ରଥର ଅଂଶ ବିକ୍ରି ନିମନ୍ତେ ନୂଆ ଦର ଧାର୍ଯ୍ୟ; ନନ୍ଦିଘୋଷ ଚକ ୩ ଲକ୍ଷ, ତାଳଧ୍ୱଜ ୨ ଲକ୍ଷ

The Sakala Picture
Published On

ପୁରୀ: ମହାପ୍ରଭୁଙ୍କ ରଥର ବିଭିନ୍ନ ଅଂଶ ବିକ୍ରି ପାଇଁ ନୂଆ ଦର ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଯେହେତୁ ଚତୁର୍ଦ୍ଧାବିଗ୍ରହ ଏହି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି ଏବଂ ବାହୁଡ଼ାରେ ପୁଣି ଶ୍ରୀମନ୍ଦିର ଫେରନ୍ତି ତେଣୁ ରଥର ବିଭିନ୍ନ ଅଂଶକୁ ନେବା ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହିଥାଏ। ଏହାକୁ ନଜରରେ ରଖି ମନ୍ଦିର ପ୍ରଶାସନ ଦର ଧାର୍ଯ୍ୟ କିଛି। ନୂଆ ଧାର୍ଯ୍ୟ ଦର ଅନୁଯାୟୀ, ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ […]

ପୁରୀ: ମହାପ୍ରଭୁଙ୍କ ରଥର ବିଭିନ୍ନ ଅଂଶ ବିକ୍ରି ପାଇଁ ନୂଆ ଦର ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଯେହେତୁ ଚତୁର୍ଦ୍ଧାବିଗ୍ରହ ଏହି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି ଏବଂ ବାହୁଡ଼ାରେ ପୁଣି ଶ୍ରୀମନ୍ଦିର ଫେରନ୍ତି ତେଣୁ ରଥର ବିଭିନ୍ନ ଅଂଶକୁ ନେବା ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହିଥାଏ। ଏହାକୁ ନଜରରେ ରଖି ମନ୍ଦିର ପ୍ରଶାସନ ଦର ଧାର୍ଯ୍ୟ କିଛି।

ଆହୁରି ପଢ଼ନ୍ତୁ: ସାତପଡ଼ାରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ!

ନୂଆ ଧାର୍ଯ୍ୟ ଦର ଅନୁଯାୟୀ, ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ପିଛା ଦାମ୍‌ ୩ ଲକ୍ଷ ଟଙ୍କା ରହିଛି। ସେହିପରି ବଡ଼ଠାକୁରଙ୍କ ତାଳଧ୍ୱଜ ରଥର ଚକ ପିଛା ଦାମ୍‌ ୨ ଲକ୍ଷ ରହିଥିବାବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ ପିଛା ଦାମ୍‌ ରହିଛି ୧.୫ ଲକ୍ଷ ଟଙ୍କା। ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ୧୫ ହଜାର ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ପ୍ରଭା ପିଛା ଦାମ୍‌ ରହିଛି ୨୫ ହଜାର ଟଙ୍କା। ପ୍ରତ୍ୟେକ ରଥର ଗୋଟିଏ ଲେଖାଏଁ ଚକ କିଣିଲେ ୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। କୌଣସି ସାମଗ୍ରୀ କିଣିବାକୁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ କରିବା ପାଇଁ କୁହାଯାଇଛି। ଆବେଦନ ପାଇଁ ହଜାରେ ଟଙ୍କା ଦେବାକୁ ପଡ଼ିବ। ରଥ ଉପକରଣ କିଣିବା ନିମନ୍ତେ ଆଲର୍ଟ ହେବା ପରେ ଆବେଦନକାରୀ ସପ୍ତାହେ ମଧ୍ୟରେ ଅର୍ଥରାଶି ଜମା କରିବେ। ଧାର୍ଯ୍ୟ ସମୟରେ ଟଙ୍କା ଜମା କରିବାକୁ ବିଫଳ ହେଲେ ପରବର୍ତ୍ତୀ ଆବେଦନକାରୀଙ୍କୁ ଆଲର୍ଟ କରାଯିବ। ଗତ ୨୭ ତାରିଖରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସଂଶୋଧିତ ଏସ୍‌ଓପି ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ବିପଦ ବେଳେ ଅସହାୟ ଗାଈଗୋରୁଙ୍କ ପାଇଁ ଦେବଦୂତ ସାଜିଛନ୍ତି କୃଷ୍ଣପ୍ରସାଦର ଗୋସେବକ

ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୂତନ ଭାବେ ତିନିରଥ ପ୍ରସ୍ତୁତ ହୋଇଥାଏ। ଯାତ୍ରା ଶେଷ ପରେ ରଥଗୁଡ଼ିକ ଖୋଲାଯାଏ। ତିନିରଥରୁ ୪୨ଟି ଚକ(ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦର୍ପଦଳନ ୧୨) ସହିତ ଅନ୍ୟାନ୍ୟ ଅଂଶ ବାହାରିଥାଏ, ଯାହାକୁ ନେବା ପାଇଁ ଭକ୍ତ ଆଗ୍ରହ ପ୍ରକାଶ କରନ୍ତି। ଏହି ଆଗ୍ରହ କିଛିବର୍ଷ ହେବ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ୧୯୯୬ ଥିଲା ନବକଳେବର ବର୍ଷ। ସେହିବର୍ଷ କୋଟି କୋଟି ଭକ୍ତ ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିଲେ ନବକଳେବର ଯାତ୍ରା ଓ ଜାଣିଲେ ଏହାର ମାହାତ୍ମ୍ୟ। କହିବାକୁ ଗଲେ ସେହି ବର୍ଷଠାରୁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଲା। ସେହି ବର୍ଷରୁ କେବଳ ଭକ୍ତ ବଢ଼ିଲେ ନାହିଁ ରଥ ଚକ ଏବଂ ଅନ୍ୟାନ୍ୟ କିଛି ଅଂଶର ମହତ୍ୱ ବଢିଲା। ରଥଚକ ଗୁଣ୍ଡିଚା ମନ୍ଦିରରେ ରଖାଗଲା। କିଛି ବର୍ଷ ପରେ ଶ୍ରୀମନ୍ଦିର ସହ ସମ୍ପର୍କିତ ସ୍ଥାନ ଓ ମନ୍ଦିରକୁ ରଥ ଚକ ପ୍ରଦାନ ହେଲା। ଏ ସବୁ ଭିତରେ ସୁରକ୍ଷିତ ସ୍ଥାନ ଅଭାବରୁ ଅନେକ ଚକ ବର୍ଷା ଖରାରେ ନଷ୍ଟ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଧର୍ମ, ସଂସ୍କୃତି ସହ ସମ୍ପର୍କିତ ଅନୁଷ୍ଠାନକୁ ଅର୍ଥ ଦେୟରେ ଚକ ଦେବାକୁ ଘୋଷଣା କଲା। ପ୍ରଥମେ ୨୫ ଓ ପରେ ୫୦ ହଜାର ଟଙ୍କା ଚକ ପିଛା ଦର ରହିଥିଲା। ଦାମ ବଢ଼ିବା ପରେ ଆଗ୍ରହ କମିଥିଲା। ଏହାପରେ ମାଗଣାରେ ଦିଆଯିବାକୁ ଘୋଷଣା ହେବା ସହ ଏଥିପାଇଁ କିଛି ସର୍ତ୍ତ ରହିଥିଲା। ଫଳରେ ବହୁ ଚକ ବିଭିନ୍ନ ସ୍ଥାନକୁ ଯିବା ପରେ ଚଳିତବର୍ଷ ରଥଯାତ୍ରା ପରେ ବାହାରିବାକୁ ଥିବା ଚକ ନେବା ଲାଗି ମନ୍ଦିର ପ୍ରଶାସନ ଦର ଧାର୍ଯ୍ୟର ନୂଆ ଏସ୍‌ଓପି ବାହାର କରିଛି।

ଆହୁରି ପଢ଼ନ୍ତୁ: ବାତ୍ୟା ଗଲା ପରେ ଚାଷୀଙ୍କ ଦୁଃଖ କହିଲେ ନସରେ, ବର୍ଷାରେ ଉଜୁଡ଼ିବାକୁ ବସିଛି ପାଚିଲା ଧାନ ଫସଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର