ଭିଜିଲାନ୍ସ ଜାଲରେ ମିର୍ଗିନେଣ୍ଡି ପିଇଓ, ୧୮,୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ବିଭାଗ

Madhusudan Das Picture
Published On

ବାରିପଦା: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ମିର୍ଗିନେଣ୍ଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)  ପର୍ଶୁରାମ ନାଏକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି । ପର୍ଶୁରାମ ପଞ୍ଚାୟତର ଜଣେ ଠିକା କର୍ମଚାରୀଙ୍କଠାରୁ ତାଙ୍କର ବକେୟା ଓ ନିୟମିତ ପ୍ରାପ୍ୟ ଅନୁମୋଦନ ପାଇଁ ୧୮,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡିବସିଛି। 

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସୂଚନା ଅନୁସାରେ, ଠିକା କର୍ମଚାରୀ ଜଣଙ୍କ  ୨୬.୦୩.୨୦୨୩ ରୁ ୦୩.୦୪.୨୦୨୫ ପର୍ଯ୍ୟନ୍ତ ପ୍ରାପ୍ୟ ପାଇ ନ ଥିଲେ। ବିଡିଓଙ୍କ ଆଦେଶ ସତ୍ତ୍ୱେ ପିଇଓ ଶ୍ରୀ ନାଏକ ପ୍ରାପ୍ୟ ଅନୁମୋଦନ କରିନଥିଲେ। ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ପର୍ଶୁରାମ ନାଏକ ୧୮,୦୦୦ ଟଙ୍କା ଲାଞ୍ଚ ନ ଦେଲେ ପ୍ରାପ୍ୟ ଅନୁମୋଦନ କରିବେ ନାହିଁ ବୋଲି ଧମକ ଦେଉଥିଲେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଅନ୍ୟ କୌଣସି ଉପାୟ ନ ଥିବାରୁ ପ୍ରତାଡ଼ିତ କର୍ମଚାରୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ୍ ମଙ୍ଗଳବାର ଯୋଜନାବଦ୍ଧ ଅପରେସନ୍ କରି ପିଇଓ ପର୍ଶୁରାମ ନାଏକଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିବା ସହିତ ୧୮,୦୦୦ ଟଙ୍କା ଜବତ କରିଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ପୁଲିସ୍ ଷ୍ଟେସନ୍ କେସ୍ ନମ୍ବର ୭/୨୦୨୬ ରେ ଧାରା ୭ ପିସି (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ପର୍ଶୁରାମ ନାଏକଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର