ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା : ସୁଇସାଇଡ଼ ନୋଟରେ ଲେଖାଥିବା ୩ ସିନିୟରଙ୍କ ସୂଚନା ପାଇଲା ପୁଲିସ

The Sakala Picture
Published On

ଭୁବନେଶ୍ବର : ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସକୁ ମିଳିଛି ବଡ଼ ସୁରାକ। ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଥିବା ସୁଇସାଇଡ ନୋଟରେ ରାଗିଙ୍ଗ ବିଷୟରେ ଲେଖିଛନ୍ତି। ୩ ଜଣ ସିନିୟରଙ୍କ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲଇ ଲେଖିଥିଲେ। ତେବେ  ସେହି […]

ଭୁବନେଶ୍ବର : ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସକୁ ମିଳିଛି ବଡ଼ ସୁରାକ। ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଥିବା ସୁଇସାଇଡ ନୋଟରେ ରାଗିଙ୍ଗ ବିଷୟରେ ଲେଖିଛନ୍ତି। ୩ ଜଣ ସିନିୟରଙ୍କ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲଇ ଲେଖିଥିଲେ। ତେବେ  ସେହି ତିନି ଜଣ କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ ସେନେଇ ତଦନ୍ତ କରୁ୍ଥିବା କମିସନରେଟ୍ ପୁଲିସକୁ ଆଜି ଏକ ବଡ ପ୍ରମାଣ ମିଳିଛି।

ଆହୁରି ପଢ଼ନ୍ତୁ: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଗ୍ରାମବାସୀ, ୧୦ ଦିନ ପରେ ହାଡ଼ ଓ ପାଉଁଶ ଜବତ

ପୁଲିସ କରୁଥିବା ଜେରା ସମୟରେ ରୁଚିକା ସୁଇସାଇଡ ନୋଟ୍‌ରେ ଲେଖିଥିବା ୩ ଜଣ ସିନିୟରଙ୍କ ମଧ୍ୟରୁ ୨ ଜଣଙ୍କ ବିଷୟରେ ସୂଚନା ପାଇଛି। ତେବେ ତୃତୀୟ ଜଣଙ୍କ ବିଷୟରେ ଏବେ ଖୋଳତାଡ ଚାଲିଛି। ତେବେ ରାଗିଙ୍ଗ କରିଥିବା ଛାତ୍ରୀମାନେ +୩ ବିଜ୍ଞାନ ଶେଷବର୍ଷର ଛାତ୍ରୀ ବୋଲି ପୁଲିସ ସୂଚନା ପାଇଛି। ତେବେ ଖୁବ୍‌ ଶିଘ୍ର ଆଉ ଜଣେ ସିନିୟରଙ୍କ ପରିଚୟ ମିଳିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍, ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ

ଜୋନ୍-୪ର ଏସିପି ପରେଶ କୁମାର ରାଉତଙ୍କ କହିବା ଅନୁଯାୟୀ, ବିଜେବି କଲେଜ ହଷ୍ଟେଲରେ ସମସ୍ତ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ଏହାଛଡ଼ା ଛାତ୍ରୀ ନିବାସର ଅଧୀକ୍ଷକ, ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା ସହ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ। ତିନୋଟି ଟିମ ଗଠନ କରି ତଦନ୍ତ କରୁଛି ପୁଲିସ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି, ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀ ଅପହରଣ ଉଦ୍ୟମ: ମୁଣ୍ଡ ଜାମିନ ରଖି ଟଙ୍କା ମାଗୁଥିଲେ, ୫ଦୁର୍ବୃତ୍ତ ଥାନାରେ ଅଟକ

ଅନ୍ୟପଟେ ଆଜି ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ । ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀଙ୍କ ହୋହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି । ଯାହାଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଏହାପରେ ପୁଣି ଗୃହ ଆରମ୍ଭ ହେବା ମାତ୍ରେ ପୁଣିଥରେ ବିରୋଧୀ ସମାନ ପ୍ରସଙ୍ଗ ଉଠାଇଛନ୍ତି।

ସୂଚନାଯୋଗ୍ୟ ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଶନିବାର ଆତ୍ମହତ୍ୟା କରିଥିଲେ।  କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରାଯାଇଥିଲା ।ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି ରୁଚିକା। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ତାହା ସେ ଉଲ୍ଲେଖ କରି ନାହାନ୍ତି। “ସିନିୟରମାନେ ହଷ୍ଟେଲରେ ମତେ ଶାନ୍ତିରେ ବଞ୍ଚିବାକୁ ଦେଲେନି। ମୋ ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି” ବୋଲି ଲେଖିଥିଲେ ରୁଚିକା ।

04 Jul 2022 By The Sakala

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା : ସୁଇସାଇଡ଼ ନୋଟରେ ଲେଖାଥିବା ୩ ସିନିୟରଙ୍କ ସୂଚନା ପାଇଲା ପୁଲିସ

ଭୁବନେଶ୍ବର : ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସକୁ ମିଳିଛି ବଡ଼ ସୁରାକ। ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଥିବା ସୁଇସାଇଡ ନୋଟରେ ରାଗିଙ୍ଗ ବିଷୟରେ ଲେଖିଛନ୍ତି। ୩ ଜଣ ସିନିୟରଙ୍କ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲଇ ଲେଖିଥିଲେ। ତେବେ  ସେହି ତିନି ଜଣ କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ ସେନେଇ ତଦନ୍ତ କରୁ୍ଥିବା କମିସନରେଟ୍ ପୁଲିସକୁ ଆଜି ଏକ ବଡ ପ୍ରମାଣ ମିଳିଛି।

ପୁଲିସ କରୁଥିବା ଜେରା ସମୟରେ ରୁଚିକା ସୁଇସାଇଡ ନୋଟ୍‌ରେ ଲେଖିଥିବା ୩ ଜଣ ସିନିୟରଙ୍କ ମଧ୍ୟରୁ ୨ ଜଣଙ୍କ ବିଷୟରେ ସୂଚନା ପାଇଛି। ତେବେ ତୃତୀୟ ଜଣଙ୍କ ବିଷୟରେ ଏବେ ଖୋଳତାଡ ଚାଲିଛି। ତେବେ ରାଗିଙ୍ଗ କରିଥିବା ଛାତ୍ରୀମାନେ +୩ ବିଜ୍ଞାନ ଶେଷବର୍ଷର ଛାତ୍ରୀ ବୋଲି ପୁଲିସ ସୂଚନା ପାଇଛି। ତେବେ ଖୁବ୍‌ ଶିଘ୍ର ଆଉ ଜଣେ ସିନିୟରଙ୍କ ପରିଚୟ ମିଳିବ ବୋଲି ପୁଲିସ କହିଛି।

ଜୋନ୍-୪ର ଏସିପି ପରେଶ କୁମାର ରାଉତଙ୍କ କହିବା ଅନୁଯାୟୀ, ବିଜେବି କଲେଜ ହଷ୍ଟେଲରେ ସମସ୍ତ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ଏହାଛଡ଼ା ଛାତ୍ରୀ ନିବାସର ଅଧୀକ୍ଷକ, ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା ସହ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ। ତିନୋଟି ଟିମ ଗଠନ କରି ତଦନ୍ତ କରୁଛି ପୁଲିସ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି, ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ଅନ୍ୟପଟେ ଆଜି ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ । ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀଙ୍କ ହୋହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି । ଯାହାଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଏହାପରେ ପୁଣି ଗୃହ ଆରମ୍ଭ ହେବା ମାତ୍ରେ ପୁଣିଥରେ ବିରୋଧୀ ସମାନ ପ୍ରସଙ୍ଗ ଉଠାଇଛନ୍ତି।

ସୂଚନାଯୋଗ୍ୟ ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଶନିବାର ଆତ୍ମହତ୍ୟା କରିଥିଲେ।  କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରାଯାଇଥିଲା ।ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି ରୁଚିକା। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ତାହା ସେ ଉଲ୍ଲେଖ କରି ନାହାନ୍ତି। “ସିନିୟରମାନେ ହଷ୍ଟେଲରେ ମତେ ଶାନ୍ତିରେ ବଞ୍ଚିବାକୁ ଦେଲେନି। ମୋ ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି” ବୋଲି ଲେଖିଥିଲେ ରୁଚିକା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର