ଆସନ୍ତାକାଲି ସବୁ ଔଷଧ ଦୋକାନ ବନ୍ଦ: ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତା ମେ ୨୦ ତାରିଖରେ ଦେଶବ୍ୟାପୀ ଔଷଧ ଦୋକାନୀମାନେ ଧର୍ମଘଟ ଡାକରା ଦେଇଛନ୍ତି। ଇ-ଫାର୍ମାସି ଏବଂ ଅନ୍‌ଲାଇନ୍ ଔଷଧ ବିକ୍ରିକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଅର୍ଗାନାଇଜେସନ୍‌ ଅଫ୍‌ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍‌ (AIOCD) ଏହି ବନ୍ଦ ଡାକରା ଦେଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରୋଗୀଙ୍କ ସେବାରେ ଯେପରି କୌଣସି ବାଧା ଉପୁଜିବ ନାହିଁ ଏବଂ ଔଷଧର ଅଭାବ ଦେଖାଦେବ ନାହିଁ, ସେଥିପାଇଁ ରାଜ୍ୟ ଔଷଧ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ କଣ୍ଟ୍ରୋଲଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକ ଯେପରି ଅସୁବିଧାରେ ନପଡ଼ନ୍ତି ସେନେଇ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜୀବନରକ୍ଷାକାରୀ ଔଷଧର ଯେପରି ଅଭାବ ନହେବ ତା' ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ତେଲ ପକାଇବାକୁ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍, ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଗ୍ରାହକ

ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଡ୍ରଗ୍ ଇନ୍ସପେକ୍ଟରମାନେ ନିଜ ଅଞ୍ଚଳରେ ଅତ୍ୟାବଶ୍ୟକ ଏବଂ ଜୀବନରକ୍ଷାକାରୀ ଔଷଧର ଉପଲବ୍ଧତା ଉପରେ ତୀକ୍ଷ୍ଣ ନଜର ରଖିବେ। ଧର୍ମଘଟ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଥିବା ଫାର୍ମାସିଗୁଡ଼ିକୁ ୨୪ ଘଣ୍ଟିଆ ଖୋଲା ରଖିବା ସହ ସେଠାରେ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ କରିବାକୁ କୁହାଯାଇଛି। ଔଷଧର ଆଗୁଆ ମହଜୁଦ୍ ପାଇଁ ହୋଲସେଲର ଓ ବିତରକଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ବିଭାଗ ପରାମର୍ଶ ଦେଇଛି। ଜରୁରୀ ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହାୟତାରେ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲା ରଖିବାକୁ ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷରେ ସମସ୍ତ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଲାଗିବ ପିତ୍ତଳ ଆଚ୍ଛାଦିତ ନୂଆଦ୍ୱାର

ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଔଷଧ ଯୋଗାଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ମଧୁମେହ, ଉଚ୍ଚ ରକ୍ତଚାପ, ଆସ୍ଥମା, ଏପିଲେପ୍ସି, କର୍କଟ ଏବଂ ହୃଦରୋଗ ଭଳି ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ଥିବା ରୋଗୀମାନଙ୍କୁ ଆଗୁଆ ଔଷଧ କିଣିବାକୁ ପରାମର୍ଶ ଦିଆଯାଇଛି। ଔଷଧର କୌଣସି ଅଭାବ ବା ଯୋଗାଣରେ ବାଧା ଉପୁଜିଲେ ତୁରନ୍ତ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଖୋଲିବ SEBI ର ନୂଆ ବ୍ରାଞ୍ଚ ଅଫିସ: ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ

ଦେଶର ପ୍ରାୟ ୧୨.୪ ଲକ୍ଷ କେମିଷ୍ଟ ଓ ବିତରକଙ୍କ ପ୍ରତିନିଧିତ୍ୱ କରୁଥିବା ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍ (AIOCD) ପକ୍ଷରୁ ଅନ୍‌ଲାଇନ୍ ଔଷଧ ବିକ୍ରି ଏବଂ ଇ-ଫାର୍ମାସିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ମଧ୍ୟ ଓଡ଼ିଶାରେ ଔଷଧ ଦୋକାନ ବନ୍ଦ ରଖିବାକୁ ଘୋଷଣା କରିଛି। ଓଡ଼ିଶାରେ ସଂଘର ପ୍ରାୟ ୩୦,୦୦୦ ସଦସ୍ୟ ଥିବା ବେଳେ ସେମାନଙ୍କ ଉପରେ ୨.୫ ଲକ୍ଷ ପରିବାର ନିର୍ଭରଶୀଳ। ଅନ୍‌ଲାଇନ୍ ଦ୍ୱାରା ପାରମ୍ପରିକ ଔଷଧ ବ୍ୟବସାୟୀଙ୍କ ଜୀବିକା ବିପନ୍ନ ହେଉଥିବା ସଂଘ ଅଭିଯୋଗ କରିଛି।

19 May 2026 By Madhusudan Das

ଆସନ୍ତାକାଲି ସବୁ ଔଷଧ ଦୋକାନ ବନ୍ଦ: ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ମେ ୨୦ ତାରିଖରେ ଦେଶବ୍ୟାପୀ ଔଷଧ ଦୋକାନୀମାନେ ଧର୍ମଘଟ ଡାକରା ଦେଇଛନ୍ତି। ଇ-ଫାର୍ମାସି ଏବଂ ଅନ୍‌ଲାଇନ୍ ଔଷଧ ବିକ୍ରିକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଅର୍ଗାନାଇଜେସନ୍‌ ଅଫ୍‌ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍‌ (AIOCD) ଏହି ବନ୍ଦ ଡାକରା ଦେଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରୋଗୀଙ୍କ ସେବାରେ ଯେପରି କୌଣସି ବାଧା ଉପୁଜିବ ନାହିଁ ଏବଂ ଔଷଧର ଅଭାବ ଦେଖାଦେବ ନାହିଁ, ସେଥିପାଇଁ ରାଜ୍ୟ ଔଷଧ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ କଣ୍ଟ୍ରୋଲଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକ ଯେପରି ଅସୁବିଧାରେ ନପଡ଼ନ୍ତି ସେନେଇ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜୀବନରକ୍ଷାକାରୀ ଔଷଧର ଯେପରି ଅଭାବ ନହେବ ତା' ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଡ୍ରଗ୍ ଇନ୍ସପେକ୍ଟରମାନେ ନିଜ ଅଞ୍ଚଳରେ ଅତ୍ୟାବଶ୍ୟକ ଏବଂ ଜୀବନରକ୍ଷାକାରୀ ଔଷଧର ଉପଲବ୍ଧତା ଉପରେ ତୀକ୍ଷ୍ଣ ନଜର ରଖିବେ। ଧର୍ମଘଟ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଥିବା ଫାର୍ମାସିଗୁଡ଼ିକୁ ୨୪ ଘଣ୍ଟିଆ ଖୋଲା ରଖିବା ସହ ସେଠାରେ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ କରିବାକୁ କୁହାଯାଇଛି। ଔଷଧର ଆଗୁଆ ମହଜୁଦ୍ ପାଇଁ ହୋଲସେଲର ଓ ବିତରକଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ବିଭାଗ ପରାମର୍ଶ ଦେଇଛି। ଜରୁରୀ ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହାୟତାରେ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲା ରଖିବାକୁ ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷରେ ସମସ୍ତ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ବାରଣ କରାଯାଇଛି।

ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଔଷଧ ଯୋଗାଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ମଧୁମେହ, ଉଚ୍ଚ ରକ୍ତଚାପ, ଆସ୍ଥମା, ଏପିଲେପ୍ସି, କର୍କଟ ଏବଂ ହୃଦରୋଗ ଭଳି ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ଥିବା ରୋଗୀମାନଙ୍କୁ ଆଗୁଆ ଔଷଧ କିଣିବାକୁ ପରାମର୍ଶ ଦିଆଯାଇଛି। ଔଷଧର କୌଣସି ଅଭାବ ବା ଯୋଗାଣରେ ବାଧା ଉପୁଜିଲେ ତୁରନ୍ତ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଦେଶର ପ୍ରାୟ ୧୨.୪ ଲକ୍ଷ କେମିଷ୍ଟ ଓ ବିତରକଙ୍କ ପ୍ରତିନିଧିତ୍ୱ କରୁଥିବା ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍ (AIOCD) ପକ୍ଷରୁ ଅନ୍‌ଲାଇନ୍ ଔଷଧ ବିକ୍ରି ଏବଂ ଇ-ଫାର୍ମାସିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ମଧ୍ୟ ଓଡ଼ିଶାରେ ଔଷଧ ଦୋକାନ ବନ୍ଦ ରଖିବାକୁ ଘୋଷଣା କରିଛି। ଓଡ଼ିଶାରେ ସଂଘର ପ୍ରାୟ ୩୦,୦୦୦ ସଦସ୍ୟ ଥିବା ବେଳେ ସେମାନଙ୍କ ଉପରେ ୨.୫ ଲକ୍ଷ ପରିବାର ନିର୍ଭରଶୀଳ। ଅନ୍‌ଲାଇନ୍ ଦ୍ୱାରା ପାରମ୍ପରିକ ଔଷଧ ବ୍ୟବସାୟୀଙ୍କ ଜୀବିକା ବିପନ୍ନ ହେଉଥିବା ସଂଘ ଅଭିଯୋଗ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର