ଦେବାଶିଷ ସାମନ୍ତରାୟ ଦଳ ଛାଡିବା ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ: ଲେନିନ୍ ମହାନ୍ତି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିଲା ପରେ ଆଜି ଦଳରୁ ଇସ୍ତଫା ଦେଇ ନିଜ ସ୍ୱାର୍ଥପରତାର ପରିଚୟ ଦେଇଛନ୍ତି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଯେଉଁ ଦଳ ଶ୍ରୀ ସାମନ୍ତରାୟଙ୍କୁ ଦଳ ଓ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲା । ସାମାନ୍ୟ ବ୍ୟକ୍ତିଗତ ଓ ବ୍ୟବସାୟିକ ସ୍ୱାର୍ଥ ହାସଲ ପାଇଁ ସେ ଦଳରୁ ଇସ୍ତଫା ଦେଇ ବିଜେପି ମୁହାଁ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଡ. ମହାନ୍ତି ଆହୁରି କହିଥିଲେ ଯେ, ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦେବାଶିଷଙ୍କୁ ଦଳୀୟ ସଂଗଠନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ଦାୟିତ୍ୱ ସହ ରାଜ୍ୟସଭା ସାଂସଦ ଭାବେ ପଠାଇଥିଲେ । ପାଞ୍ଚ ପାଞ୍ଚ ଥର ଟିକେଟ ଦେଇ ୩ ଥର ବିଧାୟକ ହୋଇଥିଲେ ଏବଂ ଓଟିଡିସିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । କଟକ ଜିଲ୍ଲାର ସଭାପତି କରିଥିଲେ । ଦଳରୁ ସେ ଆଉ କ’ଣ ଅଧିକ ଆଶା କରୁଥିଲେ, ତାହା ପ୍ରକାଶ କଲେ ଭଲ ହୁଅନ୍ତା । କ୍ଷମତାରେ ଥିଲା ବେଳେ ସମସ୍ତ ଫାଇଦା ହାସଲ କରି ବିରୋଧୀ ଦଳ ଥିଲା ବେଳେ ଦଳର ହାତ ଛାଡି ଶ୍ରୀ ସାମନ୍ତରାୟ କାହିଁକି ବିଜେପି ମୁହାଁ ହୋଉଛନ୍ତି, ତାହା କଟକବାସୀ ବିଚାର କରିବେ । ବ୍ୟବସାୟିକ ଓ ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ଶ୍ରୀ ସାମନ୍ତରାୟ ଦଳରୁ ଇସ୍ତଫା ଦେବା ଦ୍ୱାରା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ତୃଣମୂଳ ସ୍ତରରେ ନବୀନ ବାବୁଙ୍କ ନେତୃତ୍ୱରେ କାମ କରୁଛନ୍ତି । ସମସ୍ତେ ଜାଣିଛନ୍ତି ଦଳ ଏତେ ସବୁ ଦେବା ସତ୍ତ୍ୱେ ଗତ ଦୁଇ ବର୍ଷ ଧରି ଶ୍ରୀ ସାମନ୍ତରାୟ ଦଳୀୟ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର