ଅଧା ବି ସରିଲାନି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ, ଟେଣ୍ଡର୍‌ ପ୍ରକ୍ରିୟାରେ ଘାଣ୍ଟି ହେଉଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା

The Sakala Picture
Published On

ଭୁବନେଶ୍ୱର: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବେ ବୋଲି ସରକାର କହୁଛନ୍ତି। ସେହି ଲକ୍ଷ୍ୟରେ ୫ବର୍ଷ ଭିତରେ ୭୫ହଜାର କିମି ସଡ଼କ ନିର୍ମାଣ ପାଇଁ ସରକାର ଘୋଷଣା କରିଛନ୍ତି। କିନ୍ତୁ ବିକାଶର ମାର୍ଗ ଏବେ ଅଧପନ୍ତରିଆ ଅବସ୍ଥାରେ ପହଞ୍ଚି ଗଲାଣି। ଚଳିତ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳର ଜନତା ଗୋଟିଏ ଭଲ ସଡ଼କ କିମ୍ବା ସେତୁ ଦେଖିପାରିଲେ ନାହିଁ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଏବଂ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) ଲକ୍ଷ୍ୟଠାରୁ ବହୁ […]

ଭୁବନେଶ୍ୱର: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବେ ବୋଲି ସରକାର କହୁଛନ୍ତି। ସେହି ଲକ୍ଷ୍ୟରେ ୫ବର୍ଷ ଭିତରେ ୭୫ହଜାର କିମି ସଡ଼କ ନିର୍ମାଣ ପାଇଁ ସରକାର ଘୋଷଣା କରିଛନ୍ତି। କିନ୍ତୁ ବିକାଶର ମାର୍ଗ ଏବେ ଅଧପନ୍ତରିଆ ଅବସ୍ଥାରେ ପହଞ୍ଚି ଗଲାଣି। ଚଳିତ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳର ଜନତା ଗୋଟିଏ ଭଲ ସଡ଼କ କିମ୍ବା ସେତୁ ଦେଖିପାରିଲେ ନାହିଁ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଏବଂ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) ଲକ୍ଷ୍ୟଠାରୁ ବହୁ ଦୂରରେ ରହିଯାଇଛି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିରୁ ଷଡ଼ଯନ୍ତ୍ର: ମଙ୍ଗଳସୂତ୍ର ବନ୍ଧକ ରଖି ବନ୍ଧୁକ କିଣିଲେ ପତ୍ନୀ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ କଲେ ହତ୍ୟା

୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବମୋଟ ୧୭୦୦ କୋଟି ଟଙ୍କା ବ୍ୟୟ କରାଯାଇ ୧୭୭୦ କିମି ରାସ୍ତା ଓ ୫୦ଟି ସେତୁ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ମାତ୍ର ୬୫୭ କିମି ରାସ୍ତା ଓ ୨୮ଟି ସେତୁର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିଛି। ଏଥିପାଇଁ ଧାର୍ଯ୍ୟ ୧୭୦୦ କୋଟି ଟଙ୍କାରୁ ୬୭୦ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ)-ପୁରୁଣା ଗ୍ରାମ୍ୟ ସଡ଼କର ଉନ୍ନୟନ ଯୋଜନାରେ ୫୦୦ଟି (୨୫୩୫ କିମି) ରାସ୍ତା ନିର୍ମାଣ ପାଇଁ ୧୨୯୦କୋଟି, ଏମ୍‌ଏମ୍‌ଏସ୍‌ୱାଇ-ସିଏମ୍‌ଆରଏଲ୍‌ ଯୋଜନାରେ ୧୧୩ଟି (୪୨୨କିମି) ରାସ୍ତାର ନିର୍ମାଣ ପାଇଁ ୪୪୧ କୋଟି ଟଙ୍କା ଏବଂ ଏମ୍‌ଏମ୍‌ଏସ୍‌ୱାଇ-ସିୟୁଭିଡିଏ ଯୋଜନାରେ ୫୭ଟି (୪୦୧କିମି) ରାସ୍ତାର ନିର୍ମାଣ ପାଇଁ ୪୪୮ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। କିନ୍ତୁ ଏସବୁ ପ୍ରକଳ୍ପରେ ହାତ ବାଜି ନାହିଁ। ବିଭାଗ ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟାରେ ଅଟକିଛି। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀର ଧନୁଯାତ୍ରାରେ ଅଘଟଣ: ହାତୀ ଆକ୍ରମଣରେ ମାହୁତଙ୍କ ମୃତ୍ୟୁ

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ବଜେଟରେ ରାସ୍ତା ନିର୍ମାଣ ଯୋଜନାରେ ଆଗରୁ ଚାଲୁ ରହିଥିବା ରାସ୍ତାଗୁଡ଼ିକ ସହ ଏହି ସବୁ ନୂତନ ରାସ୍ତା ନିର୍ମାଣ ପାଇଁ ୩୨୮୯କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେଥିରୁ ଫେବୃଆରୀ ଶେଷ ସୁଦ୍ଧା ୨୦୪୮ କୋଟି ଟଙ୍କା ବ୍ୟୟରେ ୧୪୬୨ କିମି ରାସ୍ତା ନିର୍ମାଣ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଖରାପ ପ୍ରଦର୍ଶନକୁ ନେଇ ଗୃହ ଭିତରେ ଓ ବାହାରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ।

ଆହୁରି ପଢ଼ନ୍ତୁ: ପୁରୀରେ ପୁଣି ୫ ନକଲି ଗୁମାସ୍ତାଙ୍କୁ ଗିରଫ କଲା ସିଂହଦ୍ୱାର ପୋଲିସ

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗାଁର ବିକାଶ ହେଲେ ଦେଶର ବିକାଶ ହେବ; କିନ୍ତୁ ନୂଆ ସରକାର କାମ ନକରି କେବଳ ପ୍ରଚାରରେ ପ୍ରଥମ ବର୍ଷ ବିତାଇଦେଲେ। ସରକାର କହୁଛନ୍ତି, ଆମେ ଚଳିତ ବର୍ଷ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିଛୁ; କିନ୍ତୁ ଏହି ଟଙ୍କା କେଉଁଠି, କାହା ଦ୍ୱାରା ଏବଂ କେମିତି ଖର୍ଚ୍ଚ କରାଗଲା, ତାହାର ସୂଚନା ସରକାର ଦେଉନାହାନ୍ତି। ବିଜେଡି ସରକାର ଅମଳରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ରାସ୍ତା ସମେତ ରାଜ୍ୟ ରାଜପଥ ପ୍ରକଳ୍ପ କେତେ ଭଲ ହୋଇଛି, ତାହା ଓଡ଼ିଶାବାସୀ ଦେଖିଛନ୍ତି। ଖାଲି ବଡ଼ ବଜେଟ କରିଦେଇ ସରକାର ବାହା ବାହା ନେବାରେ ବ୍ୟସ୍ତ। କିନ୍ତୁ ବଜେଟ କିପରି ଖର୍ଚ୍ଚ ହେବ ତାହା ଉପରେ ସରକାରଙ୍କ ନଜର ନାହିଁ। ଦେଶର ଆତ୍ମା ବୋଲାଉଥିବା ଗ୍ରାମାଞ୍ଚଳରେ ଯଦି ଭଲ ସଡ଼କ ଓ ସେତୁ ନିର୍ମାଣ ହୋଇପାରିବ ନାହିଁ; ତା’ହେଲେ ରାଜ୍ୟ ଆଗକୁ ବଢ଼ିବ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର