ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ମହାବୀର ଉପ୍ରା ବିଦ୍ୟାଳୟ କୁରୁପାଳର ପ୍ରଧାନଶିକ୍ଷକ ଚକ୍ରଧର ମିସ୍ତ୍ରୀ (ନବ ସାର)ଙ୍କୁ କୁରୁପାଳ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ପରିସରରେ ରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟ କମିଟି ସଭାପତି ତଥା ଅବସର ସେନା ଅଧିକାରୀ ବିଦ୍ୟାଧର ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟ […]
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ମହାବୀର ଉପ୍ରା ବିଦ୍ୟାଳୟ କୁରୁପାଳର ପ୍ରଧାନଶିକ୍ଷକ ଚକ୍ରଧର ମିସ୍ତ୍ରୀ (ନବ ସାର)ଙ୍କୁ କୁରୁପାଳ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ପରିସରରେ ରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟ କମିଟି ସଭାପତି ତଥା ଅବସର ସେନା ଅଧିକାରୀ ବିଦ୍ୟାଧର ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବ୍ଳକ ଶିକ୍ଷା ଅଧିକାରୀ ମଙ୍ଗୁଳି ଚରଣ ଜେନା, ସମ୍ମାନିତ ଅତିଥି ଭାବେ ବିଆରସିସି ସିଧଶ୍ୱର କରଣ, ପ୍ରାକ୍ତନ ଅତିରିକ୍ତ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ମାଝୀ, କୃଷ୍ଣପ୍ରସାଦ ସର୍କଲ ଶିକ୍ଷକ ସଂଘ ସଭାପତି ବସନ୍ତ କୁମାର ଜେନା, ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ଖୁଣ୍ଟିଆ, ଗ୍ରାମ୍ୟ କମିଟିର ବରିଷ୍ଠ ସଦସ୍ୟ ଦିଗାମ୍ବର ଜେନା, ସାଧୁ ଚରଣ ସ୍ୱାଇଁ, ୩୫ ମୌଜା ପରିଚାଳନା କମିଟି ପୂର୍ବତନ ସଭାପତି ଭରତ ଚନ୍ଦ୍ର ଜେନା, ଶରତ ଚନ୍ଦ୍ର ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ମହାରଣା, ବରିଷ୍ଠ ଶିକ୍ଷକ ଖଗେଶ୍ୱର ଜେନା, ପ୍ରଧାନଶିକ୍ଷକ ଦୀପକ କୁମାର ମାଝୀ, ତ୍ରିଲୋଚନ ଜେନା ପ୍ରମୁଖ ବହୁ ଶିକ୍ଷାବିତ ଯୋଗ ଦେଇଥିଲେ। ଶିକ୍ଷକ ଭବାନୀ ଶଙ୍କର ଜେନା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସଚ୍ଚିଦାନନ୍ଦ ଜେନା, ଶିକ୍ଷକ ଚଣ୍ଡେଶ୍ୱର ଜେନା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ ।
ବିଦାୟୀ ଶିକ୍ଷକଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ କରିବା ସହ ତାଙ୍କର କାର୍ଯ୍ୟାଦକ୍ଷତା, ସମୟାନୁବର୍ତ୍ତିତା, ନିଷ୍ଠାପରତା ଓ ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଉପରେ ଆଲୋଚନା କରିବା ସହିତ ଅବଶିଷ୍ଟ ଜୀବନ ଖୁସିରେ ଅତିବାହିତ ହେବାକୁ ପ୍ରାର୍ଥନା କରିଥିଲେ । ସେହିପରି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ରଜନୀକାନ୍ତ କରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କୃଷ୍ଣପ୍ରସାଦ ବ୍ଲକ ଜଣେ ଦକ୍ଷ ଶିକ୍ଷକ ଙ୍କୁ ହରାଇଥିବା ଅତିଥିମାନେ କହିଥିଲେ। ଅବସର ଶିକ୍ଷକ ନିଜର ଶିକ୍ଷା ଦାନର ଅନୁଭୂତି କୁ ବର୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳ,ରୋହିତ କୁମାର ଜେନା, ବିଶ୍ୱ ରଞ୍ଜନ ଜେନା, ପ୍ରବୀଣ ନାୟକ, ନିରଞ୍ଜନ ପାହାଣ ସମେତ ଗ୍ରାମବାସୀ, ଛାତ୍ରଛାତ୍ରୀ, ଅଭିଭାବକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ବିଦାୟୀ ଶିକ୍ଷକଙ୍କୁ ବିରାଟ ପାଟୁଆରରେ ଗ୍ରାମ ପରିକ୍ରମା କରି ପ୍ରଧାନଶିକ୍ଷକ ଚକ୍ରଧର ମିସ୍ତ୍ରୀଙ୍କୁ ସ୍ୱ ଗ୍ରାମ ଅଲଣ୍ଡାରେ ଆସି ଛାଡ଼ିଥିଲି ।






