ରାଜଧାନୀରେ ହତ୍ୟାକାଣ୍ଡ!, ଯୁବକଙ୍କୁ ମାରି କେନାଲ ନିକଟରେ ଫିଙ୍ଗି ଦେଇଛନ୍ତି ଦୁର୍ବୁତ୍ତ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ହତ୍ୟା କରି କେନାଲ ନିକଟରେ ଫିଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ସରକନ୍ତରା କେନାଲ ରୋଡ଼ରେ ମିଳିଛି ମୃତଦେହ । ମୃତ ବ୍ୟକ୍ତି ଜଣଙ୍କ ନାମ ଜ୍ୟୋତି ରଞ୍ଜନ ବେହେରା ହୋଇଥିବା ବେଳେ ସେ ଭୁବନେଶ୍ବର ୟୁନିଟ ୧ ମାର୍କେଟରେ ଦୋକାନ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଜ୍ୟୋତି ରଞ୍ଜନଙ୍କ ଘର ବାହଦଲପୁର ଅଞ୍ଚଳରେ ହୋଇଥିବା ବେଳେ ଗତକାଲି ରାତିରୁ ନିଖୋଜ ଥିଲେ । ଆଜି ସକାଳ […]
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ହତ୍ୟା କରି କେନାଲ ନିକଟରେ ଫିଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ସରକନ୍ତରା କେନାଲ ରୋଡ଼ରେ ମିଳିଛି ମୃତଦେହ । ମୃତ ବ୍ୟକ୍ତି ଜଣଙ୍କ ନାମ ଜ୍ୟୋତି ରଞ୍ଜନ ବେହେରା ହୋଇଥିବା ବେଳେ ସେ ଭୁବନେଶ୍ବର ୟୁନିଟ ୧ ମାର୍କେଟରେ ଦୋକାନ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଜ୍ୟୋତି ରଞ୍ଜନଙ୍କ ଘର ବାହଦଲପୁର ଅଞ୍ଚଳରେ ହୋଇଥିବା ବେଳେ ଗତକାଲି ରାତିରୁ ନିଖୋଜ ଥିଲେ । ଆଜି ସକାଳ କେନାଲ ବନ୍ଦରେ ତାଙ୍କ ମୃତ ଦେହ ମିଳିଛି । ମୃତଦେହ ନିକଟରେ ତାଙ୍କ ଗାଡି ମଧ୍ୟ ପଡିଛି । ପେଶାରେ ସେ ଜଣେ ବ୍ୟବସାୟୀ ଥିବାରୁ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ସକାଳୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।






