‘ଓଡ଼ିଶା’କୁ ପୁଣି ‘ଓରିଶା’ କରିଦେଲେ ଅଧିକାରୀ, ଲୋକଙ୍କ ପ୍ରଶ୍ନ କ’ଣ ଏଇଟା ଓଡ଼ିଆ ଅସ୍ମିତା?
ଭୁବନେଶ୍ୱର : ଓଡ଼ିଆ ଅସ୍ମିତାକୁ ଫେରିଲା ଓରିଶା। ୨୦୧୧ ମସିହାରୁ ରାଜ୍ୟର ନାମ ପରିବର୍ତ୍ତନ ହୋଇ ଓରିଶାରୁ ଓଡ଼ିଶା ହେଲା। ସେହି ଦିନଠାରୁ କେବଳ ଉଚ୍ଚ ନ୍ୟାୟାଳୟକୁ ଛାଡ଼ି ବାକି ସବୁଠି ରାଜ୍ୟର ନାମ ଓଡ଼ିଶା ଉଲ୍ଲେଖ କରାଯାଉଛି । ଏହି ନାମକୁ ଭୁଲି ପୁଣି ଥରେ ରାଜ୍ୟ ସରକାର ଓରିଶା ପ୍ରୀତିରେ ପଡ଼ିଛନ୍ତି। ଗୁରୁବାର ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳପରିବର୍ତ୍ତନ ବିଭାଗ ପକ୍ଷରୁ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। […]
ଭୁବନେଶ୍ୱର : ଓଡ଼ିଆ ଅସ୍ମିତାକୁ ଫେରିଲା ଓରିଶା। ୨୦୧୧ ମସିହାରୁ ରାଜ୍ୟର ନାମ ପରିବର୍ତ୍ତନ ହୋଇ ଓରିଶାରୁ ଓଡ଼ିଶା ହେଲା। ସେହି ଦିନଠାରୁ କେବଳ ଉଚ୍ଚ ନ୍ୟାୟାଳୟକୁ ଛାଡ଼ି ବାକି ସବୁଠି ରାଜ୍ୟର ନାମ ଓଡ଼ିଶା ଉଲ୍ଲେଖ କରାଯାଉଛି । ଏହି ନାମକୁ ଭୁଲି ପୁଣି ଥରେ ରାଜ୍ୟ ସରକାର ଓରିଶା ପ୍ରୀତିରେ ପଡ଼ିଛନ୍ତି। ଗୁରୁବାର ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳପରିବର୍ତ୍ତନ ବିଭାଗ ପକ୍ଷରୁ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ‘ଗଭର୍ଣ୍ଣମେଣ୍ଟ ଅଫ୍ ଓରିଶା’ ଲେଖାଯାଇଛି। କେଉଁ ପରିସ୍ଥିତିରେ ଓ କାହିଁକି ସରକାର ଓଡ଼ିଶା ପରିବର୍ତ୍ତେ ଓରିଶା ଲେଖୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଏହା ଓଡ଼ିଆ ଅସ୍ମିତାକୁ ବୋଲି କେହିକେହି ପ୍ରଶ୍ନ କରିଛନ୍ତି ।
ବ୍ରିଟିଶ ରାଜତ୍ୱ ସମୟରୁ ଓଡିଶାର ନାମକୁ ଅପଭ୍ରଂଶ କରାଯାଇ ଇଂରାଜୀରେ “ଓରିଶା’ ଓ ହିନ୍ଦୀରେ “ଉଡିଆ’ ବୋଲି ଲେଖାଯାଉଥିଲା। ଭାରତୀୟ ସମ୍ୱିଧାନରେ ବି ରାଜ୍ୟମାନଙ୍କ ତାଲିକାରେ ଏହା ଇଂରାଜୀରେ ଓରିଶା ଓ ହିନ୍ଦୀରେ ଉଡ଼ିଆ ବୋଲି ରହିଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଦେଶ ସ୍ୱାଧୀନତା ଓ ସମ୍ୱିଧାନ ଲାଗୁହେବା ପରେ ବି ଦୀର୍ଘବର୍ଷ ଧରି ଏହି ତ୍ରୁଟି ସଂଶୋଧନ କରାଯାଇ ନ ଥିଲା। ତେବେ ବିଭିନ୍ନ ମହଲରୁ ପ୍ରବଳ ଦାବି ଏହାକୁ ନେଇ ବିଭିନ୍ନ ସଂଗଠନ ଓ ମଞ୍ଚ ପକ୍ଷରୁ ବାରମ୍ୱାର ପ୍ରତିବାଦ ବଢ଼ିଥିଲା। ଏହାକୁ ନେଇ ତ୍ରୁଟି ସଂଶୋଧନ ପାଇଁ ଗତ ୨୦୦୮ ଅଗଷ୍ଟ ୨୮ ତାରିଖରେ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ପରେ ରାଜ୍ୟ ସରକାରଙ୍କ ସୁପାରିଶ ମୁତାବକ କେନ୍ଦ୍ର ସରକାର ସମ୍ୱିଧାନରେ ସଂଶୋଧନ ଆଣି ରାଜ୍ୟର ନାମକୁ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଓଡ଼ିଶା କରାଇଥିଲେ।

ଏଥିପାଇଁ ୨୦୧୦ ମସିହା ନଭେମ୍ୱର ୯ ତାରିଖରେ ଏକ ସ୍ୱତନ୍ତ୍ର ବିଲ୍ ଲୋକସଭାରେ ପାରିତ ହେବା ସହ ୨୦୧୧ ମାର୍ଚ୍ଚ ୨୪ ତାରିଖରେ ସଂଶୋଧନ ହୋଇ ରାଜ୍ୟସଭାରେ ମଧ୍ୟ ବିଲ୍ ଗୃହୀତ ହୋଇଥିଲା। ଏହାପରେ ୨୦୧୧ ନଭେମ୍ୱର ୪ ତାରିଖରେ ରାଷ୍ଟ୍ରପତି ସଂସଦରେ ପାରିତ ଏହି ବିଧେୟକକୁ ବିଧିବଦ୍ଧ ଭାବେ ଗ୍ରହଣ କରିବା ପରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେବେଠାରୁ ରାଜଭବନ, ବିଧାନସଭା, ସିଚିବାଳୟ ସମେତ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଇଂରାଜୀ ଓ ହିନ୍ଦୀରେ ରାଜ୍ୟର ନାମ ଓଡ଼ିଶା ଓ ଭାଷା ଓଡ଼ିଆ ବୋଲି ପ୍ରଚଳନ ହୋଇଆସୁଛି। ଏହି ନାମ ପରିବର୍ତ୍ତନ ପରେ ଯାନବାହାନର ପଞ୍ଜିକରଣ ନମ୍ୱରରେ “ଓଆର’ ପରିବର୍ତ୍ତେ “ଓଡି’ ମଧ୍ୟ ବ୍ୟବହୃତ ହେଉଛି।
ଏହି ଜଟିଳ ପ୍ରକ୍ରିୟା ପରେ ରାଜ୍ୟର ନାମ ପରିବର୍ତ୍ତନ ହୋଇଥିବା ବେଳେ ବର୍ତ୍ତମାନ କେବଳ ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ଛାଡ଼ି ବାକି ପ୍ରାୟ ସବୁ ସ୍ଥାନରେ ଓ ଅଫିସ୍ ବିଜ୍ଞପ୍ତି ଆଦିରେ ଓଡ଼ିଶା ହିଁ ପ୍ରଚଳିତ ହୋଇ ଆସୁଛି। ହେଲେ ରାଜ୍ୟ ବନ ବିଭାଗ ପୁଣି ଥରେ ନିଜ ବିଜ୍ଞପ୍ତି ଓଡ଼ିଶା ବଦଳରେ ଓରିଶା ବ୍ୟବହାର କରି ପୁରୁଣା ପାଠକୁ ଫେରିଛି। ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହିବା ସହ ଚଳିତ ଓଡ଼ିଆ ପକ୍ଷ ପାଳନ କରିଛନ୍ତି। ମାତ୍ର ଓଡ଼ିଶା ନାମକୁ ପରିବର୍ତ୍ତନ କରି ଓରିଶା କରି ସରକାର ଓଡ଼ିଆ ଅସ୍ମିତାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।






