ମନୋରଞ୍ଜନ
ଦରବୃଦ୍ଧିକୁ ନେଇ ସାଂସଦ ମାନସ ମଙ୍ଗରାଜଙ୍କ ଉଦ୍ବେଗ, ‘ସରକାରଙ୍କ ଦରଦାମ୍ ନିୟନ୍ତ୍ରଣ ଘୋଷଣା ଧର୍ମକୁ ଆଖିଠାର’
ଭୁବନେଶ୍ୱର : ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧିକୁ ନେଇ ରାଜ୍ୟସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ସରକାର ଏ ବାବଦରେ ଅବଗତ ଅଛନ୍ତି କି ନାହିଁ, ମୂଲ୍ୟ ବୃଦ୍ଧି ରୋକିବା ନେଇ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ବାବଦରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ମନ୍ତ୍ରୀ ଭି.ଏଲ୍ ବର୍ମାଙ୍କୁ ପ୍ରଶ୍ନ କରିଛନ୍ତି। ସାଂସଦ ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବର୍ମା କହିଛନ୍ତି ଯେ ଗ୍ରାହକ ବ୍ୟାପାର […]
ଭୁବନେଶ୍ୱର : ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧିକୁ ନେଇ ରାଜ୍ୟସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ସରକାର ଏ ବାବଦରେ ଅବଗତ ଅଛନ୍ତି କି ନାହିଁ, ମୂଲ୍ୟ ବୃଦ୍ଧି ରୋକିବା ନେଇ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ବାବଦରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ମନ୍ତ୍ରୀ ଭି.ଏଲ୍ ବର୍ମାଙ୍କୁ ପ୍ରଶ୍ନ କରିଛନ୍ତି।
ସାଂସଦ ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବର୍ମା କହିଛନ୍ତି ଯେ ଗ୍ରାହକ ବ୍ୟାପାର ବିଭାଗ ଦେଶର ୫୬୬ଟି ମୂଲ୍ୟ ନିରୀକ୍ଷଣ କେନ୍ଦ୍ରରୁ ସଂଗ୍ରହ କରିଥିବା ସୂଚନାନୁସାରେ, ଓଡ଼ିଶାର ୨୮ଟି କେନ୍ଦ୍ର ସମେତ ୩୮ଟି ଜରୁରୀ ଖାଦ୍ୟ ପଦାର୍ଥର ମୂଲ୍ୟ ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି। ସେହିପରି ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସାମ୍ପ୍ରତିକ ଗ୍ରାହକ ମୂଲ୍ୟ ସୂଚକାଙ୍କ ତଥ୍ୟାନୁସାରେ, ୨୦୨୫ ଜୁନ୍ ମାସରେ ଓଡ଼ିଶାର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୦.୪୬ ପ୍ରତିଶତ ଓ ସହରାଞ୍ଚଳରେ ୦.୬୪ ପ୍ରତିଶତ ରହିଛି।
ସାରା ଭାରତର ଗ୍ରାମାଞ୍ଚଳ (୧.୭୨%) ଓ ସହରାଞ୍ଚଳ (୨.୫୬%) ମୁଦ୍ରାସ୍ଫୀତି ହାରଠାରୁ କମ୍ ରହିଛି। ଅପରପକ୍ଷେ କେନ୍ଦ୍ର ସରକାର ଆନ୍ତଃମନ୍ତ୍ରଣାଳୟ କମିଟି ମାଧ୍ୟମରେ ଜରୁରୀ ଖାଦ୍ୟ ପଦାର୍ଥର ଉପଲବ୍ଧତା ଓ ମୂଲ୍ୟ ଉପରେ ନଜର୍ ରଖାଯାଇଛି। ମୂଲ୍ୟରେ ଅସ୍ଥିରତା ନିୟନ୍ତ୍ରଣ ପାଇଁ ସରକାର ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଅଧୀନରେ ଡାଲି ଓ ପିଆଜର ବଫର ଷ୍ଟକ ରକ୍ଷଣାବେକ୍ଷଣ କରୁଛନ୍ତି। ୨୦୨୩-୨୪ ଓ ୨୦୨୪-୨୫ ମସିହାରେ ବଫର ଷ୍ଟକରୁ ଡାଲିକୁ ‘ଭାରତ ଡାଲ’ ବ୍ରାଣ୍ଡରେ ପରିଣତ କରି ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି। ସେହିପରି, ‘ଭାରତ’ ବ୍ରାଣ୍ଡରେ ଆଟା ଓ ଚାଉଳ ରିହାତି ମୂଲ୍ୟରେ ବିକ୍ରି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।






