ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିବ ‘ପ୍ରାରମ୍ଭ’, ହେଲ୍ପ ଲାଇନ୍ ନମ୍ବର ଜାରି କଲା କମିଶନରେଟ୍ ପୁଲିସ

The Sakala Picture
Published On

ଭୁବନେଶ୍ୱର: ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ କମିଶନରେଟ୍ ପୁଲିସର ପଦକ୍ଷେପ । ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା । ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ । ପ୍ରତିବର୍ଷ ବର୍ଷ ଭୁବନେଶ୍ବରରେ ୩୦୦ରୁ ୩୫୦ ଅପହରଣ ମାମଲା ରୁଜୁ ହେଉଛି। ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାମାନଙ୍କୁ ଅପହରଣ କରାଯାଉଥିବାର ଦେଖିବାକୁ ମିଳୁଛି, ଯାହା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ଆରମ୍ଭ […]

ଭୁବନେଶ୍ୱର: ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ କମିଶନରେଟ୍ ପୁଲିସର ପଦକ୍ଷେପ । ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା । ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ । ପ୍ରତିବର୍ଷ ବର୍ଷ ଭୁବନେଶ୍ବରରେ ୩୦୦ରୁ ୩୫୦ ଅପହରଣ ମାମଲା ରୁଜୁ ହେଉଛି। ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାମାନଙ୍କୁ ଅପହରଣ କରାଯାଉଥିବାର ଦେଖିବାକୁ ମିଳୁଛି, ଯାହା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ଆରମ୍ଭ କରିଛି ପ୍ରାରମ୍ଭ ଯୋଜନା ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ଓ ମ୍ୟାନ ମିସିଂ ସେଲ ଦ୍ୱାରା ଟ୍ୱିନସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୯୫ଟି ଅପହରଣ ଅଭିଯୋଗର ତଦନ୍ତ ଶେଷ କରିଛି କମିଶନରେଟ୍ ପୁଲିସ । ସୋସିଆଲ ମିଡିଆ ମାଧ୍ୟମରେ ପୁଲିସ ସଚେତନ କରିବ । ବସ୍ତି ସହ ସ୍କୁଲ ଓ କଲେଜ ମାନଙ୍କରେ କର୍ମଶାଳା କରାଯିବ । ବସ୍ତିକୁ ଯାଇ ସୋସିଆଲ ମିଡିଆ କ୍ୟାମ୍ପେନ ସହ ପରିବାର ଲୋକଙ୍କୁ କାଉନସିଲ ମଧ୍ୟ କରାଯିବ। ଯାହା ଦ୍ୱାରା ସେମାନେ ନିଜ ପିଲାଙ୍କୁ ଆକଟ କରିପାରିବେ। ପ୍ରତି ସ୍କୁଲ କଲେଜ ଯାଇ ପିଲାଙ୍କୁ ବୁଝାଯିବ। ଏହା ସହିତ ଚକ୍ରବ୍ୟୁହରେ ଫସି ଯାଇଥିବା ଝିଅମାନଙ୍କୁ କାଉନସେଲିଂ କରି ତାଙ୍କ ସହିତ ଶକ୍ତ ଚଟାଣ ଭଳି କମିସନରେଟ ପୁଲିସ ଠିଆ ହେବ। ଏହି ସେଲକୁ ଅଧିକ ଶକ୍ତ କରିବା ପାଇଁ ଲକ୍ଷ ରଖିଛି କମିସନରେଟ ପୁଲିସ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ କରିବା ପାଇଁ ପୁଲିସ ପକ୍ଷରୁ ହେଳ୍ପ ଲାଇନ ନମ୍ବର ଜାରି କରାଯାଇଛି। ଲୋକେ ଟୋଲ ଫ୍ରି ନମ୍ବର ୨୫୪୫୪୪୫ରେ ଯୋଗାଯୋଗ କରି ପାରିବେ। କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ। ଯାହା ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ଯାଏ ଖୋଲା ରହିବ ଏହି ସହାୟତା କେନ୍ଦ୍ର। ‘ପ୍ରାରମ୍ଭ’ର ସଫଳତାକୁ ଦେଖି ପରବର୍ତ୍ତୀ ସମୟରେ ଏହା କଟକକୁ ସମ୍ପ୍ରସାରିତ ହେବ ବୋଲି କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର