ନକଲି ସୁନାଶଙ୍ଖକୁ ଅସଲି କହି ୫ ଲକ୍ଷରେ ବିକିଦେଲେ ଦଲାଲ, ଜଣେ ଗିରଫ

The Sakala Picture
Published On

ପାପଡ଼ାହାଣ୍ଡି: ଏକ ନକଲି ସୁନାଶଙ୍ଖ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପାପଡାହାଣ୍ଡି ପୁଲିସ । ଗିରଫ ବ୍ୟକ୍ତିଙ୍କଠାରୁ ୮୧ ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ଜଣକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ମୋକିଆ ପଞ୍ଚାୟତର ବାସିନୀ ଗ୍ରାମର ମନ ବିଷୟୀ ବୋଲି ପାପଡାହାଣ୍ଡି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାପଡ଼ାହାଣ୍ଡି ଏସ୍‌ଡିପିଓ ଅଦିତ୍ୟ କୁମାର ସେନ୍‌ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ, ଆନ୍ଧ୍ର ପ୍ରଦେଶର ବିଜୟନଗରମ୍‌ ଜିଲ୍ଲା ବଣ୍ଡପଲୀ ଥାନା ଅନ୍ତର୍ଗତ ଗରଦବିଲି […]

ପାପଡ଼ାହାଣ୍ଡି: ଏକ ନକଲି ସୁନାଶଙ୍ଖ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପାପଡାହାଣ୍ଡି ପୁଲିସ । ଗିରଫ ବ୍ୟକ୍ତିଙ୍କଠାରୁ ୮୧ ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ଜଣକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ମୋକିଆ ପଞ୍ଚାୟତର ବାସିନୀ ଗ୍ରାମର ମନ ବିଷୟୀ ବୋଲି ପାପଡାହାଣ୍ଡି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାପଡ଼ାହାଣ୍ଡି ଏସ୍‌ଡିପିଓ ଅଦିତ୍ୟ କୁମାର ସେନ୍‌ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ ଶ୍ରୀମନ୍ଦିର ନିକଟରେ ପର୍ଯ୍ୟଟକଙ୍କୁ ତିଳକ ଲଗାଇ ଜୋରଜବରଦସ୍ତି ମାଗୁଛନ୍ତି ଟଙ୍କା, ଦେଖନ୍ତୁ ଭିଡିଓ

ସୂଚନା ପ୍ରକାରେ, ଆନ୍ଧ୍ର ପ୍ରଦେଶର ବିଜୟନଗରମ୍‌ ଜିଲ୍ଲା ବଣ୍ଡପଲୀ ଥାନା ଅନ୍ତର୍ଗତ ଗରଦବିଲି ଗ୍ରାମର ଶୁକଦାସ ଗଙ୍ଗାସାଗର ତାଙ୍କ ମାମୁ ଘର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମକିୟା ପଞ୍ଚାୟତ ଅନ୍ତର୍ଗତ ବାସିନୀ ଗ୍ରାମକୁ ଯିବା ଆସିବା କରୁଥିଲେ । ଏହି ସମୟରେ ବାସିନୀ ଗ୍ରାମର ମନ ବିଷୋୟୀ ଓ ଅନ୍ୟ ଚାରି ଜଣଙ୍କ ସହ ସାକ୍ଷାତ ହୋଇଥିଲା । ମନ ବିଷୋୟୀ ଏବଂ ଚାରି ଜଣ ଶୁକଦାସଙ୍କୁ ସୁନାଶଙ୍ଖ ଥିବା କଥା ଫୋନ ମାଧ୍ୟମରେ ଜଣାଇଥିଲେ । ଏହି ସୁନାଶଙ୍ଖକୁ କମ୍‌ ଦାମ୍‌ରେ ତୁମକୁ ଦେବୁ, ତୁମେ ତାକୁ ଉଚ୍ଚା ଦରରେ ବିକ୍ରିକରି ଲାଭବାନ ହେବ ବୋଲି ପ୍ରଲୋଭନ ଦେଖାଇଥିଲେ । ଏହାପରେ ଶୁକଦାସ ପ୍ରଲୋଭନର ଶିକାର ହୋଇ ମନ ବିଷୋୟୀ ଏବଂ ଅନ୍ୟ ଚାରିଜଣଙ୍କୁ ୫ ଲକ୍ଷ ଟଙ୍କା ବିନିମୟରେ ସୁନାଶଙ୍ଖକୁ କିଣି ନିଜ ଗ୍ରାମ ଆନ୍ଧ୍ର ପ୍ରଦେଶ ନେଇଥିଲେ । ସେଠାରେ ଉକ୍ତ ସୁନାଶଙ୍ଖ ନକଲି ବୋଲି ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ନବରଙ୍ଗପୁର ଜିଲ୍ଲା ଏସ୍‌ପି ଏସ୍‌ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନା ୧୫୩/୨୩ ରେ ଏକ ମାମଲା ରୁଜୁ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ।

ଆହୁରି ପଢ଼ନ୍ତୁ: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp