ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ; ବର୍ଷକ ମଧ୍ୟରେ ଷଷ୍ଠ ଗସ୍ତ…

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବିଜେପି ଶାସନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜଧାନୀର ଜନତା ମଇଦାନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ପ୍ରଧାନମନ୍ତ୍ରୀ ୧୮୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହାସହ କ୍ରୁଟ ଅଧୀନରେ ୧୦୦ଟି ଇଲେକ୍ଟ୍ରିକ ବସର ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଗତ […]

ଭୁବନେଶ୍ୱର: ରାଜ୍ୟରେ ବିଜେପି ଶାସନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜଧାନୀର ଜନତା ମଇଦାନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ପ୍ରଧାନମନ୍ତ୍ରୀ ୧୮୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହାସହ କ୍ରୁଟ ଅଧୀନରେ ୧୦୦ଟି ଇଲେକ୍ଟ୍ରିକ ବସର ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଗତ ବର୍ଷକ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀଙ୍କର ଷଷ୍ଠ ଥର ଓଡ଼ିଶାକୁ ଗସ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବୟୋବନ୍ଦନା କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ସାଙ୍କେତିକ ଭାବେ କାର୍ଯ୍ୟକ୍ରମ ସ୍ଥଳରେ ୫ ଜଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଏହି କାର୍ଡ ବାଣ୍ଟିବା ସହ ଅନ୍ତ୍ୟୋଦୟ ଘର ଯୋଜନାରେ ମଧ୍ୟ ଘର ବାଣ୍ଟିବେ। ସେହିପରି ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ପାଇଁ ଡିଜିଟାଲ ହୁଣ୍ଡି ସମେତ ଅନ୍ୟ କେତେକ ଯୋଜନାର ଶୁଭାରମ୍ଭ କରିପାରନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଜ୍ଞାପନ କରାଯିବ। କଳିଙ୍ଗ ଷ୍ଟାଡିୟମ ଛକରୁ ଏକ ବିରାଟ ରୋଡ଼ ଶୋ ବାହାରିବାକୁ ଥିବାବେଳେ ଏହା ଜୟଦେବ ଭବନ ଛକ ଦେଇ ସଭାସ୍ଥଳ ଜନତା ମଇଦାନରେ ପହଞ୍ଚିବ। ୧୦ଟି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଭିଜନ-୨୦୩୬ ଓ ୨୦୪୭ ପୁସ୍ତିକାକୁ ଉନ୍ମୋଚନ କରିବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

20 Jun 2025 By The Sakala

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ; ବର୍ଷକ ମଧ୍ୟରେ ଷଷ୍ଠ ଗସ୍ତ…

ଭୁବନେଶ୍ୱର: ରାଜ୍ୟରେ ବିଜେପି ଶାସନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜଧାନୀର ଜନତା ମଇଦାନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ପ୍ରଧାନମନ୍ତ୍ରୀ ୧୮୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହାସହ କ୍ରୁଟ ଅଧୀନରେ ୧୦୦ଟି ଇଲେକ୍ଟ୍ରିକ ବସର ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଗତ ବର୍ଷକ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀଙ୍କର ଷଷ୍ଠ ଥର ଓଡ଼ିଶାକୁ ଗସ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବୟୋବନ୍ଦନା କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ସାଙ୍କେତିକ ଭାବେ କାର୍ଯ୍ୟକ୍ରମ ସ୍ଥଳରେ ୫ ଜଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଏହି କାର୍ଡ ବାଣ୍ଟିବା ସହ ଅନ୍ତ୍ୟୋଦୟ ଘର ଯୋଜନାରେ ମଧ୍ୟ ଘର ବାଣ୍ଟିବେ। ସେହିପରି ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ପାଇଁ ଡିଜିଟାଲ ହୁଣ୍ଡି ସମେତ ଅନ୍ୟ କେତେକ ଯୋଜନାର ଶୁଭାରମ୍ଭ କରିପାରନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଜ୍ଞାପନ କରାଯିବ। କଳିଙ୍ଗ ଷ୍ଟାଡିୟମ ଛକରୁ ଏକ ବିରାଟ ରୋଡ଼ ଶୋ ବାହାରିବାକୁ ଥିବାବେଳେ ଏହା ଜୟଦେବ ଭବନ ଛକ ଦେଇ ସଭାସ୍ଥଳ ଜନତା ମଇଦାନରେ ପହଞ୍ଚିବ। ୧୦ଟି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଭିଜନ-୨୦୩୬ ଓ ୨୦୪୭ ପୁସ୍ତିକାକୁ ଉନ୍ମୋଚନ କରିବେ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର