ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

Sakala Desk Picture
Published On

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳୟ ପରିସରରେ ବୁଧବାର ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମଦ କାରବାରକୁ ବିରୋଧ କରି ସାନଅଁଳ ଗ୍ରାମର ମହିଳା ସଂଘ ପକ୍ଷରୁ ତହସିଲଦାରଙ୍କୁ ଘେରାଉ କରାଯାଇଛି। ଗାଁ ପାଖରେ ମଦ ଦୋକାନ ଥିବାରୁ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଫାଇଲିନ ଘରେ ମଦ ଦୋକାନ

ମିଳିଥିବା ସୂଚନା ମୁତାବକ, କୃଷ୍ଣପ୍ରସାଦ ପଞ୍ଚାୟତ ସାନଅଁଳ ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ମଦ ଦୋକାନ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ବାତ୍ୟା ଫାଇଲିନ ସମୟରେ କ୍ଷତିଗ୍ରସ୍ତଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ଘରେ ଏହି ମଦ ଦୋକାନ ଚାଲୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ସରକାରୀ ଯୋଜନାର ଘର କିଭଳି ମଦ ଦୋକାନ ପାଇଁ ବ୍ୟବହାର ହେଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା

ମଦ ଦୋକାନ ଯୋଗୁଁ ସାନଅଁଳ ଗ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ମଦୁଆ ଯୁବକମାନେ ମଦ ପିଇ ରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାରୁ ମା’ ଭଉଣୀମାନେ ରାସ୍ତାରେ ଯିବାଆସିବା କରିବାକୁ ଭୟ କରୁଛନ୍ତି। ଏହା ସହିତ ଛୋଟ ପିଲାମାନଙ୍କ ଉପରେ ଏହାର ଖୁବ୍ ଖରାପ ପ୍ରଭାବ ପଡୁଛି। ପୂର୍ବରୁ ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବାଧ୍ୟ ହୋଇ ମହିଳା ସଂଘ ଆଜି ତହସିଲ ଅଫିସ୍ ଆଗରେ ଧାରଣା ଦେବା ସହ ତହସିଲଦାରଙ୍କୁ ଘେରାଉ କରିଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର