ଏକାଧିକ ସମସ୍ୟାକୁ ନେଇ ସନ୍ତୁଳି ହେଉଛନ୍ତି ପୌରସଂସ୍ଥା : ବଢୁଛି ରାଜନୈତିକ ହସ୍ତକ୍ଷେପ; ବିକାଶ ବାଧାପ୍ରାପ୍ତ

The Sakala Picture
Published On

ଭୁବନେଶ୍ୱର : ଆଜି ରାଜ୍ୟରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। ସହରାଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା କ୍ଷେତ୍ରରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଏକାଧିକ ସମସ୍ୟାକୁ ନେଇ ପୌରସଂସ୍ଥା ଗୁଡ଼ିକ ସନ୍ତୁଳି ହେଉଥିବା ବେଳେ ରାଜନୈତିକ ହସ୍ତକ୍ଷେପ ଏହାକୁ ଅଧିକ ଜଟିଳ କରୁଛି। ଯାହାକୁ ନେଇ ପୌର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ଏଥିରେ ଲଗାମ ଲାଗିବା ଜରୁରି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସୂଚନାଯୋଗ୍ୟ […]

ଭୁବନେଶ୍ୱର : ଆଜି ରାଜ୍ୟରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। ସହରାଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା କ୍ଷେତ୍ରରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଏକାଧିକ ସମସ୍ୟାକୁ ନେଇ ପୌରସଂସ୍ଥା ଗୁଡ଼ିକ ସନ୍ତୁଳି ହେଉଥିବା ବେଳେ ରାଜନୈତିକ ହସ୍ତକ୍ଷେପ ଏହାକୁ ଅଧିକ ଜଟିଳ କରୁଛି। ଯାହାକୁ ନେଇ ପୌର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ଏଥିରେ ଲଗାମ ଲାଗିବା ଜରୁରି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଆଉ ୩ ମୃତଦେହ ଠାବ, ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ସୂଚନାଯୋଗ୍ୟ ଯେ ନିକଟରେ ରାଜ୍ୟ ସରକାର ୧୨ଟି ନୂଆ ଏନ୍‌ଏସି ଗଠନ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ଘୋଷଣା କରିଛନ୍ତି। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷର ନିଆଁ କୁହୁଳିଛି। ଯୋଗ୍ୟତା ଅପେକ୍ଷା ନୂଆ ଏନ୍‌ଏସି ଗଠନ ପ୍ରକ୍ରିୟାରେ ରାଜନୈତିକ ଦବଦବାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ମସିହାରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୫୬ଟି ଏନ୍‌ଏସି ଗଠନ ହେବ ବୋଲି ଘୋଷଣା କରିଥିଲେ। ଏହା ସହ ୫ଟି ଏନ୍‌ଏସି ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଥାନ୍ତା। ନୂଆ ସରକାର ମାତ୍ର ୧୨ଟି ନୂଆ ଏନଏସି ଘୋଷଣା କରିଥିବା ବେଳେ ଆଉ ୯ଟି ଏନଏସି ଆଜି ଘୋଷଣା କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୀପାବଳିର ଖୁସି ପାଲଟିଲା ବିଷାଦ: ରାଉରକେଲାରେ ବାଣ ଫୁଟି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ତେବେ ପୂର୍ବରୁ ତାଲିକାଭୂକ୍ତ ବହୁ ଏନ୍‌ଏସି ନୂତନ ତାଲିକାରୁ ବାଦ୍‌ ପଡ଼ିଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି। ନୂଆ ସରକାର ଏହି ତାଲିକାକୁ ବୃଦ୍ଧି କରିବା ପରିବର୍ତ୍ତେ ଏନଏସି ସଂଖ୍ୟା ହ୍ରାସ କରି ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ଗୁଣାତ୍ମକ ପୌର ସେବାରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଡେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ: RBT କ୍ୟାମେରାରେ କଏଦ ହେଲା ବାଘର ଉପସ୍ଥିତି

କେବଳ ନୂଆ ଏନଏସି ମାନ୍ୟତା ନୁହେଁ, ପୌରସଂସ୍ଥା ଗୁ଼ଡ଼ିକରେ କର୍ମଚାରୀ ଅଭାବ, ସ୍ୱତନ୍ତ୍ର କ୍ୟାଡର ନହେବା ମଧ୍ୟ ପୌରାଞ୍ଚଳରେ ବିକାଶ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରୁଛି। ସେହିପରି ପୌରସଂସ୍ଥାଗୁଡ଼ିକରେ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ, ପୌରାଞ୍ଚଳ ଦଖଲ ପାଇଁ ଶାସକ ଦଳର ଚକ୍ରାନ୍ତ ମଧ୍ୟ ବିକାଶରେ ବାଧକ ସାଜିଥିବା ବିରୋଧା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ମହାନଗର ନିଗମ ଗଠନକୁ ୧୨ ବର୍ଷ ପୂରିବାକୁ ବସିଥିବା ବେଳେ ୧୧ ବର୍ଷ ହେଲାଣି ରାଉରକେଲା ମହାନଗର ନିଗମ ଗଠନ ହୋଇଛି। ମାତ୍ର ଉଭୟ ମହାନଗର ନିଗମରେ ଆଜିପର୍ଯ୍ୟନ୍ତ ପୌର ନିର୍ବାଚନ ହୋଇପାରିଲା ନାହିଁ। ନିୟମାନୁଯାୟୀ ସ୍ଥାନୀୟ ପୌରସଂସ୍ଥା ଭଙ୍ଗ ହେବାର ୬ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା କଥା। କିନ୍ତୁ ନିର୍ବାଚନ ନହୋଇ ପ୍ରଶାସକ ଭାବେ ଜିଲ୍ଲାପାଳ ସମ୍ୱଲପୁର ମହାନଗର ନିଗମ ପରିଚାଳନା କରୁଛନ୍ତି। ଫଳରେ ବର୍ଷ ବର୍ଷ ଧରି ସମ୍ୱଲପୁର ମହାନଗରରେ ସରକାରୀ ବାବୁଙ୍କ ଶାସନ ଚାଲିଛି। ଜନସାଧାରଣଙ୍କ ସମସ୍ୟାକୁ ନେଇ ଉପସ୍ଥାପିତ କରିବା ପାଇଁ ଜନପ୍ରତିନିଧି ନାହାଁନ୍ତି। ମହାନଗର ନିଗମର ୪୧ଟି ୱାର୍ଡରେ ଜନପ୍ରତିନିଧି ଥିଲେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଲୋକେ ସିଧାସଳଖ ପ୍ରଶାସନ ସହିତ ଯୋଡ଼ି ହୋଇପାରନ୍ତେ। ମହାନଗରରେ ବିଭିନ୍ନ ସମସ୍ୟାକୁ ନେଇ ଲୋକେ ହଇରାଣ ହେଉଛନ୍ତି। ସମାନ ସମସ୍ୟା ରାଉରକେଲା ମହାନଗର ନିଗମରେ ମଧ୍ୟ ଦେଖିବାକୁ ମିଳୁଛି। ଉଭୟ ମହାନଗର ନିଗମରେ ଖୁବଶୀଘ୍ର ନିର୍ବାଚନ କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର