ସହରାଞ୍ଚଳ ଘର ନିର୍ମାଣରେ ଉତ୍ତମ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାରଙ୍କଠୁ ପୁରସ୍କୃତ ହେବ ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ (ସହର) ନିର୍ମାଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଓଡ଼ିଶା ପୁରସ୍କୃତ ହେବ। କେନ୍ଦ୍ର ନଗର ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ୱତନ୍ତ୍ର ବର୍ଗ ପୁରସ୍କାର କ୍ଷେତ୍ରରେ ଓଡ଼ିଶା ‘ବେଷ୍ଟ ପଲିସି ଇନିସିଏଟିଭ୍‌‌’ ପାଇଁ ପୁରସ୍କୃତ ହେବ। ଗରିବ ଲୋକମାନଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଦାନ କରାଯାଉଥିବା ସରକାରୀ ସହୟତାରେ କେମିତି ଲୋକମାନେ ତୁରନ୍ତ ଗୃହ ନିର୍ମାଣ କରିବେ ଓ ଏହି ଅର୍ଥ ସେମାନେ ପାଇପାରିବେ […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ (ସହର) ନିର୍ମାଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଓଡ଼ିଶା ପୁରସ୍କୃତ ହେବ। କେନ୍ଦ୍ର ନଗର ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ୱତନ୍ତ୍ର ବର୍ଗ ପୁରସ୍କାର କ୍ଷେତ୍ରରେ ଓଡ଼ିଶା ‘ବେଷ୍ଟ ପଲିସି ଇନିସିଏଟିଭ୍‌‌’ ପାଇଁ ପୁରସ୍କୃତ ହେବ। ଗରିବ ଲୋକମାନଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଦାନ କରାଯାଉଥିବା ସରକାରୀ ସହୟତାରେ କେମିତି ଲୋକମାନେ ତୁରନ୍ତ ଗୃହ ନିର୍ମାଣ କରିବେ ଓ ଏହି ଅର୍ଥ ସେମାନେ ପାଇପାରିବେ ସେନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ପୁରୀରେ ନିମ୍ନମାନର ଓ ଭେଜାଲ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ: ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କଡ଼ା ପଦକ୍ଷେପ

କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମଏୱାଇ-ୟୁ ପୁରସ୍କାର-୨୦୨୧ ରେ ୧୫୦ ଦିନର ଚ୍ୟାଲେଞ୍ଜ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ୧୫୦ ଦିନରେ ହିତାଧିକାରୀମାନେ କିପରି ଘର କରିବେ ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ଅନ୍ୟମାନେ ଉତ୍ସାହିତ ହେବା ସହିତ ଗୃହ ନିର୍ମାଣ କ୍ଷେତ୍ରରେ ସଫଳତା ମିଳିବ ବୋଲି ଲକ୍ଷ୍ୟ ରହିଛି। ଏହି ଆଧାରରେ ଓଡ଼ିଶା ପୁରସ୍କୃତ ହେବା ସହିତ ଓଡ଼ିଶାର ୩ ଜଣ ହିତାଧିକାରୀ ମଧ୍ୟ ପୁରସ୍କୃତ ହେବେ। ଉତ୍ତମ ଗୃହ ନିର୍ମାଣ ଶ୍ରେଣୀ ପୁରସ୍କାର କ୍ଷେତ୍ରରେ ଏହି ୩ ଜଣ ପୁରସ୍କୃତ ହେବେ। ଧାମନଗର ଏନ୍‌‌ଏସିର ବାଇନ ଜେନା, ଚୌଦାର ମ୍ୟୁନିସିପାଲଟିର ବାବନ ଖିଲାର ଓ କାଶିନଗର ଏନ୍‌‌ଏସିର ପୋଲକି ସଞ୍ଜୀବ ରାଓଙ୍କୁ ପୁରସ୍କୃତ କରାଯିବ। ଆସନ୍ତା ୧୭-୧୯ ତାରିଖ ଗୁଜୁରାଟର ରାଜକୋଟରେ ହେବାକୁ ଥିବା ଭାରତୀୟ ସହରାଞ୍ଚଳ ଗୃହ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ଓଡ଼ିଶା ସମେତ ପୁରସ୍କାର ପାଇଥିବା ହିତାଧିକାରୀମାନଙ୍କୁ ପୁରସ୍କୃତ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ହଷ୍ଟେଲ ଛାତରୁ ଖସିପଡ଼ି ନାଇଜର ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର