ଏସିଆନ୍ ଗେମ୍ସ ଫାଇନାଲରେ ଭାରତ-ପାକିସ୍ତାନ ମହାଲଢ଼େଇ: ପାକ୍ ସ୍ପିନରଙ୍କୁ ନେଇ ସତର୍କ କରାଇଲେ ଇଶାନ କିଷନ

Suryakanta Picture
Published On

ଏସିଆନ୍ ଗେମ୍ସ ୨୦୨୬ରେ (Asian Games) ଶ୍ରୀଲଙ୍କାକୁ ସେମିଫାଇନାଲରେ ଏକତରଫା ଭାବେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ମୁକାବିଲାରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୧୨୪ ରନର ବିଶାଳ ବିଜୟ ହାସଲ କରିଛି। ଫାଇନାଲରେ ଭାରତର ମୁକାବିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ। ଏହି ସେମିଫାଇନାଲ ମ୍ୟାଚରେ ଇଶାନ କିଷନ ଏକ ମ୍ୟାଚ୍-ବିଜୟୀ ଇନିଂସ ଖେଳିଥିଲେ ଏବଂ ଫାଇନାଲ ପୂର୍ବରୁ ପାକିସ୍ତାନକୁ ନେଇ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଏସିଆନ୍‌ ଗେମ୍ସ ୨୦୨୬: ଇରାନକୁ ହରାଇ କବାଡିରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ

ପାକିସ୍ତାନ ଏକ 'ସ୍ପିନର-ଫ୍ରେଣ୍ଡଲି' ଟିମ୍

ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚକୁ ନେଇ ଇଶାନ କିଷନ କହିଛନ୍ତି ଯେ ସେମାନେ ଏହାକୁ ନେଇ ଅଧିକ ଚିନ୍ତା କରୁନାହାଁନ୍ତି ବରଂ ଖେଳକୁ ସାଧାରଣ ରଖିବାକୁ ଚେଷ୍ଟା କରୁଛନ୍ତି। ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, "ଆମେ କେବଳ ସବୁକିଛି ସାଧାରଣ ରଖିବାକୁ ଚେଷ୍ଟା କରୁଛୁ ଏବଂ ଅଧିକ ଭାବୁନାହୁଁ। ଆମେ ଜାଣୁ ଯେ ଆଗାମୀ ମ୍ୟାଚ୍ ପାଇଁ ପରିସ୍ଥିତି ଏତେ ସହଜ ହେବ ନାହିଁ। ବିଶେଷ କରି ପାକିସ୍ତାନ ଏକ ସ୍ପିନର-ଫ୍ରେଣ୍ଡଲି ଟିମ୍ ଅଟେ। ତଥାପି ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ।

ଆହୁରି ପଢ଼ନ୍ତୁ: କ୍ରିକେଟ୍ ଖେଳୁଥିବା ବେଳେ ଟଳିପଡ଼ିଲେ ରାଜସ୍ୱ ନିରୀକ୍ଷକ, ହୃଦଘାତରେ ମୃତ୍ୟୁ ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର