ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର ନିଲମ୍ବିତ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର

Madhusudan Das Picture
Published On

ଭଦ୍ରକ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ସଞ୍ଜୀବ କୁମାର ମହାପାତ୍ରଙ୍କୁ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏହି ପଦକ୍ଷେପ ନିଆଯାଇଥିବା ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଘରେ ପଶିଲା ମହାବଳ ବାଘ, ବାହାରୁ ତାଲା ପକାଇ ଆବଦ୍ଧ କଲେ ଗାଁ ଲୋକେ

ମିଳିଥିବା ସରକାରୀ ଆଦେଶ ଅନୁଯାୟୀ, ଓଏଏସ୍ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ଫଳସ୍ୱରୂପ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରୁ ତାଙ୍କର ସେବା ପ୍ରତ୍ୟାହାର କରିନିଆଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସିସି ଆଣ୍ଡ ଏ) ରୁଲ୍ସ, ୧୯୬୨ ଅଧୀନରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଆଦେଶ କାର୍ଯ୍ୟକାରୀ ହୋଇଛି। ନିଲମ୍ବନ ସମୟରେ ବିଡିଓଙ୍କ ମୁଖ୍ୟାଳୟ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବ। ଭଦ୍ରକ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଜଳପ୍ରଳୟ: ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ବାହ୍ୟଜଗତରୁ ବିଚ୍ଛିନ୍ନ ୧୫୦ରୁ ଅଧିକ ଗାଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର