ଓଡ଼ିଶାକୁ କେନ୍ଦ୍ରୀୟ ସମବାୟ ଅନୁଦାନ ନଗଣ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ ସାଂସଦ ମାନସ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଥିବା ସମବାୟ ସମିତି, ଏହାର କାର୍ଯ୍ୟକାରିତା ଓ ସଦସ୍ୟଙ୍କ ସଂଖ୍ୟା ସମ୍ପର୍କରେ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ମୋଟ ଉପରେ କେତେ ଗୋଟି ଓ କେଉଁ ପ୍ରକାରର ପଞ୍ଜିକୃତ ସମବାୟ ସମିତି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଓଡ଼ିଶାରେ ମୋଟ ୭ହଜାର ୬୧୭ ପଞ୍ଜିକୃତ ସମବାୟ ସମିତି ରହିଛି। ସେଥିରେ ୯୬ ଲକ୍ଷ […]

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଥିବା ସମବାୟ ସମିତି, ଏହାର କାର୍ଯ୍ୟକାରିତା ଓ ସଦସ୍ୟଙ୍କ ସଂଖ୍ୟା ସମ୍ପର୍କରେ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ମୋଟ ଉପରେ କେତେ ଗୋଟି ଓ କେଉଁ ପ୍ରକାରର ପଞ୍ଜିକୃତ ସମବାୟ ସମିତି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଓଡ଼ିଶାରେ ମୋଟ ୭ହଜାର ୬୧୭ ପଞ୍ଜିକୃତ ସମବାୟ ସମିତି ରହିଛି। ସେଥିରେ ୯୬ ଲକ୍ଷ ପଞ୍ଜିକୃତ ସଦସ୍ୟ ରହିଛନ୍ତି। ୨୮ଟି ସମବାୟ କ୍ଷେତ୍ର ମଧ୍ୟରୁ ଆମ ରାଜ୍ୟରେ ସର୍ବାଧିକ ୪ହଜାର ୨୫୨ ପାକ୍‌ସ ରହିଛି। ଏହି ପାକ୍‌ସ ଗୁଡ଼ିକରେ ୮୩ ଲକ୍ଷ ୧୦ ହଜାର ୪୫୭ ଜଣ ସକ୍ରିୟ ସଦସ୍ୟ ଅଛନ୍ତି।

ଆହୁରି ପଢ଼ନ୍ତୁ: ଏଣିକି କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ହାଇସ୍ପିଡ୍ ୱାଇଫାଇ

ସେହିପରି ୧୦୬୧ଟି ଦୁଗ୍ଧ ସମବାୟ ସମିତି ଥିବାବେଳେ ୮୦ହଜାର ୨୮୭ ଜଣ ସଦସ୍ୟ ରହିଛନ୍ତି। ୩୩୫ଟି ମିତବ୍ୟୟତା ସମବାୟ ଥିବାବେଳେ ୪ଲକ୍ଷ ୭୧ ହଜାର ୩୧୫ ସଦସ୍ୟ ରହିଛନ୍ତି। ସେହିଭଳି ଆଦିବାସୀ, ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ଗୋଟିଏ ସମବାୟ ସମିତି ଥିବାବେଳେ ସେଥିରେ ମାତ୍ର ୬୧ ଜଣ ସଦସ୍ୟ ରହିଛନ୍ତି। ୫୭ଟି ମହିଳା କଲ୍ୟାଣ ସମବାୟ ସମିତି ଥିବାବେଳେ ୨୭ ହଜାର ୫୬୫ ଜଣ ସଦସ୍ୟ ସେଥିରେ ରହିଛନ୍ତି। ଜାତୀୟ ସମବାୟ ଉନ୍ନୟନ ନିଗମ (ଏନସିଡିସି) ମହିଳା ସମବାୟ ସମିତିମାନଙ୍କ ପାଇଁ ନୂତନ କାର୍ଯ୍ୟକ୍ରମ ପାଇଁ ୨ ପ୍ରତିଶତ ସୁଧ ହାରରେ ଋଣ ପ୍ରଦାନ କରୁଛି।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୧ ପ୍ରତିଶତ ରିହାତି ହାରରେ ଋଣ ପ୍ରଦାନ କରୁଛି। ଗତ ୫ ବର୍ଷରେ ମହିଳା ଓ ଆଦିବାସୀ ସମବାୟ ସମିତିଙ୍କୁ ଏନସିଡିସି ଦ୍ୱାରା ପାଖାପାଖି ୪୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି। ଗତ ୫ ବର୍ଷରେ ଓଡ଼ିଶାରେ ସମବାୟ ଉନ୍ନୟନ ପାଇଁ ଏନସିଡିସି ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୦.୮୦ କୋଟି, ୨୦୨୧-୨୨ରେ ୪.୦୬, ୨୦୨୨-୨୩ରେ ୧.୬୧, ୨୦୨୩-୨୪ରେ ୩.୨୪, ୨୦୨୪-୨୫ରେ ୫.୮୯ କୋଟି ଟଙ୍କା ଓ ୨୦୨୫-୨୬ରେ ଜୁଲାଇ ୧୫ ସୁଦ୍ଧା ୧.୪୨ କୋଟି ଟଙ୍କା ମିଳିଛି। ସହରାଞ୍ଚଳ ସମବାୟ ବ୍ୟାଙ୍କ ତରଫରୁ ଲୋକମାନଙ୍କୁ ଘର ପାଖରେ ବ୍ୟାଙ୍କ୍‌ ସେବା ଯୋଗାଇ ଦିଆଯାଇଛି। ଏଥିସହ ବ୍ୟାଙ୍କଙ୍ଗ୍‌ କ୍ଷେତ୍ରରେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଶ୍ରୀ ଶାହା ଉତ୍ତର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆଦିବାସି ମାନଙ୍କ ଉପରେ ଆକ୍ରମଣ ବରଦାସ୍ତ କରାଯିବ ନାହିଁ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର