‎କୃଷ୍ଣପ୍ରସାଦ ବ୍ଲକ ପରିସରରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

Suryakanta Picture
Published On

ଦୀର୍ଘଦିନ ଧରି ବ୍ଲକଗ୍ରାଣ୍ଟ ଶିକ୍ଷକ ମାନେ ନିଜର ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ବିଧାନ ସଭା ସମ୍ମୁଖରେ ଶିକ୍ଷୟିତ୍ରୀ ମାନେ ମାଣବସାଇ ଲଷ୍ମୀ ପୂଜା କରି ଧାରଣାରେ ବସିଥିବା ନଜିର ରହିଛି। ହେଲେ ସରକାର କେବଳ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଧାରଣାରୁ ହଟାଇବାରେ ସିଦ୍ଧ ହସ୍ତ ହୋଇଛନ୍ତି। ଏଥର ଓସ୍ତା ସଂଘ କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି। ଓଡ଼ିଶାର ୩୧୪ ବ୍ଲକ କାର୍ଯ୍ୟାଳୟକୁ ଏକ ସଙ୍ଗେ ଘେରାଉ କରିଛନ୍ତି। ନିଜର ଦାବିକୁ ସ୍ଲୋଗାନ ଦେଇ ବ୍ଲକ ଛକ ଠାରୁ ଏକ ରାଲିରେ କୃଷ୍ଣପ୍ରସାଦ ବ୍ଲକ ପରିସରରେ ପହଞ୍ଚିଥିଲେ।52d7d7a6-aae5-4783-b9fa-5e6845cd1093 

ଆହୁରି ପଢ଼ନ୍ତୁ:  କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ

ସେଠାରେ ନିଜର ଦାବି ସମୂହକୁ ଭାଷଣ ମାଧ୍ୟମରେ ଜନସାଧାରଣରେ ଉପସ୍ଥାପନ କରିଥିଲେ। ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ଦାସ କହିଥିଲେ "ସରକାର ତୁମେ ଦାବି ପୂରଣ କର ନଚେତ ଗାଦି ଛାଡ଼"। ସେହିଭଳି ବ୍ଲକ ଓସ୍ତା ସଭାପତି କାଶୀନାଥ ଜେନା କହିଲେ ୧୯୪ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୧୯୪ ଶିକ୍ଷା ନୀତିକୁ ଲାଗୁ କରି ପୁରୁଣା ପେନସନର ବ୍ୟବସ୍ଥା କରିବା,ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୁରଣ କରିବା ଏବଂ ଅବସର ସମୟ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ଥିବା ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଓସ୍ତା ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ବିଭୁ ନାରାୟଣ ଜେନା ଏବଂ ବ୍ଲକ ଓସ୍ତା ସମ୍ପାଦକ ସନାତନ ତରେଇ କହିଥିଲେ 'ଆସନ୍ତା ୭ ତାରିଖ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା  ଏବଂ ଦାବିପତ୍ର ଦିଆଯିବ'। ୧୭ ତାରିଖ ରେ ବିଧାନ ସଭାକୁ ଘେରାଉ କରାଯିବ। ଦାବି ପୂରଣ ହେଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସଠିକ ଜବାବ ଦିଆଯିବ। ସଭା ଶେଷରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ଅମୀୟ କୁମାର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। 

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp