ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ କଟକ-ଭୁବନେଶ୍ବର ଡିସିପି

The Sakala Picture
Published On

ଭୁବନେଶ୍ବର: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳିଛନ୍ତି ଟ୍ବିନ ସିଟି କଟକ-ଭୁବନେଶ୍ବର ଡିସିପି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକ ଡିସିପି ଭାବେ ଖିଲାରୀ ରିଷିକେଶଙ୍କୁ ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି ହୋଇଛି। ଅନ୍ୟପଟେ ଏସ୍‌.ଏମ୍‌. ନରୱାଣେଙ୍କୁ OHRC(ରାଜ୍ୟ ମାନବାଧିକାର କମିଶନ)ର ସ୍ବତନ୍ତ୍ର ଡିଜି […]

ଭୁବନେଶ୍ବର: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳିଛନ୍ତି ଟ୍ବିନ ସିଟି କଟକ-ଭୁବନେଶ୍ବର ଡିସିପି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକ ଡିସିପି ଭାବେ ଖିଲାରୀ ରିଷିକେଶଙ୍କୁ ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି ହୋଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି: ଆଗାମୀ ୫-୬ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ: ରାଜଧାନୀବାସୀଙ୍କୁ ମିଳିବ ଉନ୍ନତ ଆୟୁର୍ବେଦିକ ସେବା: ୧୦୦ ଶଯ୍ୟା ବିଶିଷ୍ଟ ହେବ ସରକାରୀ ଆୟୁର୍ବେଦିକ ହସ୍ପିଟାଲ

ଅନ୍ୟପଟେ ଏସ୍‌.ଏମ୍‌. ନରୱାଣେଙ୍କୁ OHRC(ରାଜ୍ୟ ମାନବାଧିକାର କମିଶନ)ର ସ୍ବତନ୍ତ୍ର ଡିଜି ଦାୟିତ୍ବ ପ୍ରଦାନ କରାଯାଇଛି। ଭୁବନେଶ୍ବର-କଟକ ଅତିରିକ୍ତ ପୁଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି। ନରସିଂହ ପୂର୍ବରୁ ଅବକାରୀ କମିଶନର ରହିଥିଲେ। ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତି ଦିଆଯାଇଛି। ଆଇଜିପି ଅପରେସନ ଦାୟିତ୍ବରେ ରହିଛନ୍ତି ଦୀପକ କୁମାର। ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ ବଦଳି କରାଯାଇଛି।

ଆହୁରି ପଢ଼ନ୍ତୁ: ଫ୍ଲାଇଟ୍ ବାତିଲକୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା, ଭାଙ୍ଗିଦେଲେ କମ୍ପ୍ୟୁଟର ଓ ସ୍କାନର

ସେହିପରି ଦୀପ୍ତେଶ ପଟ୍ଟନାୟକ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ବ ମିଳିଛି। ପ୍ରବୀଣ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆଇଜିପି, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ଆଇଜିପି, ଉମାଶଙ୍କର ଦାସଙ୍କୁ ହୋମଗାର୍ଡ ଓ ଫାୟାର ସର୍ଭିସର ଡିଆଇଜି, ଅଖିଳେଶ୍ବର ସିଂଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜିପି, ଚରଣ ସିଂ ମୀନାଙ୍କୁ ପ୍ରୋଭିଜନିଂ ଡିଆଇଜି, ବି ଗଙ୍ଗାଧରଙ୍କୁ ସିଆଇଡି-ସିବିର ଡିଆଇଜି, ବିବେକାନନ୍ଦ ଶର୍ମାଙ୍କୁ କଟକ ରେଲୱେ ଏସପି ଦାୟିତ୍ବ ମିଳିଛି।

ଏଥି ସହିତ କଳାହାଣ୍ଡି ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀରର ଏସପି ଦାୟିତ୍ବ ମିଳିଛି। ବୌଦ୍ଧ ଏସପି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ଦାୟିତ୍ବ ଦିଆଯାଇଛି। ରାହୁଲ ଗୋଏଲଙ୍କୁ ବୌଦ୍ଧ, କଶ୍ୟପ ପାର୍ଥ ଜଗଦୀଶଙ୍କ ଜୟପୁର ଏସଡିପିଓ, ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP, ଅମୃତପାଲ ସିଂଙ୍କୁ ଖୋର୍ଦ୍ଧାର ଅତିରିକ୍ତି ଏସପି, ଅମ୍ରିତପାଲ କୌରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଅତିରିକ୍ତ ଡିସିପି, ସୋନାଲୀ ସିଂ ପରମାରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଏସିପି ଭାବେ ଦାୟିତ୍ବ ମିଳିଛି।

28 Feb 2025 By The Sakala

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ କଟକ-ଭୁବନେଶ୍ବର ଡିସିପି

ଭୁବନେଶ୍ବର: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳିଛନ୍ତି ଟ୍ବିନ ସିଟି କଟକ-ଭୁବନେଶ୍ବର ଡିସିପି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକ ଡିସିପି ଭାବେ ଖିଲାରୀ ରିଷିକେଶଙ୍କୁ ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି ହୋଇଛି।

ଅନ୍ୟପଟେ ଏସ୍‌.ଏମ୍‌. ନରୱାଣେଙ୍କୁ OHRC(ରାଜ୍ୟ ମାନବାଧିକାର କମିଶନ)ର ସ୍ବତନ୍ତ୍ର ଡିଜି ଦାୟିତ୍ବ ପ୍ରଦାନ କରାଯାଇଛି। ଭୁବନେଶ୍ବର-କଟକ ଅତିରିକ୍ତ ପୁଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି। ନରସିଂହ ପୂର୍ବରୁ ଅବକାରୀ କମିଶନର ରହିଥିଲେ। ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତି ଦିଆଯାଇଛି। ଆଇଜିପି ଅପରେସନ ଦାୟିତ୍ବରେ ରହିଛନ୍ତି ଦୀପକ କୁମାର। ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ ବଦଳି କରାଯାଇଛି।

ସେହିପରି ଦୀପ୍ତେଶ ପଟ୍ଟନାୟକ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ବ ମିଳିଛି। ପ୍ରବୀଣ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆଇଜିପି, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ଆଇଜିପି, ଉମାଶଙ୍କର ଦାସଙ୍କୁ ହୋମଗାର୍ଡ ଓ ଫାୟାର ସର୍ଭିସର ଡିଆଇଜି, ଅଖିଳେଶ୍ବର ସିଂଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜିପି, ଚରଣ ସିଂ ମୀନାଙ୍କୁ ପ୍ରୋଭିଜନିଂ ଡିଆଇଜି, ବି ଗଙ୍ଗାଧରଙ୍କୁ ସିଆଇଡି-ସିବିର ଡିଆଇଜି, ବିବେକାନନ୍ଦ ଶର୍ମାଙ୍କୁ କଟକ ରେଲୱେ ଏସପି ଦାୟିତ୍ବ ମିଳିଛି।

ଏଥି ସହିତ କଳାହାଣ୍ଡି ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀରର ଏସପି ଦାୟିତ୍ବ ମିଳିଛି। ବୌଦ୍ଧ ଏସପି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ଦାୟିତ୍ବ ଦିଆଯାଇଛି। ରାହୁଲ ଗୋଏଲଙ୍କୁ ବୌଦ୍ଧ, କଶ୍ୟପ ପାର୍ଥ ଜଗଦୀଶଙ୍କ ଜୟପୁର ଏସଡିପିଓ, ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP, ଅମୃତପାଲ ସିଂଙ୍କୁ ଖୋର୍ଦ୍ଧାର ଅତିରିକ୍ତି ଏସପି, ଅମ୍ରିତପାଲ କୌରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଅତିରିକ୍ତ ଡିସିପି, ସୋନାଲୀ ସିଂ ପରମାରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଏସିପି ଭାବେ ଦାୟିତ୍ବ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର