ଆଳୁ ସଙ୍କଟ: ମୋହନ-ମମତାଙ୍କ ଆଲୋଚନାର ଫଳକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ

The Sakala Picture
Published On

ଭୁବନେଶ୍ୱର: ସରକାରଙ୍କ ଆଶ୍ୱାସନା, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ବିଭାଗୀୟ ମନ୍ତ୍ରୀଙ୍କ ତତ୍ପରତା ସତ୍ତ୍ବେ ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ। ଉତ୍ତରପ୍ରଦେଶ ଓ ପଞ୍ଜାବ ଆଳୁ କାହାଣୀ ଫିକା ପଡ଼ିଗଲାଣି, ଏବେ ବି ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇ ନାହିଁ। ପୂର୍ବପରି ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଛି। ସରକାର ଦିନକ ତଳେ ବ୍ୟବସାୟୀଙ୍କଠାରୁ ଆଣି ଡ଼ିଲରଙ୍କ ଜରିଆରେ ବଣ୍ଟନ ପାଇଁ ଦେଇଥିବା ଦୁଇ ଟ୍ରକ୍‌‌ ଆଳୁ ସରିଗଲାଣି। ଏବେ ରାଜ୍ୟବାସୀ ମୋହନ-ମମତାଙ୍କ ଆଲୋଚନାର ଫଳକୁ ଅପେକ୍ଷା […]

ଭୁବନେଶ୍ୱର: ସରକାରଙ୍କ ଆଶ୍ୱାସନା, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ବିଭାଗୀୟ ମନ୍ତ୍ରୀଙ୍କ ତତ୍ପରତା ସତ୍ତ୍ବେ ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ। ଉତ୍ତରପ୍ରଦେଶ ଓ ପଞ୍ଜାବ ଆଳୁ କାହାଣୀ ଫିକା ପଡ଼ିଗଲାଣି, ଏବେ ବି ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇ ନାହିଁ। ପୂର୍ବପରି ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଛି। ସରକାର ଦିନକ ତଳେ ବ୍ୟବସାୟୀଙ୍କଠାରୁ ଆଣି ଡ଼ିଲରଙ୍କ ଜରିଆରେ ବଣ୍ଟନ ପାଇଁ ଦେଇଥିବା ଦୁଇ ଟ୍ରକ୍‌‌ ଆଳୁ ସରିଗଲାଣି। ଏବେ ରାଜ୍ୟବାସୀ ମୋହନ-ମମତାଙ୍କ ଆଲୋଚନାର ଫଳକୁ ଅପେକ୍ଷା କରିଛନ୍ତି। ଯଦି ଆଲୋଚନା ସଫଳ ହୋଇଥିବ, ତେବେ ଆଜି ପଶ୍ଚିମବଙ୍ଗରୁ ଆଳୁଗାଡ଼ି ଓଡ଼ିଶାରେ ପହଞ୍ଚିବ। ଯଦି ଆଲୋଚନା ଅସଫଳ ହୋଇଥିବ ତେବେ ଆଳୁ ଗାଡ଼ି ଆସିବ ନାହିଁ। ତେଣୁ ଆଜିକ ଆଳୁ ଆଲୋଚନା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଓଡ଼ିଶାକୁ ଆଳୁ ରପ୍ତାନୀ ସ୍ୱାଭାବିକ କରିବାକୁ ଅନୁରୋଧ କରଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ଏହାକୁ ସ୍ୱୀକାର କରିବା ସହ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ମମତା ଯଦି ତାଙ୍କ ରାଜ୍ୟରୁ ଓଡ଼ିଶାକୁ ଆଳୁ ରପ୍ତାନୀ ପାଇଁ ଅନୁମତି ଦେଇଥିବେ ତେବେ ଆଜି ସୁଦ୍ଧା ଓଡ଼ିଶାରେ ଆଳୁ ପହଞ୍ଚିବ ଓ ପରିସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ। ତେଣୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ମଧ୍ୟ ଅନୁରୂପ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଆଳୁ ସ୍ଥିତି ସ୍ୱାଭାବିକ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯେଉଁ ଆଲୋଚନା କରିଛନ୍ତି ତାହାର ସଫଳତାର ପରିଣାମ ମଙ୍ଗଳବାର ଜଣାପଡ଼ିବ। ରାଜ୍ୟରେ ବର୍ତ୍ତମାନ ୧୪ ଲକ୍ଷ ଟନ ଆଳୁ ଆବଶ୍ୟକ ହେଉଥିବା ବେଳେ ମାତ୍ର ରାଜ୍ୟରୁ ଉତ୍ପାଦିତ ଆଳୁ ତାହା ଭରଣା କରିବାକୁ ସକ୍ଷମ ହେଉନାହିଁ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ସେହିପରି ୟୁପିରୁ ଟ୍ରେନ୍‌‌ ଯୋଗେ ନାଫେଡ୍‌‌ ଆଳୁ ଆଣି ବିକ୍ରି କରିବା ପ୍ରସଙ୍ଗରେ ମଧ୍ୟ ଶ୍ରୀ ପଣ୍ଡା କହିଛନ୍ତି ଯେ ୟୁପିରୁ ଆଳୁ କିଣି ଟ୍ରେନରେ ଆଣିବା ପରେ କେମିତି ବିକ୍ରି ହେବ ସେ ନିଷ୍ପତ୍ତି ସରକାର ନେବେ। ତେବେ ଟ୍ରେନରେ ପୁରା ରାକରେ ୫୫ ଟି ବଗି ରହୁଛି। ଗୋଟିଏ ବଗିରେ ୬୦୦ କୁଇଣ୍ଟାଲ୍‌‌ ଆଳୁ ରହିପାରିବ। ଏହା ଆସିବାକୁ କେତେଦିନ ଲାଗିବ, ପହଞ୍ଚିବା ପରେ କେତେଦିନ ଖାଦ୍ୟ ଉପଯୋଗୀ ହୋଇ ରହିପାରିବ ତାହା ଆଳୁ ଆସିବା ପରେ ଜଣାପଡ଼ିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର