ଦଶରଥପୁରରେ ବିଜେଡିର ନାରୀ ଅଧିକାର ଅଭିଯାନ: ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି

Madhusudan Das Picture
Published On

ଦଶରଥପୁର: ରାଜ୍ୟରେ ଏବେ ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି। ଘରେ ଘରେ ମହିଳା ନିଜକୁ ଅସୁରକ୍ଷିତ ମଣିଲେଣି। ପ୍ରତିଦିନ ନାରୀ ହିଂସା, ହତ୍ୟାକାଣ୍ଡ, ଧର୍ଷଣ ଘଟିବାରେ ଲାଗିଛି। ଅପରାଧୀ ସୁରକ୍ଷିତ, ପୀଡ଼ିତ ନିଜକୁ ଅସୁରକ୍ଷିତ ମଣୁଛି। ଏଭଳି ପରିସ୍ଥିତିରେ ଡବଲ ଇଞ୍ଜିନ ସରକାର ମହିଳାଙ୍କ ନାଁରେ ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଯାଜପୁର ଜିଲ୍ଲା ଦଶରଥପୁରଠାରେ ଆୟୋଜିତ ମହିଳା ଅଧିକାର ଅଭିଯାନରେ ଯୋଗ ଦେଇ ବିଜେଡି ନେତାମାନେ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଥିଲେ। 

ଆହୁରି ପଢ଼ନ୍ତୁ: ବରିଷ୍ଠ ବିଜେଡି ନେତା ତଥା କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ୍‌ ଖାନ୍‌ଙ୍କ ପରଲୋକ

ଜିଲ୍ଲା ସଭାପତି ସରୋଜ ମହାପାତ୍ରଙ୍କ ନେତୃତ୍ୱରେ ଦଶରଥପୁର ମହିଳା ସଭାନେତ୍ରୀ ରଞ୍ଜିତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, ରାଜ୍ୟ ମହିଳା ଉପସଭାପତି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟିକା ସୁଜାତା ସାହୁ ପ୍ରମୁଖ ଯୋଗ ଦେଇ ପୂର୍ବରୁ ସଂସଦରେ ୩୩ ପ୍ରତିଶତ ମହିଳା ଆରକ୍ଷଣ ବିଲ୍‌ ପାସ ହୋଇଥିବା ବେଳେ କେନ୍ଦ୍ର ସରକାର ତାକୁ ଲାଗୁ ନ କରି ପୁଣି ଥରେ ବିଲ୍‌ ଆଣି ଭେଳିକି କରୁଥିବା ଅଭିଯୋଗ କରିଥିଲେ। ନାରୀ ମାନଙ୍କୁ ଆଗକୁ ଆସିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଉଦ୍ୟମ ସର୍ବାଗ୍ରେ ରହିବ। ଏହି ବାର୍ତ୍ତା ପ୍ରତି ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି ପକ୍ଷରୁ ଏଭଳି ନାରୀ ଅଧିକାର ଯାତ୍ରା କରାଯାଉଛି ଏବଂ ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକ୍କା ବିଷୟରେ ଘରେ ଘରେ ବାର୍ତ୍ତା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।  

ଆହୁରି ପଢ଼ନ୍ତୁ: ତୈଳ ସଂକଟ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ, କହିଲେ 'ରାଜ୍ୟରେ ୧୩ ଦିନ ପାଇଁ ତେଲର ଅଭାବ ନାହିଁ'

ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଶରଥପୁର ବ୍ଲକରେ ନାରୀ ଅଧିକାର ଅଭିଯାନ ନେଇ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଯାଜପୁର ଓ ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ୩୫ ପଞ୍ଚାୟତରୁ ଆସିଥିବା  ଦଳର ହାଜର ହଜାର ସଂଖ୍ୟାରେ ସଂଖ୍ୟାରେ ମହିଳା ସମର୍ଥକ କୁଆଖିଆ-କୟାଁଗୋଲା ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ଦଶରଥପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ପହଞ୍ଚିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଦିଗମ୍ୱର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ମନସ୍ୱିନୀ ଦାସ, ନିନାରାଣୀ ସାମଲ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ରାଉତ, ବ୍ଲକ ସଭାପତି ଅଜୟ ମହାନ୍ତି ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହେବା ସହିତ ନାରୀ ନିର୍ଯାତନା ନିୟନ୍ତ୍ରଣରେ ସରକାରଙ୍କ ଅସମର୍ଥତା ଓ ସୁଭଦ୍ରା ସହାୟତା ନାଁରେ ମହିଳାଙ୍କୁ ଭଣ୍ଡେଇବା ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। 

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ସବୁ ଔଷଧ ଦୋକାନ ବନ୍ଦ: ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ସମାବେଶରେ ମହିଳା ସରପଞ୍ଚ ପଦ୍ମାବତୀ ବିଶ୍ୱାଳ, ବିଜୟଲକ୍ଷ୍ମୀ ଶତପଥୀ, ସସ୍ମିତା ଧଳ, ରଶ୍ମିତା ଦାସ, ରଞ୍ଜିତା ଦାସ, କାଞ୍ଚନବାଳା ପରିଡା, ରାଜଶ୍ରୀ ସାମଲ, ରଞ୍ଜିତା ଯେନା, ସମିତିସଭ୍ୟା ଗାୟତ୍ରୀ ରାଉତଙ୍କ ସମେତ ସରପଞ୍ଚ ହିମାଂଶୁ ନାୟକ, କୁଞ୍ଜବିହାରୀ ଦାସ, ନିରାକାର ସାହୁ, ପ୍ରଦୀପ ଯେନା, ସେକ ନାଦର, ସମିତିସଭ୍ୟ ପ୍ରଶାନ୍ତ ମଲ୍ଲିକ, ସନ୍ତୋଷ ରାୟ, ବିଶ୍ୱଜିତ ରାୟ, ଛାମୁଆ ନେତା ମନୋଜ ରାଉତ, ଜ୍ୟୋତିରଞ୍ଜନ ପରିଡା, ଅମୀୟ ଜେନା, ମହେଶ୍ୱର ସାହୁ, ଚନ୍ଦ୍ରକାନ୍ତ ମହାପାତ୍ର, ଲକ୍ଷ୍ମୀନାରାୟଣ ସୁନ୍ଦରାୟ, ପୀତାମ୍ୱର ଦାସ, ଅଶୋକ ନାୟକ, ଓଡ଼ିଶାରେ ନାରୀ ନିର୍ଯାତନା ବୃଦ୍ଧିରେ ବ୍ରେକ ଦେବାରେ ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ। ପରେ ସଭା ସ୍ଥଳରୁ ଏକ ଶୋଭାଯାତ୍ରାରେ ବିଧାୟିକା ପ୍ରମିଳା ମଲ୍ଲିକ, ସୁଜାତା ସାହୁ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ନେତୃତ୍ୱରେ ବିଜେଡିର ଏକ ମହିଳା ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନାରୀ ଅଧିକାର ସମ୍ପର୍କିତ ଏକ ଦାବିପତ୍ର ଦଶରଥପୁର ବ୍ଲକର ଏବିଡିଓ ତ୍ରିଲୋଚନ ସେଠୀଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ।

18 May 2026 By Madhusudan Das

ଦଶରଥପୁରରେ ବିଜେଡିର ନାରୀ ଅଧିକାର ଅଭିଯାନ: ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି

ଦଶରଥପୁର: ରାଜ୍ୟରେ ଏବେ ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି। ଘରେ ଘରେ ମହିଳା ନିଜକୁ ଅସୁରକ୍ଷିତ ମଣିଲେଣି। ପ୍ରତିଦିନ ନାରୀ ହିଂସା, ହତ୍ୟାକାଣ୍ଡ, ଧର୍ଷଣ ଘଟିବାରେ ଲାଗିଛି। ଅପରାଧୀ ସୁରକ୍ଷିତ, ପୀଡ଼ିତ ନିଜକୁ ଅସୁରକ୍ଷିତ ମଣୁଛି। ଏଭଳି ପରିସ୍ଥିତିରେ ଡବଲ ଇଞ୍ଜିନ ସରକାର ମହିଳାଙ୍କ ନାଁରେ ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଯାଜପୁର ଜିଲ୍ଲା ଦଶରଥପୁରଠାରେ ଆୟୋଜିତ ମହିଳା ଅଧିକାର ଅଭିଯାନରେ ଯୋଗ ଦେଇ ବିଜେଡି ନେତାମାନେ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଥିଲେ। 

ଜିଲ୍ଲା ସଭାପତି ସରୋଜ ମହାପାତ୍ରଙ୍କ ନେତୃତ୍ୱରେ ଦଶରଥପୁର ମହିଳା ସଭାନେତ୍ରୀ ରଞ୍ଜିତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, ରାଜ୍ୟ ମହିଳା ଉପସଭାପତି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟିକା ସୁଜାତା ସାହୁ ପ୍ରମୁଖ ଯୋଗ ଦେଇ ପୂର୍ବରୁ ସଂସଦରେ ୩୩ ପ୍ରତିଶତ ମହିଳା ଆରକ୍ଷଣ ବିଲ୍‌ ପାସ ହୋଇଥିବା ବେଳେ କେନ୍ଦ୍ର ସରକାର ତାକୁ ଲାଗୁ ନ କରି ପୁଣି ଥରେ ବିଲ୍‌ ଆଣି ଭେଳିକି କରୁଥିବା ଅଭିଯୋଗ କରିଥିଲେ। ନାରୀ ମାନଙ୍କୁ ଆଗକୁ ଆସିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଉଦ୍ୟମ ସର୍ବାଗ୍ରେ ରହିବ। ଏହି ବାର୍ତ୍ତା ପ୍ରତି ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି ପକ୍ଷରୁ ଏଭଳି ନାରୀ ଅଧିକାର ଯାତ୍ରା କରାଯାଉଛି ଏବଂ ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକ୍କା ବିଷୟରେ ଘରେ ଘରେ ବାର୍ତ୍ତା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।  

ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଶରଥପୁର ବ୍ଲକରେ ନାରୀ ଅଧିକାର ଅଭିଯାନ ନେଇ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଯାଜପୁର ଓ ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ୩୫ ପଞ୍ଚାୟତରୁ ଆସିଥିବା  ଦଳର ହାଜର ହଜାର ସଂଖ୍ୟାରେ ସଂଖ୍ୟାରେ ମହିଳା ସମର୍ଥକ କୁଆଖିଆ-କୟାଁଗୋଲା ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ଦଶରଥପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ପହଞ୍ଚିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଦିଗମ୍ୱର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ମନସ୍ୱିନୀ ଦାସ, ନିନାରାଣୀ ସାମଲ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ରାଉତ, ବ୍ଲକ ସଭାପତି ଅଜୟ ମହାନ୍ତି ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହେବା ସହିତ ନାରୀ ନିର୍ଯାତନା ନିୟନ୍ତ୍ରଣରେ ସରକାରଙ୍କ ଅସମର୍ଥତା ଓ ସୁଭଦ୍ରା ସହାୟତା ନାଁରେ ମହିଳାଙ୍କୁ ଭଣ୍ଡେଇବା ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। 

ସମାବେଶରେ ମହିଳା ସରପଞ୍ଚ ପଦ୍ମାବତୀ ବିଶ୍ୱାଳ, ବିଜୟଲକ୍ଷ୍ମୀ ଶତପଥୀ, ସସ୍ମିତା ଧଳ, ରଶ୍ମିତା ଦାସ, ରଞ୍ଜିତା ଦାସ, କାଞ୍ଚନବାଳା ପରିଡା, ରାଜଶ୍ରୀ ସାମଲ, ରଞ୍ଜିତା ଯେନା, ସମିତିସଭ୍ୟା ଗାୟତ୍ରୀ ରାଉତଙ୍କ ସମେତ ସରପଞ୍ଚ ହିମାଂଶୁ ନାୟକ, କୁଞ୍ଜବିହାରୀ ଦାସ, ନିରାକାର ସାହୁ, ପ୍ରଦୀପ ଯେନା, ସେକ ନାଦର, ସମିତିସଭ୍ୟ ପ୍ରଶାନ୍ତ ମଲ୍ଲିକ, ସନ୍ତୋଷ ରାୟ, ବିଶ୍ୱଜିତ ରାୟ, ଛାମୁଆ ନେତା ମନୋଜ ରାଉତ, ଜ୍ୟୋତିରଞ୍ଜନ ପରିଡା, ଅମୀୟ ଜେନା, ମହେଶ୍ୱର ସାହୁ, ଚନ୍ଦ୍ରକାନ୍ତ ମହାପାତ୍ର, ଲକ୍ଷ୍ମୀନାରାୟଣ ସୁନ୍ଦରାୟ, ପୀତାମ୍ୱର ଦାସ, ଅଶୋକ ନାୟକ, ଓଡ଼ିଶାରେ ନାରୀ ନିର୍ଯାତନା ବୃଦ୍ଧିରେ ବ୍ରେକ ଦେବାରେ ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ। ପରେ ସଭା ସ୍ଥଳରୁ ଏକ ଶୋଭାଯାତ୍ରାରେ ବିଧାୟିକା ପ୍ରମିଳା ମଲ୍ଲିକ, ସୁଜାତା ସାହୁ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ନେତୃତ୍ୱରେ ବିଜେଡିର ଏକ ମହିଳା ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନାରୀ ଅଧିକାର ସମ୍ପର୍କିତ ଏକ ଦାବିପତ୍ର ଦଶରଥପୁର ବ୍ଲକର ଏବିଡିଓ ତ୍ରିଲୋଚନ ସେଠୀଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର