ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲରେ ଫସିଗଲା ନାବାଳକଙ୍କ ମୁଣ୍ଡ, ଉଦ୍ଧାର କଲା ଅଗ୍ନିଶମ ବିଭାଗ

Madhusudan Das Picture
Published On

ନୟାଗଡ଼: ମହୁ ପାଇଁ ଫସିଲା ମୁଣ୍ଡ । ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲରେ ଫସିଗଲା ନାବାଳକଙ୍କ ମୁଣ୍ଡ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ନାବାଳକ ଜଣକ ନୟାଗଡ଼ ଓଡ଼ଗାଁ ରାଣୀପଡ଼ାର ଶିବ ପ୍ରଧାନ ବୋଲି ଜଣାପଡିଛି । ମହୁ ଆଣିବାକୁ ଯାଇ ପଥର ଖୋଲ ଭିତରେ ସକାଳ ୭ଟାରୁ ଫସି ରହିଥିଲେ ନାବାଳକ । ଦୀର୍ଘ ସମୟ ଧରି ଜୀବନ ସହ ସଂଘର୍ଷ ଜାରି ରଖିଥିଲେ ନାବାଳକ ଜଣକ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ୪ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ନୟାଗଡ଼ ଜିଲ୍ଲା ଓଡଗାଁ ବାଉଁଶଗାଡ଼ିଆ ସ୍ଥିତ କାଣିପଦା ଜଙ୍ଗଲରେ ମହୁ ସଂଗ୍ରହ ବେଳେ ଫସିଯାଇଥିଲେ ନାବାଳକ। ମୁଣ୍ଡ ପଥର ସନ୍ଧିରେ ରହିଥିବାରୁ ବାହାର କରିବାକୁ ନାକେଦମ୍ ହୋଇଥିଲା ଅଗ୍ନିଶମ ବିଭାଗ ।

ଆହୁରି ପଢ଼ନ୍ତୁ: ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଲା ପ୍ରତିବନ୍ଧକ, ପାଦରେ ଲେଖି ମାଟ୍ରିକ ପାସ୍‌ କଲେ ଲକ୍ଷ୍ମୀ

06 May 2026 By Madhusudan Das

ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲରେ ଫସିଗଲା ନାବାଳକଙ୍କ ମୁଣ୍ଡ, ଉଦ୍ଧାର କଲା ଅଗ୍ନିଶମ ବିଭାଗ

ନୟାଗଡ଼: ମହୁ ପାଇଁ ଫସିଲା ମୁଣ୍ଡ । ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲରେ ଫସିଗଲା ନାବାଳକଙ୍କ ମୁଣ୍ଡ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ନାବାଳକ ଜଣକ ନୟାଗଡ଼ ଓଡ଼ଗାଁ ରାଣୀପଡ଼ାର ଶିବ ପ୍ରଧାନ ବୋଲି ଜଣାପଡିଛି । ମହୁ ଆଣିବାକୁ ଯାଇ ପଥର ଖୋଲ ଭିତରେ ସକାଳ ୭ଟାରୁ ଫସି ରହିଥିଲେ ନାବାଳକ । ଦୀର୍ଘ ସମୟ ଧରି ଜୀବନ ସହ ସଂଘର୍ଷ ଜାରି ରଖିଥିଲେ ନାବାଳକ ଜଣକ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ୪ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ନୟାଗଡ଼ ଜିଲ୍ଲା ଓଡଗାଁ ବାଉଁଶଗାଡ଼ିଆ ସ୍ଥିତ କାଣିପଦା ଜଙ୍ଗଲରେ ମହୁ ସଂଗ୍ରହ ବେଳେ ଫସିଯାଇଥିଲେ ନାବାଳକ। ମୁଣ୍ଡ ପଥର ସନ୍ଧିରେ ରହିଥିବାରୁ ବାହାର କରିବାକୁ ନାକେଦମ୍ ହୋଇଥିଲା ଅଗ୍ନିଶମ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର