ଓଡ଼ିଶା ପୁଲିସର ଦୁଇ କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

The Sakala Picture
Published On

ନୂଆଦିଲ୍ଲୀ: ଓଡ଼ିଶା ପୁଲିସର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ବୀରତା, ସାହସିକତା ଓ ଆତ୍ମ ବଳିଦାନ ପାଇଁ ଦୁଇ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ସମ୍ମାନ ପ୍ରଦାନ କରାଯାଇଛି । ସେମାନେ ହେଲେ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁ। ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦ ଦେବାଶିଷଙ୍କ ବାପା ମାଆ ଓ ସହିଦ ସୁଧିରଙ୍କ ମାଆଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ […]

ନୂଆଦିଲ୍ଲୀ: ଓଡ଼ିଶା ପୁଲିସର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ବୀରତା, ସାହସିକତା ଓ ଆତ୍ମ ବଳିଦାନ ପାଇଁ ଦୁଇ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ସମ୍ମାନ ପ୍ରଦାନ କରାଯାଇଛି । ସେମାନେ ହେଲେ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁ। ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦ ଦେବାଶିଷଙ୍କ ବାପା ମାଆ ଓ ସହିଦ ସୁଧିରଙ୍କ ମାଆଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନାରେ ନିୟୋଜିତ ଘରୋଇ ଶିକ୍ଷକଙ୍କୁ ଅଟକାଇଲେ ସ୍କୁଲ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଜଣ ବୀର ଓଡ଼ିଆଙ୍କୁ ଏହି ସମ୍ମାନ ମିଳିଛି। କଳାହାଣ୍ଡିରେ ନକ୍ସଲ ବିରୋଧୀ ଅପରେସନରେ ଅସୀମ ବୀରତ୍ୱ, ନିଷ୍ଠା ଓ ସାହାସିକତା ଦେଖାଇ ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ ଏହି ଦୁଇ ଏସ୍‌ଓଜି ଯବାନ।ଏହି ସମ୍ମାନ ମିଳିବା ନେଇ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ନାଁ ଘୋଷଣା ହୋଇଥିଲା। ଶୌର୍ଯ୍ୟଚକ୍ର ପୁରସ୍କାର ଭାରତୀୟ ସାମରିକ ଶୃଙ୍ଖଳାର ଅତି ଉଚ୍ଚ ସମ୍ମାନ। ଯାହା ପାଇବାକୁ ଦୁଇ ଓଡ଼ିଆ ହକଦାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି

ସୂଚନାଯୋଗ୍ୟ ୮ ସେପ୍ଟେମ୍ବର ୨୦୨୦ କଳାହାଣ୍ଡି ମଦନପୁର-ରାମପୁରର ଥାନା ସିକ୍ରି ଗାଁ ନିକଟରୁ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିଥିବା ଖବର ଆସିଥିଲା। ଜିଲ୍ଲା ପୁଲିସ ଏ ସୂଚନା ପାଇବା ମାତ୍ରେ ତୁରନ୍ତ ଅପରେସନରେ ବାହାରିଥିଲା। ଯେଉଁଥିରେ ୧୭ ଜଣିଆ ଏସ୍ଓଜି ଟିମ୍ ରହିଥିଲେ। ଘଞ୍ଚ ଜଙ୍ଗଲ ଭିତରେ ପହଞ୍ଚିବା ବେଳକୁ ଟିମକୁ ଘେରିସାରିଥିଲେ ମାଓବାଦୀ କମାଣ୍ଡୋମାନେ। ଏହାପର ଦିନ ସିରକି ଗାଁ ନିକଟରେ ଥିବା ଏକ ପାହାଡ଼ ଉପରେ ଲୁଚି ରହିଥିବା ମାଓବାଦୀମାନେ ପୁଲିସ ଟିମ୍ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଦେବାଶିଷ ଓ ସୁଧୀର ବୀରତାର ସହ ମାଓ ଗୁଳିର କଡ଼ା ଜବାବ ଦେଇ ସାଧାରଣ ଲୋକଙ୍କ ସୁରକ୍ଷା କରିଥିଲେ । ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇଥିବା ବେଳେ ସହିଦ ହୋଇଥିଲେ ଦେବାଶିଷ ଓ ସୁଧୀର ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ: ଆଇନ ମନ୍ତ୍ରୀ

31 May 2022 By The Sakala

ଓଡ଼ିଶା ପୁଲିସର ଦୁଇ କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀ: ଓଡ଼ିଶା ପୁଲିସର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ବୀରତା, ସାହସିକତା ଓ ଆତ୍ମ ବଳିଦାନ ପାଇଁ ଦୁଇ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ସମ୍ମାନ ପ୍ରଦାନ କରାଯାଇଛି । ସେମାନେ ହେଲେ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁ। ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦ ଦେବାଶିଷଙ୍କ ବାପା ମାଆ ଓ ସହିଦ ସୁଧିରଙ୍କ ମାଆଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଜଣ ବୀର ଓଡ଼ିଆଙ୍କୁ ଏହି ସମ୍ମାନ ମିଳିଛି। କଳାହାଣ୍ଡିରେ ନକ୍ସଲ ବିରୋଧୀ ଅପରେସନରେ ଅସୀମ ବୀରତ୍ୱ, ନିଷ୍ଠା ଓ ସାହାସିକତା ଦେଖାଇ ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ ଏହି ଦୁଇ ଏସ୍‌ଓଜି ଯବାନ।ଏହି ସମ୍ମାନ ମିଳିବା ନେଇ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ନାଁ ଘୋଷଣା ହୋଇଥିଲା। ଶୌର୍ଯ୍ୟଚକ୍ର ପୁରସ୍କାର ଭାରତୀୟ ସାମରିକ ଶୃଙ୍ଖଳାର ଅତି ଉଚ୍ଚ ସମ୍ମାନ। ଯାହା ପାଇବାକୁ ଦୁଇ ଓଡ଼ିଆ ହକଦାର ହୋଇଛନ୍ତି।

ସୂଚନାଯୋଗ୍ୟ ୮ ସେପ୍ଟେମ୍ବର ୨୦୨୦ କଳାହାଣ୍ଡି ମଦନପୁର-ରାମପୁରର ଥାନା ସିକ୍ରି ଗାଁ ନିକଟରୁ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିଥିବା ଖବର ଆସିଥିଲା। ଜିଲ୍ଲା ପୁଲିସ ଏ ସୂଚନା ପାଇବା ମାତ୍ରେ ତୁରନ୍ତ ଅପରେସନରେ ବାହାରିଥିଲା। ଯେଉଁଥିରେ ୧୭ ଜଣିଆ ଏସ୍ଓଜି ଟିମ୍ ରହିଥିଲେ। ଘଞ୍ଚ ଜଙ୍ଗଲ ଭିତରେ ପହଞ୍ଚିବା ବେଳକୁ ଟିମକୁ ଘେରିସାରିଥିଲେ ମାଓବାଦୀ କମାଣ୍ଡୋମାନେ। ଏହାପର ଦିନ ସିରକି ଗାଁ ନିକଟରେ ଥିବା ଏକ ପାହାଡ଼ ଉପରେ ଲୁଚି ରହିଥିବା ମାଓବାଦୀମାନେ ପୁଲିସ ଟିମ୍ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଦେବାଶିଷ ଓ ସୁଧୀର ବୀରତାର ସହ ମାଓ ଗୁଳିର କଡ଼ା ଜବାବ ଦେଇ ସାଧାରଣ ଲୋକଙ୍କ ସୁରକ୍ଷା କରିଥିଲେ । ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇଥିବା ବେଳେ ସହିଦ ହୋଇଥିଲେ ଦେବାଶିଷ ଓ ସୁଧୀର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର