ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା : ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

The Sakala Picture
Published On

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତିଙ୍କୁ ଗିରଫ କରିଛି। ଗତକାଲି କ୍ରାଇମବ୍ରାଞ୍ଚ୍‌ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଡାକି ୩ ଘଣ୍ଟା ଜେରା କରି ଛାଡିଥିବା ବେଳେ ଆଜି ତାଙ୍କୁ ଗରିଫ କରିଛି। କିଭଳି ଓ କେଉଁ ପରିସ୍ଥିତିରେ ଓଟିଇଟି ଭଳି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡ ଉପ-ସଭାପତିଙ୍କ […]

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତିଙ୍କୁ ଗିରଫ କରିଛି। ଗତକାଲି କ୍ରାଇମବ୍ରାଞ୍ଚ୍‌ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଡାକି ୩ ଘଣ୍ଟା ଜେରା କରି ଛାଡିଥିବା ବେଳେ ଆଜି ତାଙ୍କୁ ଗରିଫ କରିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ପ୍ରଭାବ: ଓଡ଼ିଶାର ୬ ଜିଲ୍ଲା ପାଇଁ 'ରେଡ୍ ୱାର୍ଣ୍ଣିଂ', ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

କିଭଳି ଓ କେଉଁ ପରିସ୍ଥିତିରେ ଓଟିଇଟି ଭଳି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡ ଉପ-ସଭାପତିଙ୍କ ଲାପଟପ୍‌କୁ ଆସିଲା ଓ ଡାଟା ଏଣ୍ଟ୍ରି ଅପରେଟର୍‌ଜଣଙ୍କ କାହିଁକି ଏହି ଲାପଟପ୍‌ ବ୍ୟବହାର କରି ପେନଡ୍ରାଇଭ୍‌ ଜରିଆରେ ପ୍ରଶ୍ନପତ୍ର ନେଇଗଲେ, ସେ ସଂପର୍କରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗୁଡ଼େଇତୁଡ଼େଇ ଗତକାଲି ପ୍ରଶ୍ନ କରିଥିଲା। ସେହିଭଳି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛାପା ସଂସ୍ଥାଠାରୁ ହ୍ବାଟସଆପ୍‌ କି ଇ-ମେଲରେ ପ୍ରଶ୍ନପତ୍ର କପି ଆସିଥିଲା କି ନାହିଁ, ତାହାକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା କରିଛି। ଏପରିକି, ଛପାସଂସ୍ଥା ସହ ବୋର୍ଡର କେଉଁ କର୍ମକର୍ତ୍ତାଙ୍କ ସମ୍ପର୍କ ରହିଛି, ତାହା ମଧ୍ୟ ତଦନ୍ତ ପରିସରକୁ ଆସିଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅକୱାନ’ ପ୍ରଭାବ: ପର୍ଯ୍ୟଟକଙ୍କ ପାଇଁ ୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଅପରପକ୍ଷେ, ବୋର୍ଡ ଉପସଭାପତିଙ୍କ ସମେତ ଉତ୍ତରଦାୟୀ ଅନ୍ୟ କର୍ମକର୍ତ୍ତାମାନେ ସେମାନଙ୍କ ପଦ ନ ଛାଡ଼ିଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷାବିତ୍‌ ମହଲରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଆସନ୍ତା ଅଗଷ୍ଟ ୩୧ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାର ସୁପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ବିଜେପିର ବଡ଼ ପରାଜୟ ପରେ ବିଜେଡିର କଟାକ୍ଷ: ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ବି ସମଦଶା ଭୋଗିବ ବିଜେପି

ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସନ୍ଦେହଘେରକୁ ଆସିଥିବା ବୋର୍ଡ କର୍ମକର୍ତ୍ତା, ଅଧିକାରୀ ଓ ଅନ୍ୟ କର୍ମଚାରୀମାନଙ୍କର ଅଗଷ୍ଟ ୩୧ରେ ହେବାକୁ ଥିବା ଏହି ପରୀକ୍ଷା ପରିଚାଳନାରେ ଭୂମିକା ରହିବ ନା ସେମାନଙ୍କୁ ଏହି ଦାୟିତ୍ବରୁ ଅପସାରଣ କରାଯିବ, ତାହା ବର୍ତ୍ତମାନ ସୁଦ୍ଧା ବୋର୍ଡ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଅନ୍ୟପଟରେ ବୋର୍ଡ ଉପସଭାପତିଙ୍କ ଆଉ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବି ଗତକାଲି ଜେରା କରାଯିବା ସହ କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଛି।

ସେପଟେ କୋରାପୁଟ ଜୟପୁରର ଶିବା ନାମକ ଜେରକ୍ସ ଦୋକାନରେ ପ୍ରଶ୍ନପତ୍ରର ଫଟୋକପି ବାହାର କରାଯାଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଗତକାଲି ଉକ୍ତ ଦୋକାନ ମାଲିକଙ୍କ ବୟାନକୁ ମାଜିେଷ୍ଟ୍ରଟ୍‌ଙ୍କ ସମ୍ମୁଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରେକର୍ଡ କରାଯାଇଛି। କୋରାପୁଟ ସମେତ କେତେକ ଜିଲ୍ଲାରେ ଓଟିଇଟି ଆଶାୟୀ ପରୀକ୍ଷାର୍ଥୀ ମାନେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପାଇବା ପାଇଁ ୫ରୁ ୧୦ହଜାର ଟଙ୍କା ଯାଏଁ ଦେଇଥିବା ଅଭିଯୋଗ ଉଠିଛି। ତେବେ ଆଜି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରାଯିବା ପରେ ଆଗକୁ ଆଉ କିଏ କିଏ ଗିରଫ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର