ଜାତିପ୍ରଥା ସାଜିଲା ବାଧକ: ଭିନ୍ନ ଜାତିରେ ବାହା ହୋଇଥିବାରୁ ମୃତ ମହିଳାଙ୍କୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ

The Sakala Picture
Published On

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାରେ ଏକ ଅଭାବନୀୟ ଘଟଣା ଗୁରୁବାର ଦେଖିବାକୁ ମିଳିଛି। ଖାତିଗୁଡ଼ାର ବୃଦ୍ଧା ଲକ୍ଷ୍ମୀ ପାତ୍ର ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କ ଶବକୁ କେହି ଛୁଇଁ ନଥିଲେ। ଫଳରେ ଶବ ଦୀର୍ଘ ୧୧ ଘଣ୍ଟା ଧରି ପଡି ରହିଥିଲା। ବିଡିଓ ଓ ସରପଞ୍ଚ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ବୃଦ୍ଧାଙ୍କ ଶବ ସତ୍କାର ହୋଇଥିବା ଜଣାପଡ଼ିଛି। ଲକ୍ଷ୍ମୀ ଅନ୍ୟଜାତିରେ ବିବାହ କରିଥଲେ। ମୃତ୍ୟୁ ପରେ ତାଙ୍କର ଶବକୁ କେହି କାନ୍ଧ […]

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାରେ ଏକ ଅଭାବନୀୟ ଘଟଣା ଗୁରୁବାର ଦେଖିବାକୁ ମିଳିଛି। ଖାତିଗୁଡ଼ାର ବୃଦ୍ଧା ଲକ୍ଷ୍ମୀ ପାତ୍ର ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କ ଶବକୁ କେହି ଛୁଇଁ ନଥିଲେ। ଫଳରେ ଶବ ଦୀର୍ଘ ୧୧ ଘଣ୍ଟା ଧରି ପଡି ରହିଥିଲା। ବିଡିଓ ଓ ସରପଞ୍ଚ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ବୃଦ୍ଧାଙ୍କ ଶବ ସତ୍କାର ହୋଇଥିବା ଜଣାପଡ଼ିଛି।

ଲକ୍ଷ୍ମୀ ଅନ୍ୟଜାତିରେ ବିବାହ କରିଥଲେ। ମୃତ୍ୟୁ ପରେ ତାଙ୍କର ଶବକୁ କେହି କାନ୍ଧ ଦେବା ପାଇଁ ଆସି ନଥିଲେ। କେବଳ ତାଙ୍କର ନାବାଳକ ପୁଅ ହିଁ ଶବ ନିକଟରେ ରହିଥିଲା।  ସ୍ଥାନୀୟ ସରପଞ୍ଚ ବନ୍ଦିତା ନାୟକ ଏବଂ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ ଏ ସମ୍ପର୍କରେ ଖବର ପାଇଥିଲେ। ସରପଞ୍ଚଙ୍କ ସ୍ବାମୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସଦାଶିବ ଜାନି, ସମାଜସେବୀ ସୁଶାନ୍ତ ବେହେରା, କୃପାନିଧି ରାଉତ, ଅକ୍ଷୟ ମହାନ୍ତି, ଭବାନୀ ଶଙ୍କର, ଗୋପୀନାଥ ଦଳେଇ, ସ୍ଥାନୀୟ ଯୁବକ ଲାଲୁ ବେହେରା ,ଚନ୍ଦ୍ର ପ୍ରାଧାନି, ମୂରଲୀ ଦଳେଇ, ମୋହନ କଡରା, ଅର୍ଜୁନ, ଶେଖ ଦଳେଇ, ମୋହନ ବେହେରା ପ୍ରମୁଖ ପହଞ୍ଚିଥିଲେ ା ସରପଞ୍ଚଙ୍କ ସ୍ବାମୀ ଏବଂ କୃପାନିଧି ରାଉତ, ବୃଦ୍ଧାଙ୍କ ପୁଅ ଏବଂ ଜଣେ ସମ୍ପର୍କୀୟ ବୃଦ୍ଧାଙ୍କୁ କାନ୍ଧ ଦେଇଥିଲେ। ଇନ୍ଦ୍ରାବତୀ ନଦୀ କୂଳରେ ବୃଦ୍ଧାଙ୍କ ଶବ ସତ୍କାର ହୋଇଥିଲା।

21 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର