ଗଣେଶ ଚତୁର୍ଥୀ ପୂର୍ବରୁ ‘ନିଗମ’ ଲଡ଼ୁ ! , ଦିଲ୍ଲୀ ବୈଠକରେ ଚୂଡ଼ାନ୍ତ ହେବ ନାମ…

The Sakala Picture
Published On

ଭୁବନେଶ୍ୱର: ଗଣେଶ ଚତୁର୍ଥୀ ଓ ନୂଆଖାଇ ପୂର୍ବରୁ ଦଳୀୟ ଆଶାୟୀଙ୍କୁ ବିଜେପି ଦେବ ଉପହାର। ନିଗମ, ବୋର୍ଡ଼ରେ କିଛି ନେତାଙ୍କୁ ଥଇଥାନ କରାଯିବ। ଏଥିନିମନ୍ତେ ଆପାତତଃ ଚୂଡ଼ାନ୍ତ କୁହାଯାଉଥିବା ନାମ ସୂଚୀ ଧରି ସୋମବାର ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସଭାପତି ଭାବେ ଦାୟିତ୍ୱ ନେବା ପରେ ମନମୋହନ ବାରମ୍ବାର ଦିଲ୍ଲୀ ଗସ୍ତ କରୁଥିବା ବେଳେ ଆଜିର ଗସ୍ତକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବିଶେଷକରି, ମନମୋହନଙ୍କ ଏହି ଗସ୍ତ […]

ଭୁବନେଶ୍ୱର: ଗଣେଶ ଚତୁର୍ଥୀ ଓ ନୂଆଖାଇ ପୂର୍ବରୁ ଦଳୀୟ ଆଶାୟୀଙ୍କୁ ବିଜେପି ଦେବ ଉପହାର। ନିଗମ, ବୋର୍ଡ଼ରେ କିଛି ନେତାଙ୍କୁ ଥଇଥାନ କରାଯିବ। ଏଥିନିମନ୍ତେ ଆପାତତଃ ଚୂଡ଼ାନ୍ତ କୁହାଯାଉଥିବା ନାମ ସୂଚୀ ଧରି ସୋମବାର ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସଭାପତି ଭାବେ ଦାୟିତ୍ୱ ନେବା ପରେ ମନମୋହନ ବାରମ୍ବାର ଦିଲ୍ଲୀ ଗସ୍ତ କରୁଥିବା ବେଳେ ଆଜିର ଗସ୍ତକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବିଶେଷକରି, ମନମୋହନଙ୍କ ଏହି ଗସ୍ତ ରାଜ୍ୟ ବିଜେପି ପଦାଧିକାରୀ କମିଟି ଏବଂ ବୋର୍ଡ, ନିଗମ ନିଯୁକ୍ତି ନେଇ ଉଦ୍ଦିଷ୍ଟ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀରେ ଦଳର ଶୀର୍ଷ ନେତୃତ୍ୱ, ରାଜ୍ୟର ସାଂସଦମାନଙ୍କ ସହ ଆଲୋଚନା ପରେ ଏ ନାମଗୁଡ଼ିକ ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପବିତ୍ର ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ବାବାଙ୍କୁ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ

ସୋମବାର ମନମୋହନ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଅବସରରେ ଓଡ଼ିଶା ସମ୍ପର୍କରେ ଏକାଧିକ ପ୍ରସଙ୍ଗରେ ଶ୍ରୀ ଶାହଙ୍କ ସହ ମନମୋହନ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ସହ ରାଜ୍ୟରେ ବିଜେପି ସାଂଗଠନିକ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡ ନିଯୁକ୍ତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାରଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ନିଗମ ଓ ବୋର୍ଡରେ ନିଯୁକ୍ତି ଲାଗି ଇତିମଧ୍ୟରେ ୨-୩ଟି ବୈଠକ ମଧ୍ୟ ବସିସାରିଲାଣି। ଆଗକୁ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ ଓ ସେ ନିଜେ ଏନେଇ ରାଜ୍ୟ ବିଜେପି କୋର କମିଟି ସହ ଆଲୋଚନା କରିବେ। ଅତଏବ୍‌ କୋର୍‌ କମିଟି ସଦସ୍ୟଙ୍କ ସହ ବୈଠକ ପୂର୍ବରୁ ମନମୋହନଙ୍କ ଆଜିର ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ମନମୋହନଙ୍କ ଏହି ଗସ୍ତ ଅବସରରେ ନିଗମ, ବୋର୍ଡ ନିଷ୍ପତ୍ତି ଚୂଡ଼ାନ୍ତ ହେବା ଏକରକମ ଧାର୍ଯ୍ୟ ବୋଲି ବିଜେପିର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ମନମୋହନ ରାଜ୍ୟ ବିଜେପି ସାଂସଦମାନଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର