୧୦୨ ଗ୍ରାମ ବ୍ରାଉନସୁଗାର ଜବତ, ୨ ମହିଳା ଗିରଫ

The Sakala Picture
Published On

ନୟାଗଡ଼: ନୟାଗଡ଼ ଟାଉନଥାନା ପୁଲିସ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ୨ ଜଣ ହେଲେ ସଦରଥାନା ଅନ୍ତର୍ଗତ ବାଲୁଗାଁର ନୁରି ବେଗମ୍ ଓ ଖୁରୀ ବେଗମ୍। ନୟାଗଡ଼ ରେଳରାସ୍ତା ନିକଟରୁ ମହିଳା ଦୁଇ ଜଣ ଧରାପଡ଼ିଥିବା ଜଣାଯାଇଛି। ବ୍ରାଉନସୁଗାର ବେପାରୀ ଏହି ୨ ମହିଳାଙ୍କୁ ବ୍ରାଉନସୁଗାର ଦେବାକୁ ସେଠାକୁ ଆସିଥିବା ବେଳେ ପୁଲିସ ଖବରପାଇଥିଲା। ନୟାଗଡ଼ ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଏବଂ ତାଙ୍କ […]

ନୟାଗଡ଼: ନୟାଗଡ଼ ଟାଉନଥାନା ପୁଲିସ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ୨ ଜଣ ହେଲେ ସଦରଥାନା ଅନ୍ତର୍ଗତ ବାଲୁଗାଁର ନୁରି ବେଗମ୍ ଓ ଖୁରୀ ବେଗମ୍। ନୟାଗଡ଼ ରେଳରାସ୍ତା ନିକଟରୁ ମହିଳା ଦୁଇ ଜଣ ଧରାପଡ଼ିଥିବା ଜଣାଯାଇଛି। ବ୍ରାଉନସୁଗାର ବେପାରୀ ଏହି ୨ ମହିଳାଙ୍କୁ ବ୍ରାଉନସୁଗାର ଦେବାକୁ ସେଠାକୁ ଆସିଥିବା ବେଳେ ପୁଲିସ ଖବରପାଇଥିଲା। ନୟାଗଡ଼ ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଏବଂ ତାଙ୍କ ଟିମ୍ ଚଢ଼ାଉ କରିଥିଲେ। ବାହାରୁ ଆସିଥିବା ବେପାରୀ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ମହିଳା ଦୁଇ ଜଣ ଧରାପଡ଼ିଥିଲେ। ସେମାନଙ୍କଠାରୁ ୫୧ ଗ୍ରାମ ଲେଖାଏଁ ବ୍ରାଉନସୁଗାର ଜବତ ହୋଇଥିବା ଟାଉନଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି।

27 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର