ଭୁଲ କାହାର ଦଣ୍ଡ ପାଇଲା କିଏ; ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ

Madhusudan Das Picture
Published On

ନୟାଗଡ: ଭୁଲ କାହାର ଦଣ୍ଡ ପାଇଲା କିଏ । ମିଛ ଆରେଷ୍ଟ କୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ । ନୟାଗଡ଼ ପୋଲିସର  ଏଭଳି ଅଜବ ନୀତି ଦେଖିବା ପାଇଁ ମିଳିଛି । ଭଣଜା ଅଭିଯୁକ୍ତ, ମାମୁ ପାଉଛି ଦଣ୍ଡ । ଓଡ଼ଗାଁ ଅଜିତ ସାହୁ ହତ୍ୟାକାଣ୍ଡରେ ଯେଉଁ ବ୍ୟକ୍ତି ଅଭିଯୁକ୍ତ ନୂହନ୍ତି କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସଜାଇଥିଲା ପୋଲିସ, ସେ ପ୍ରତିବାଦ କରିବାରୁ ପୋଲିସ ତାଙ୍କୁ ଛାଡି ଦେଇଛି । 

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁସାରେ, ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଭଣଜା କୁଲୁ ଭଟ ଫେରାର ରହିଥିବା ବେଳେ ମାମୁ ଶ୍ରୀଧର ସାହୁଙ୍କୁ ଏହି ଘଟଣାରେ ଅଭିଯୁକ୍ତ ସଜାଇଥିଲା ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ ଦର୍ଶାଇ ସାମ୍ବାଦିକ ସମ୍ମିଳନୀରେ ଠିଆ କରିଥିଲା ପୋଲିସ। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି ହୋଇଥିବା ଜାଣି ପାରି ରାତି ଅଧିଆ ଛାଡ଼ିଦେଲା ପୁଲିସ। ଗିରଫ ନୁହେଁ ଅଟକ ରଖାଯାଇଥିଲା ବୋଲି ସଫେଇ ଦେଲେ ନୟାଗଡ଼ ଏସପି। ତେବେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୁହଁ ଘୋଡ଼ାଇ ପୁଲିସ୍‌ କିପରି ଅଭିଯୁକ୍ତ ଦର୍ଶାଇଲା, ତାକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଆଜି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିଯୁକ୍ତ ଡ୍ରାଇଭର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଖଣି ମାଫିଆ ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ, ମାନସ ବେହେରା ଏବଂ ଡ୍ରାଇଭର ନରେଶ ବିଶୋଇ। ଜେଲ ଯାଇଛନ୍ତି ଅଭିଯୁକ୍ତ ମାନେ। ଅନ୍ୟ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ସମେତ ୩ ଜଣ ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର