୧୬ଟି ରୁଟରେ ସୋମବାର ଠାରୁ ଗଡିବ ‘ମୋ ବସ୍’

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ବସ ସେବା ୧୯ ଜୁଲାଇ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ମୋ ବସ ସେବା ୧୬ଟି ରୁଟରେ ଚାଲିବ । ଆଗାମୀ ଦିନରେ ଆହୁରି ଅଧିକ ରୁଟରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି ।   ନିୟମିତ ବସ ସେବା କେବଳ ସୋମବାର ରୁ ଶୁକ୍ରବାର ଯାଏଁ ଉପଲବ୍ଧ ହେବ […]

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ବସ ସେବା ୧୯ ଜୁଲାଇ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ମୋ ବସ ସେବା ୧୬ଟି ରୁଟରେ ଚାଲିବ । ଆଗାମୀ ଦିନରେ ଆହୁରି ଅଧିକ ରୁଟରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା: ମୁତୟନ ହେବେ ୨୨୦ ପ୍ଲାଟୁନ୍ ଫୋର୍ସ ଏବଂ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍

ଆହୁରି ପଢ଼ନ୍ତୁ: ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର

ନିୟମିତ ବସ ସେବା କେବଳ ସୋମବାର ରୁ ଶୁକ୍ରବାର ଯାଏଁ ଉପଲବ୍ଧ ହେବ । ଓଡ଼ିଶା ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ମୋ’ ବସ ତରଫରୁ ସ୍ୱତନ୍ତ୍ର ସଟଲ ବସ ସେବା ସପ୍ତାହନ୍ତରେ ଚାଲୁ ରହିବ । ‘ଓଡ଼ିଶା ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ଆର୍ନ୍ତଜାତିକ ବିମାନ ବନ୍ଦର ଏବଂ ଭୁବନେଶ୍ୱର ରେଲୱେ ଷ୍ଟେସନ ଠାରୁ ଏହି ସ୍ୱତନ୍ତ୍ର ବସ ସେବା ଉପଲବ୍ଧ ହେବ । ଏହା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହିତ ଯାତ୍ରୀମାନଙ୍କୁ ଯୋଡିବ । ଏହି ସେବାର ବ୍ୟବହାର କରି ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ’ ବୋଲି ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।

ଏଥିସହ ବସରେ ଠିଆ ହୋଇ ଯାତ୍ରୀ ଯାତ୍ରା କରିପାରିବେ ନାହିଁ । ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସିଟ୍ ଭରିଯାଇଥିଲେ, ଅଧିକା ଯାତ୍ରୀଙ୍କୁ ଉଠାଇବେ ନାହିଁ । ଯାତ୍ରୀମାନଙ୍କ ପାଇଁ ମାସ୍କ ଲଗାଇବା ଅନିର୍ବାଯ୍ୟ ଏବଂ ଏଥିପାଇଁ ବିନା ମାସ୍କରେ ପ୍ରବେଶ ନିଷେଦ୍ଧ ଆମର ମୂଳମନ୍ତ୍ର । ଯାତ୍ରୀମାନେ ନିଜର ଯତ୍ନ ନିଅନ୍ତୁ । ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ । ଓଡ଼ିଶା ସରକାରଙ୍କ ଆଦେଶ ଅନୁଯାୟୀ ନିଃଶୁଳ୍କ ଟିକା ନେଇ ମୋ ବସର ସମସ୍ତ ଗାଇଡ୍ ଓ କ୍ୟାପଟେନମାନେ ସେବା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରତ୍ୟେକ ବସର ପ୍ରତିଦିନ ନିଃସଂକ୍ରମଣ କରାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ବିଷେଶ ଭୂତାଣୁ ନାଶକ ଶୋଧକର ବ୍ୟବହାର କରାଯାଉଛି । ଜନସାଧାରଣଙ୍କ ସୁରକ୍ଷା ଏବଂ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ କ୍ରୁଟ୍ ପ୍ରତିବଦ୍ଧ ।

17 Jul 2021 By The Sakala

୧୬ଟି ରୁଟରେ ସୋମବାର ଠାରୁ ଗଡିବ ‘ମୋ ବସ୍’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ବସ ସେବା ୧୯ ଜୁଲାଇ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ମୋ ବସ ସେବା ୧୬ଟି ରୁଟରେ ଚାଲିବ । ଆଗାମୀ ଦିନରେ ଆହୁରି ଅଧିକ ରୁଟରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି ।

ନିୟମିତ ବସ ସେବା କେବଳ ସୋମବାର ରୁ ଶୁକ୍ରବାର ଯାଏଁ ଉପଲବ୍ଧ ହେବ । ଓଡ଼ିଶା ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ମୋ’ ବସ ତରଫରୁ ସ୍ୱତନ୍ତ୍ର ସଟଲ ବସ ସେବା ସପ୍ତାହନ୍ତରେ ଚାଲୁ ରହିବ । ‘ଓଡ଼ିଶା ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ଆର୍ନ୍ତଜାତିକ ବିମାନ ବନ୍ଦର ଏବଂ ଭୁବନେଶ୍ୱର ରେଲୱେ ଷ୍ଟେସନ ଠାରୁ ଏହି ସ୍ୱତନ୍ତ୍ର ବସ ସେବା ଉପଲବ୍ଧ ହେବ । ଏହା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହିତ ଯାତ୍ରୀମାନଙ୍କୁ ଯୋଡିବ । ଏହି ସେବାର ବ୍ୟବହାର କରି ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ’ ବୋଲି ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।

ଏଥିସହ ବସରେ ଠିଆ ହୋଇ ଯାତ୍ରୀ ଯାତ୍ରା କରିପାରିବେ ନାହିଁ । ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସିଟ୍ ଭରିଯାଇଥିଲେ, ଅଧିକା ଯାତ୍ରୀଙ୍କୁ ଉଠାଇବେ ନାହିଁ । ଯାତ୍ରୀମାନଙ୍କ ପାଇଁ ମାସ୍କ ଲଗାଇବା ଅନିର୍ବାଯ୍ୟ ଏବଂ ଏଥିପାଇଁ ବିନା ମାସ୍କରେ ପ୍ରବେଶ ନିଷେଦ୍ଧ ଆମର ମୂଳମନ୍ତ୍ର । ଯାତ୍ରୀମାନେ ନିଜର ଯତ୍ନ ନିଅନ୍ତୁ । ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ । ଓଡ଼ିଶା ସରକାରଙ୍କ ଆଦେଶ ଅନୁଯାୟୀ ନିଃଶୁଳ୍କ ଟିକା ନେଇ ମୋ ବସର ସମସ୍ତ ଗାଇଡ୍ ଓ କ୍ୟାପଟେନମାନେ ସେବା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରତ୍ୟେକ ବସର ପ୍ରତିଦିନ ନିଃସଂକ୍ରମଣ କରାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ବିଷେଶ ଭୂତାଣୁ ନାଶକ ଶୋଧକର ବ୍ୟବହାର କରାଯାଉଛି । ଜନସାଧାରଣଙ୍କ ସୁରକ୍ଷା ଏବଂ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ କ୍ରୁଟ୍ ପ୍ରତିବଦ୍ଧ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର