦୀର୍ଘବର୍ଷ ହେବ ଶ୍ରୀମନ୍ଦିର ସମ୍ମୁଖରେ ଦଶାବତାର ମୂର୍ତ୍ତି ନ ଲାଗିବା ନେଇ ଶ୍ରଦ୍ଧାଳୁ ଏଏସ୍‌‌ଆଇକୁ ଦାୟୀ କରିଛନ୍ତି। କାରଣ ଶ୍ରୀମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ ହେଉଛି ଏଏସ୍‌‌ଆଇର। ଯେତେବେଳେ ଏଏସ୍‌‌ଆଇ ପକ୍ଷରୁ ଶ୍ରୀମନ୍ଦିର ମରାମତି କରାଗଲା ସେ ସମୟରେ ଦଶାବତାର ମୂର୍ତ୍ତି କ୍ଷତବିକ୍ଷତ ହୋଇଥିଲା। ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଏଏସ୍‌‌ଆଇ ଏହାକୁ ହଟାଇ ଦେଇଥିଲା ବୋଲି ଶ୍ରଦ୍ଧାଳୁ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଖଡି ପଥରରେ ନିର୍ମାଣ କରାଯାଇଥିବାରୁ ମରାମତି ସମୟରେ ଏହାକୁ କାଢି ଦିଆଯାଇଥିବା କହି ଏଏସ୍‌‌ଆଇ ଚୁପ୍‌‌ ବସିଲା। ଏବେ ଏହି ପ୍ରସଙ୍ଗକୁ ଏଏସ୍‌‌ଆଇ ସମ୍ପୂର୍ଣ୍ଣ ଭୁଲିଯାଇଛି। ଫଳସ୍ୱରୂପ ଏବେ ଦଶାବତାର ମୂର୍ତ୍ତି ଲାଗି ପାରି ନ ଥିବାବେଳେ ଶ୍ରୀହୀନ ଦେଖାଯାଉଛି ଶ୍ରୀମନ୍ଦିର ମୁଖଶାଳା। ଶ୍ରୀମନ୍ଦିର ଭଳି ପୁରାତନ ଐତିହ୍ୟର ସୁରକ୍ଷା ଦିଗରେ ଏଏସ୍‌‌ଆଇ କେତେ ଯତ୍ନବାନ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp