ନବରଙ୍ଗପୁରରେ ଅଭାବନୀୟ ଘଟଣା: ଗଛରୁ ବିବାହିତ ଯୁବକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Madhusudan Das Picture
Published On

ନବରଙ୍ଗପୁର: ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଏକ ହୃଦୟ ବିଦାରକ ଘଟଣା । ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆନ୍ ଗ୍ରାମପଞ୍ଚାୟତରେ ଗୁରୁବାର ଦିନ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ୨୦ ବର୍ଷୀୟ ବିବାହିତ ଯୁବକ ଏବଂ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ରୋଷେୟା ତଥା ଅନ୍ୟତମ ଅଭିଯୁକ୍ତ ମନ୍ମଥ କୁମ୍ଭ ଗିରଫ

ମୃତ ଯୁବକ ଜଣକ ହେଲେ ପବିତ୍ର ଭତ୍ରା। ଅନ୍ୟପକ୍ଷରେ, ମୃତ ନାବାଳିକା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ଝିଅ ବୋଲି ଜଣାପଡିଛି। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ପବିତ୍ରଙ୍କର ପ୍ରାୟ ୪ ମାସ ପୂର୍ବରୁ ବିବାହ ହୋଇଥିଲା। ନିକଟରେ ନୂଆଖାଇ ପର୍ବ ପାଳନ ପାଇଁ ସେ ନିଜ ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡି ଆସିଥିଲେ।

ଆହୁରି ପଢ଼ନ୍ତୁ: SCB ମାନସିକ ରୋଗ ବିଭାଗରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ: ସୁରକ୍ଷାକର୍ମୀଙ୍କ ନାଁରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ

ବୁଧବାର ରାତିରେ ପବିତ୍ର ରାତ୍ରିଭୋଜନ ସାରି ଶୋଇବାକୁ ଯାଇଥିଲେ। ତେବେ ଗୁରୁବାର ସକାଳୁ ସେ ଘରେ ନଥିବା ଦେଖିବାକୁ ମିଳିଥିଲା। ଠିକ୍ ସେହି ସମୟରେ ନାବାଳିକା ଜଣକ ମଧ୍ୟ ନିଜ ଘରୁ ନିଖୋଜ ଥିବା ଜଣାପଡିଥିଲା। ଏହାପରେ ଉଭୟ ପରିବାର ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଗାଁର କିଛି ଲୋକ ଉଭୟଙ୍କୁ ଏକ ଗଛରେ ଝୁଲୁଥିବାର ଦେଖି ପରିବାର ଲୋକ ଏବଂ ପୋଲିସକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ:  ଖୁବ୍‌‌ଶୀଘ୍ର ଉଦ୍ଧାର ଓରାଙ୍ଗଉଟାନଙ୍କୁ ଦେଖିପାରିବେ ସାଧାରଣ ଦର୍ଶକ, ଇଣ୍ଡୋନେସିଆ ଫେରିବା ଚର୍ଚ୍ଚାକୁ ଖଣ୍ଡନ କଲେ ଉପମୁଖ୍ୟମନ୍ତ୍ରୀ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ଏକ ତଦନ୍ତ ଆରମ୍ଭ କରାଯାଇଛି। ପ୍ରାଥମିକ ତଦନ୍ତରୁ ଉଭୟ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଥିଲେ ମଧ୍ୟ ଏହି ଚରମ ପଦକ୍ଷେପ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର