ପୁରୀରେ ନିଃଶୁଳ୍କ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ

Madhusudan Das Picture
Published On

ପୁରୀ: ପବିତ୍ର କାର୍ତ୍ତିକ ମାସରେ ପୁରୀରେ ବ୍ରତ ପାଳନ କରିବାକୁ ଇଚ୍ଛୁକ ହବିଷ୍ୟାଳୀମାନଙ୍କ ପାଇଁ ଆଜିଠାରୁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ରହଣି ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋକେସନାଲ ଶିକ୍ଷକଙ୍କୁ ମିଳିନି ୬ ମାସର ଦରମା, ବିଭିନ୍ନ ସ୍ଥାନରେ ୫ମାସ ହେଲାଣି ମିଳିନି ବାର୍ଦ୍ଧକ୍ୟ ଭତ୍ତା

ଚଳିତ ବର୍ଷ କାର୍ତ୍ତିକ ବ୍ରତ ଅକ୍ଟୋବର ୨୬ ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ପାଳନ କରାଯିବ। ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ମୋଟ ୨,୫୦୦ ହବିଷ୍ୟାଳୀଙ୍କୁ ପୁରୀରେ ମାଗଣା ରହଣି ଏବଂ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ। ମନୋନୀତ ମହିଳାମାନଙ୍କୁ ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏହା ସହିତ ସେମାନଙ୍କୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହ ମାଗଣା ମହାପ୍ରସାଦ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ନବୀନଙ୍କୁ ଭେଟିଲେ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି କାଉନସିଲର ଓ ନେତୃବୃନ୍ଦ; ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ଆଲୋଚନା

ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ମହିଳାମାନେ ଏହି ସୁବିଧା ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଆଗ୍ରହୀ ମହିଳାମାନେ ଓଡ଼ିଶା ସରକାରଙ୍କ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ୍ https://edistrict.odisha.gov.in ମାଧ୍ୟମରେ ଅନଲାଇନରେ ନିଜର ଆବେଦନ ଦାଖଲ କରିପାରିବେ। ନିର୍ଦ୍ଧାରିତ କୋଟା ପୂରଣ ହେବା ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ପ୍ରକ୍ରିୟା ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିଜେଡି ମିଡିଆ ସେଲ୍‌ ପୁନର୍ଗଠିତ, ୧୦ ଜାତୀୟ ମୁଖପାତ୍ରଙ୍କ ସହ ମୋଟ୍‌ ୧୦୫ ଜଣଙ୍କୁ ଦାୟିତ୍ୱ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର