ଦେଶର ୯ ଅତିପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୬; ତାଳଚେର ସ୍ଥିତି ସାଙ୍ଘାତିକ

Madhusudan Das Picture
Published On

ଭୁବନେଶ୍ୱର: ଜୀବନ ଜିଇଁବାର ପ୍ରମୁଖ ମାଧ୍ୟମ ବାୟୁ ବା ପବନ ଏବେ ମଣିଷର ବିଶ୍ୱାସ ହରାଇ ବସିଛି। ଅତି ସମ୍ବେଦନଶୀଳ ଆଡ଼କୁ ଗତି କରୁଛି ରାଜ୍ୟରେ ବାୟୁ ପ୍ରଦୂଷଣ ସ୍ଥିତି। ସଂପ୍ରତି ବାୟୁ ଏତେମାତ୍ରାରେ ବିଷାକ୍ତ ବା ପ୍ରଦୂଷିତ ହୋଇଯାଇଛି ଯେ ନିଃଶ୍ୱାସ-ପ୍ରଶ୍ୱାସ ବେଳେ ନାକ ରୁନ୍ଧି ହୋଇ ଯାଉଛି। ସ୍ୱଚ୍ଛ ବାୟୁ ଟିକିଏ ବିନା ଜୀବନ ଯେମିତି ଦୁର୍ବିସହ ହୋଇଯାଇଛି। ଦେଶ-ବିଦେଶ ସବୁଠି ଏବେ ଏହି ସମସ୍ୟାର ସମାଧାନ ମୁଖ୍ୟ ଆହ୍ୱାନ ହୋଇଛି। ଡାକ୍ତରଙ୍କ ମତରେ ସକାଳ ବୁଲା (ମର୍ଣ୍ଣିଂ ୱାକ୍‌) ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ସାମ୍ପ୍ରତିକ ସ୍ଥିତିରେ ଏହି ‘ସକାଳ ବୁଲା’ ଅହିତକର ସାବ୍ୟସ୍ତ ହେଲାଣି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ଉତ୍କଟ ରୂପ ନେଇଥିବା ବେଳେ ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ରାଜ୍ୟରେ କ୍ରମାଗତ ଭାବେ ଗଲା ୨-୩ ଦିନ ହେବ ଘନ କୁୁହୁଡ଼ି ଲୋକଙ୍କୁ କଲବଲ କରୁଥିବାବେଳେ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ବାୟୁମଣ୍ଡଳରେ ଛୋଟ ଛୋଟ ପାର୍ଟିକିଲ୍‌ (କଣିକା)ମାନ ଭାସମାନ ଅବସ୍ଥାରେ ରହୁଛନ୍ତି। ଏହା ଦିନ ତମାମ୍‌ ରହୁଥିଲେ ମଧ୍ୟ ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ପ୍ରଭାବ ପକାଉଛନ୍ତି। ଫଳସ୍ୱରୂପ ଏବେ ବିନା ମାସ୍କରେ ବୁଲାବୁଲି ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇଛି। ଏହି ସମୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ତଥ୍ୟ ଆହୁରି ଚିନ୍ତା ବଢ଼ାଇଛି। ଶୁକ୍ରବାର ଦେଶର ଅତି ଖରାପ ବାୟୁ ମାନ ଥିବା ୯ ସହର ମଧ୍ୟରେ ରହିଛି ଓଡ଼ିଶାର ୬। ଏହା ମଧ୍ୟରୁ ଦେଶର ସବୁଠୁ ଖରାପ ବାୟୁ ସୂଚୀରେ ଶୀର୍ଷରେ ରହିଛି ତାଳଚେର। ତାଳଚେରରେ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆଇ) ୩୮୦ ରହିଛି ଓ ଏହି ବାୟୁ ସଂସ୍ପର୍ଶରେ ଅଧିକ ସମୟ ଆସିଲେ ବା ବୁଲାବୁଲି କଲେ ଶ୍ୱାସକ୍ରିୟା ଜନିତ ରୋଗ ହେବାର ଆଶଙ୍କା ରହିଛ।  

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

କେବଳ ତାଳଚେର ନୁହେଁ; ତାଲିକାରେ ରାଜ୍ୟର ଅନ୍ୟ ୫ଟି ସହରର ଏକ୍ୟୁଆଇ ମଧ୍ୟ ୩୦୦ ଉପରେ ରହିଛି। କଟକରେ ଏକ୍ୟୁଆଇ ୩୨୪ ରହିଥିବା ବେଳେ, ବାଲେଶ୍ୱରରେ ୩୧୮, ଭୁବନେଶ୍ୱର ୩୧୭, ବାରିପଦା ୩୧୨ ଓ କେନ୍ଦୁଝର ଏକ୍ୟୁଆଇ ୩୧୧ ରହିଛି।  ଓଡ଼ିଶାର ୬ ଟି ସହର ସମେତ ଦେଶର ବିକାନେର୍‌, ସିଙ୍ଗରାଲୁ ଓ ତିରୁପତିରେ ମଧ୍ୟ ଏକ୍ୟୁଆଇ ଯଥାକ୍ରମେ ୩୨୯, ୩୨୦ ଓ ୩୪୧ ରହିଛି। ପୂର୍ବରୁ ରାଜ୍ୟର ପ୍ରଦୂଷିତ ସହର କଥା କହିଲେ କେବଳ ଅନୁଗୁଳ ଓ ତାଳଚେର ଭଳି ସହର କଥା ମନକୁ ଆସୁଥିଲା। ମାତ୍ର ଏବେ ରାଜ୍ୟର ଏକାଧିକ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ରହୁଛି। ବାୟୁର ମାନ ଦିନକୁ ଦିନ ଖରାପ ହେଉଥିବା ହେତୁ ସକାଳେ ଓ ସନ୍ଧ୍ୟାରେ ବାହାରକୁ ଯିବା କମାଇ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏମିତି କି ମର୍ଣ୍ଣିୱାକ୍‌ ନ କରିବାକୁ ମଧ୍ୟ କୁହାଯାଉଛିି। ସକାଳେ ଓ ରାତିରେ ବାୟୁମଣ୍ଡଳରେ ତାପମାତ୍ରା କମ୍‌ ରହୁଥିବା ହେତୁ ଏହି ସମୟରେ କ୍ଷତିକାରକ୍‌ ପିଏମ୍‌ ୨.୫ ପାର୍ଟିକଲ ବାୟୁମଣ୍ଡଳରେ ରହିଥାଏ। ଖରାପଡ଼ିବା ପରେ ଏହା ଧୀରେ ଧୀରେ ଉପରକୁ ଉଠେ ଓ ସନ୍ଧ୍ୟାରେ ପୁଣି ତଳକୁ ଖସିଆସେ। ତେଣୁ ଏହି ସମୟରେ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ। ଏହାସହିତ ନିର୍ମାଣ ଶ୍ରମିକ, ବୃଦ୍ଧ, ଶିଶୁ, ହୃଦରୋଗୀ ଓ ଶ୍ୱାସ ରୋଗୀମାନଙ୍କ ପାଇଁ ଏହା ଆହୁରି କ୍ଷତିକାରକ ହୋଇଥିବାରୁ ସେମାନଙ୍କ ପାଇଁ ଏନ୍‌-୯୫ ମାସ୍କ ବ୍ୟବହାର ଏକ ପ୍ରକାର ଅପରିହାର୍ଯ୍ୟ ହୋଇପଡ଼ିଛି। ପିଏମ୍‌ ୨.୫ ଶ୍ୱାସନଳୀ ଦେଇ ରକ୍ତରେ ସିଧା ମିଶୁଥିବା କାରଣରୁ ଦୀର୍ଘକାଳୀନ ଭାବେ ଏହା ଶ୍ୱାସଜନିତ ରୋଗର ବଡ଼ କାରଣ ସାଜିଥାଏ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଅନ୍ୟପଟେ ପ୍ରଦୂଷଣ ହ୍ରାସ ଦିଗରେ ବାୟୁ ଚଳାଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ହେଲେ ରାଜ୍ୟରେ ବର୍ତ୍ତମାନ ବିଶେଷ ବାୟୁ ଚଳାଚଳ ହୋଇପାରୁ ନାହିଁ। ଓଡ଼ିଶା ଉପରେ ଗୋଟିଏ ଗୁରୁଚାପ ବଳୟର ପ୍ରଭାବ ହେତୁ ରାଜ୍ୟକୁ ସମୁଦ୍ର ଆଡ଼କୁ ବାୟୁ ପ୍ରବାହ ବଢ଼ୁନାହିଁ। ଏହାର ପରିଣାମ ସ୍ୱରୂପ ପ୍ରଦୂଷଣର ମାତ୍ର ହ୍ରାସ ହୋଇପାରୁ ନାହିଁ। ବାୟୁ ଚଳାଚଳ ସ୍ୱାଭାବିକ ହେଲେ ପ୍ରଦୂଷଣ କମିବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟରେ ପ୍ରଦୂଷଣ ବଢ଼ିବା ପରେ ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଖଣି ପ୍ରବଣ ଓ ପ୍ରଦୂଷଣ ଦୃଷ୍ଟିରୁ ସମ୍ବେଦନଶୀଳ ୧୨ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖି ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥରେ ମୁଖ୍ୟତଃ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରି ପ୍ରତିଦିନ ଜିଲା ତଥା ସହରର ବିଭିନ୍ନ ସ୍ଥାନରୁ ବାହାରୁଥିବା ଧୂଳିକଣା ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ। ଏହାର କାରଣ ଓ ନିରାକରଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏହାସହିତ ପ୍ରତିଦିନ ରାସ୍ତାଘାଟ ରୋଡ୍‌କ୍ଲିନର୍‌ ମାଧ୍ୟମରେ ସଫା ରଖିବା, ରାସ୍ତାରେ ପାଣି ସିଞ୍ଚନ କରିବା, ରାସ୍ତାପାଖ ଢାବାରେ ଯେପରି କୋଇଲା ପ୍ରଭୃତି ବ୍ୟବହାର ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ  କହିଥିଲେ। 

03 Jan 2026 By Madhusudan Das

https://www.thesakala.in/latest-odisha-news/odisha-has-6-of-the-9-cities-with-the-worst-air-quality-in-the-country/article-43905
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର