‘ଓଡ଼ିଶା-ମୋ ପରିବାର’ ଦ୍ୱାରା ସାଉଦିଆରବରୁ ପ୍ରବାସୀ ଓଡ଼ିଆ ଉଦ୍ଧାର

The Sakala Picture
Published On

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ଶେଖ୍‍ ଜଲାଲୁଦ୍ଦିନ, ଶେଖ୍‍ ସଲମାନ୍‍, ଶେଖ୍‍ ଇମ୍ରାନ୍‍ ଓ ଯମଧରପୁରର ଶେଖ୍‍ ଅବଦୁଲ ଖଲିଦ୍‍, ଶେଖ ନୌସାଦ୍‍ ଅଲ୍ଲିଙ୍କୁ ସୁଦୂର ସାଉଦି ଆରବିଆ ଦେଶରୁ ଉଦ୍ଧାର କରିଛି ‘ଓଡ଼ିଶା-ମୋ ପରିବାର’। ଏହି ୫ଜଣ ସାଉଦିଆରବ ସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେସ୍ତୋରାଁକୁ ଯାଇଥିଲେ। ଚୁକ୍ତିନାମା ଅନୁଯାୟୀ ଖୁବ୍‍ କମ୍‍ ଦରମା ଦେବା ସହ ଜୋର କରି ସେମାନଙ୍କଠାରୁ ପେମେଣ୍ଟ ଭାଉଚରରେ ଦସ୍ତଖତ ନେଉଥିଲେ ହୋଟେଲ ମାଲିକ। ପ୍ରତିଦିନ ୨୦ଘଣ୍ଟା […]

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ଶେଖ୍‍ ଜଲାଲୁଦ୍ଦିନ, ଶେଖ୍‍ ସଲମାନ୍‍, ଶେଖ୍‍ ଇମ୍ରାନ୍‍ ଓ ଯମଧରପୁରର ଶେଖ୍‍ ଅବଦୁଲ ଖଲିଦ୍‍, ଶେଖ ନୌସାଦ୍‍ ଅଲ୍ଲିଙ୍କୁ ସୁଦୂର ସାଉଦି ଆରବିଆ ଦେଶରୁ ଉଦ୍ଧାର କରିଛି ‘ଓଡ଼ିଶା-ମୋ ପରିବାର’। ଏହି ୫ଜଣ ସାଉଦିଆରବ ସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେସ୍ତୋରାଁକୁ ଯାଇଥିଲେ। ଚୁକ୍ତିନାମା ଅନୁଯାୟୀ ଖୁବ୍‍ କମ୍‍ ଦରମା ଦେବା ସହ ଜୋର କରି ସେମାନଙ୍କଠାରୁ ପେମେଣ୍ଟ ଭାଉଚରରେ ଦସ୍ତଖତ ନେଉଥିଲେ ହୋଟେଲ ମାଲିକ। ପ୍ରତିଦିନ ୨୦ଘଣ୍ଟା କାମ କରାଇବା ସହ ପାସପୋର୍ଟ ଛଡାଇ ନେଇ ଅତ୍ୟାଚାର କରୁଥିବାରୁ ମାନସିକ ଚାପଗ୍ରସ୍ତ ହୋଇ ସେମାନଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ଗୁହାରି କରିଥିଲେ। ଏ ସମ୍ପର୍କରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ପାଇ ଓଡ଼ିଶା ମୋ ପରିବାରକୁ ଅବଗତ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଓଡ଼ିଶା ମୋ ପରିବାର ସଙ୍ଗେସଙ୍ଗେ ଏହି ବିଷୟକୁ ବିଚାରକୁ ନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲା। ବାହାରିନର ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା ମୋ ପରିବାରର ନିଯୁକ୍ତ ସ୍ପୋକ ସଦସ୍ୟ ସଦସ୍ୟ ଡ. ଅରୁଣ କୁମାର ପ୍ରହରାଜ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‍ ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରି ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଶ୍ରୀ ପ୍ରହରାଜ ଏବଂ ଓଡ଼ିଶା ମୋ ପରିବାର ସେମାନଙ୍କୁ ଆଣିବା ପାଇଁ ଗତ ନଭେମ୍ୱର ମାସରୁ ନିରନ୍ତର ପ୍ରୟାସ ଜାରି ରଖିଥିବା ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଡ. ସସ୍ମିତ ପାତ୍ରଙ୍କର ଏହି ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଜାନୁଆରୀ ମାସ ୩୧ତାରିଖରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଓଡ଼ିଶା ଅଣାଯାଇଥିଲା। ଡ. ଅରୁଣ କୁମାର ପ୍ରହରାଜ ଦୁବାଇରୁ କୋଲକାତା ପର୍ଯ୍ୟନ୍ତ ଯାତାୟତ ବ୍ୟବସ୍ଥା କରିଥିବା ବେଳେ କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରୁ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ସେମାନଙ୍କ ଗ୍ରାମକୁ ଷପରିବା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଗ୍ରାମବାସୀ ଓ ପରିବାର ବର୍ଗଙ୍କ ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଉପସ୍ଥିତ ଥିଲେ। ତେବେ ୫ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ୨ ଜଣ ଏବେବି ସେଠାରେ ଅଛନ୍ତି। ଓଡ଼ିଶା ମୋ ପରିବାର ଏବଂ ଡ. ଅରୁଣ ପ୍ରହରାଜଙ୍କ ଦ୍ୱାରା ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସନ୍ଧାନୀ କୁକୁର ଓ ବମ୍‌ ସ୍କ୍ୱାର୍ଡର ତଦନ୍ତ

03 Feb 2022 By The Sakala

‘ଓଡ଼ିଶା-ମୋ ପରିବାର’ ଦ୍ୱାରା ସାଉଦିଆରବରୁ ପ୍ରବାସୀ ଓଡ଼ିଆ ଉଦ୍ଧାର

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ଶେଖ୍‍ ଜଲାଲୁଦ୍ଦିନ, ଶେଖ୍‍ ସଲମାନ୍‍, ଶେଖ୍‍ ଇମ୍ରାନ୍‍ ଓ ଯମଧରପୁରର ଶେଖ୍‍ ଅବଦୁଲ ଖଲିଦ୍‍, ଶେଖ ନୌସାଦ୍‍ ଅଲ୍ଲିଙ୍କୁ ସୁଦୂର ସାଉଦି ଆରବିଆ ଦେଶରୁ ଉଦ୍ଧାର କରିଛି ‘ଓଡ଼ିଶା-ମୋ ପରିବାର’। ଏହି ୫ଜଣ ସାଉଦିଆରବ ସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେସ୍ତୋରାଁକୁ ଯାଇଥିଲେ। ଚୁକ୍ତିନାମା ଅନୁଯାୟୀ ଖୁବ୍‍ କମ୍‍ ଦରମା ଦେବା ସହ ଜୋର କରି ସେମାନଙ୍କଠାରୁ ପେମେଣ୍ଟ ଭାଉଚରରେ ଦସ୍ତଖତ ନେଉଥିଲେ ହୋଟେଲ ମାଲିକ। ପ୍ରତିଦିନ ୨୦ଘଣ୍ଟା କାମ କରାଇବା ସହ ପାସପୋର୍ଟ ଛଡାଇ ନେଇ ଅତ୍ୟାଚାର କରୁଥିବାରୁ ମାନସିକ ଚାପଗ୍ରସ୍ତ ହୋଇ ସେମାନଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ଗୁହାରି କରିଥିଲେ। ଏ ସମ୍ପର୍କରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ପାଇ ଓଡ଼ିଶା ମୋ ପରିବାରକୁ ଅବଗତ କରିଥିଲେ।

ଓଡ଼ିଶା ମୋ ପରିବାର ସଙ୍ଗେସଙ୍ଗେ ଏହି ବିଷୟକୁ ବିଚାରକୁ ନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲା। ବାହାରିନର ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା ମୋ ପରିବାରର ନିଯୁକ୍ତ ସ୍ପୋକ ସଦସ୍ୟ ସଦସ୍ୟ ଡ. ଅରୁଣ କୁମାର ପ୍ରହରାଜ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‍ ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରି ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଶ୍ରୀ ପ୍ରହରାଜ ଏବଂ ଓଡ଼ିଶା ମୋ ପରିବାର ସେମାନଙ୍କୁ ଆଣିବା ପାଇଁ ଗତ ନଭେମ୍ୱର ମାସରୁ ନିରନ୍ତର ପ୍ରୟାସ ଜାରି ରଖିଥିବା ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଡ. ସସ୍ମିତ ପାତ୍ରଙ୍କର ଏହି ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଥିଲା।

ଜାନୁଆରୀ ମାସ ୩୧ତାରିଖରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଓଡ଼ିଶା ଅଣାଯାଇଥିଲା। ଡ. ଅରୁଣ କୁମାର ପ୍ରହରାଜ ଦୁବାଇରୁ କୋଲକାତା ପର୍ଯ୍ୟନ୍ତ ଯାତାୟତ ବ୍ୟବସ୍ଥା କରିଥିବା ବେଳେ କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରୁ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ସେମାନଙ୍କ ଗ୍ରାମକୁ ଷପରିବା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଗ୍ରାମବାସୀ ଓ ପରିବାର ବର୍ଗଙ୍କ ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଉପସ୍ଥିତ ଥିଲେ। ତେବେ ୫ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ୨ ଜଣ ଏବେବି ସେଠାରେ ଅଛନ୍ତି। ଓଡ଼ିଶା ମୋ ପରିବାର ଏବଂ ଡ. ଅରୁଣ ପ୍ରହରାଜଙ୍କ ଦ୍ୱାରା ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର