ରାଜ୍ୟର ୨୬ ପ୍ରମୁଖ ସହରର ଭୂତଳ ଜଳ ପାନୀୟ ଅନୁପଯୋଗୀ; ଚିନ୍ତାପ୍ରକଟ କଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଭୁବନେଶ୍ୱର: ରାଜ୍ୟର ୨୬ ପ୍ରମୁଖ ସହରର ଭୂତଳ ଜଳର ମାନ ପାନୀୟ ଯୋଗ୍ୟ ହୋଇନାହିଁ। ଭୂତଳ ଜଳର ପିଏଚ୍ ସ୍ତର, କ୍ୟାଲିସିୟମ୍, ମାଗନେସିୟମ୍, କ୍ଲୋରାଇଡ୍, ନାଇଟ୍ରେଟ୍, ଆଇରନ୍, ଆମୋନକଲ୍ ନାଇଟ୍ରୋଜେନ୍, ସୀସା , ଫ୍ଲୋରାଇଡ୍ର ମାତ୍ରା ସଠିକ ନ ଥିବା କ୍ୱାଲିଟି ମନିଟରିଂ ଷ୍ଟେସନର ଯାଞ୍ଚରୁ ଜଣାପଡ଼ିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ ସୂଚନା ମିଳିଛି। ଏହି ସହରଗୁଡ଼ିକର ତାଲିକାରେ ରହିଛନ୍ତି, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଢେଙ୍କାନାଳ, ସୁକିନ୍ଦା, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, […]
ଭୁବନେଶ୍ୱର: ରାଜ୍ୟର ୨୬ ପ୍ରମୁଖ ସହରର ଭୂତଳ ଜଳର ମାନ ପାନୀୟ ଯୋଗ୍ୟ ହୋଇନାହିଁ। ଭୂତଳ ଜଳର ପିଏଚ୍ ସ୍ତର, କ୍ୟାଲିସିୟମ୍, ମାଗନେସିୟମ୍, କ୍ଲୋରାଇଡ୍, ନାଇଟ୍ରେଟ୍, ଆଇରନ୍, ଆମୋନକଲ୍ ନାଇଟ୍ରୋଜେନ୍, ସୀସା , ଫ୍ଲୋରାଇଡ୍ର ମାତ୍ରା ସଠିକ ନ ଥିବା କ୍ୱାଲିଟି ମନିଟରିଂ ଷ୍ଟେସନର ଯାଞ୍ଚରୁ ଜଣାପଡ଼ିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ ସୂଚନା ମିଳିଛି। ଏହି ସହରଗୁଡ଼ିକର ତାଲିକାରେ ରହିଛନ୍ତି, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଢେଙ୍କାନାଳ, ସୁକିନ୍ଦା, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ଅନୁଗୁଳ, ବାଲେଶ୍ୱର, ପାରାଦୀପ, ଭଦ୍ରକ, ଭବାନୀପାଟଣା, ବରଗଡ଼, ପାରଳଖେମୁଣ୍ଡି, ଦେବଗଡ଼, ବୌଦ୍ଧ, ନବରଙ୍ଗପୁର, ନୟାଗଡ଼, ସୋନପୁର, ରାୟଗଡ଼ା, ଫୁଲବାଣୀ ଓ ନୂଆପଡ଼ା ଭଳି ସହର ସାମିଲ ରହିଛନ୍ତି।
ଓଏସପିସିବି ପକ୍ଷରୁ ଗତ ନଭେମ୍ବର ଓ ଅକ୍ଟୋବର ମାସରେ ୩୦ ଜିଲ୍ଲାର ୯୦ଟି ସହରାଞ୍ଚଳରେ ଏଭଳି ଭୂତଳ ଜଳର ମାନ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିଲା। ପ୍ରମୁଖ ସହରଗୁଡ଼ିକର ମାନ କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡ଼ିବା ପରେ ଗତ ମାସରେ ଏନେଇ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଅବଗତ କରାଯାଇଛି। ପାନୀୟ ଜଳର ମାନ ଅନୁଯାୟୀ, ପ୍ରତି ଲିଟର ପାଣିରେ ସର୍ବାଧିକ ୦.୦୧ ମିଲିଗ୍ରାମର ସୀସା ରହିବା ଆବଶ୍ୟକ। ଏହାଠାରୁ ଅଧିକ ରହିଲେ, ଜଳ ପାନୀୟ ଉପଯୋଗୀ ନୁହେଁ। ଅପରପକ୍ଷରେ ଲିଟର ପିଛା ଜଳରେ ଭୁବନେଶ୍ୱରର ଖଣ୍ଡଗିରିରେ ୦.୦୧୮ ମିଲିଗ୍ରାମ, ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ୦.୦୧୫ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୦.୧୧ ରହୁଛି। ସେହିଭଳି ସହରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସୀସାର ମାତ୍ରା ଅଧିକ। ସେହିଭଳି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବରଗଡ଼, କଟକ, ଦେବଗଡ଼ ଓ ବ୍ରହ୍ମପୁର ଭଳି ଅନେକ ସହରର ଭୂତଳ ଜଳରେ ସୀସାର ମାତ୍ରା ଅଧିକ।
ଅନ୍ୟପକ୍ଷରେ ପାନୀୟ ଜଳର ପିଏଚ୍ ସ୍ତର ୬.୫ରୁ ୮.୫ ମଧ୍ୟରେ ରହିବା ଆବଶ୍ୟକ। ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ପିଏଚ୍ ସ୍ତର ୬.୫ରୁ କମ୍ ରହିଛି। ଝାରସୁଗୁଡ଼ା, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ରାୟଗଡ଼ା ଭଳି ଜିଲ୍ଲାରେ ଆଇରନ୍ର ମାତ୍ରା ଅଧିକ ରହିଛି। ବାଲେଶ୍ୱର ଜିଲ୍ଲାର ଭୂତଳ ଜଳରେ ଫ୍ଲୋରାଇଡ ମାତ୍ରା ଅସ୍ୱାଭାବିକ ରହୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଓଡ଼ିଶା ଜଳ ନିଗମର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାନୀୟ ଜଳ ଯୋଗାଣ ପାଇଁ ନଦୀ ଜଳକୁ ବ୍ୟବହାର କରାଯାଉଥିବା ବେଳେ ଅଧିକାଂଶ ସହରରେ ବେଆଇନ ବୋରିଂର ମାତ୍ରା ନିୟନ୍ତ୍ରଣକୁ ଆସୁନାହିଁ। ତେବେ ଜଳ ସମ୍ପଦ ବିଭାଗ ବେଆଇନ ବୋରିଂ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି। ଭୂତଳ ଜଳର ମାତ୍ରାଧିକ ବ୍ୟବହାରକୁ ରୋକାଗଲେ, ପ୍ରାକୃତିକ ପ୍ରକ୍ରିୟାରେ ଜଳର ସ୍ୱାଭାବିକ ମାନ ଫେରିପାରିବ।