ରକେଟ୍‌-ଲଞ୍ଚର୍‌ ତିଆରି କରୁଛନ୍ତି ମାଓବାଦୀ, ବଡ଼ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ! …

The Sakala Picture
Published On

ନୂଆପଡ଼ା: ଗୋଟିଏ ଟିପରେ ନିମିଷକ ମଧ୍ୟରେ ସେନା ଶିବିରକୁ ଧ୍ବସ୍ତ କରିଦେଉଥିବା ଭଳି ‘ରକେଟ୍‌-ଲଞ୍ଚର୍‌’ ଭଳି ଘାତକ ମାରଣାସ୍ତ୍ର ତିଆରି କଲେଣି ମାଓବାଦୀ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରୁ ଠାବ ହୋଇଥିବା ଏକ ମାଓ-କ୍ୟାମ୍ପରୁ ଏଭଳି ଏକ ସାଂଘାତିକ ତଥ୍ୟ ଏବେ ପଦାକୁ ଆସିଛି। ଗତ ମାସ ୩୦ ତାରିଖ ଦିନ ପାଟଦର୍ହା-ସୁନାବେଡ଼ା ସୀମାନ୍ତ ଭଇଁଷାମୁଣ୍ଡି ଜଙ୍ଗଲରୁ ଠାବ ହୋଇଥିବା ମାଓ କ୍ୟାମ୍ପରୁ ଏକ ଅଧାଗଢ଼ା ରକେଟ୍‌-ଲଞ୍ଚର୍‌ ସହ ଏହାକୁ ତିଆରି କରିବାର ଏକ ନକ୍ସା ଜବତ […]

ନୂଆପଡ଼ା: ଗୋଟିଏ ଟିପରେ ନିମିଷକ ମଧ୍ୟରେ ସେନା ଶିବିରକୁ ଧ୍ବସ୍ତ କରିଦେଉଥିବା ଭଳି ‘ରକେଟ୍‌-ଲଞ୍ଚର୍‌’ ଭଳି ଘାତକ ମାରଣାସ୍ତ୍ର ତିଆରି କଲେଣି ମାଓବାଦୀ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରୁ ଠାବ ହୋଇଥିବା ଏକ ମାଓ-କ୍ୟାମ୍ପରୁ ଏଭଳି ଏକ ସାଂଘାତିକ ତଥ୍ୟ ଏବେ ପଦାକୁ ଆସିଛି। ଗତ ମାସ ୩୦ ତାରିଖ ଦିନ ପାଟଦର୍ହା-ସୁନାବେଡ଼ା ସୀମାନ୍ତ ଭଇଁଷାମୁଣ୍ଡି ଜଙ୍ଗଲରୁ ଠାବ ହୋଇଥିବା ମାଓ କ୍ୟାମ୍ପରୁ ଏକ ଅଧାଗଢ଼ା ରକେଟ୍‌-ଲଞ୍ଚର୍‌ ସହ ଏହାକୁ ତିଆରି କରିବାର ଏକ ନକ୍ସା ଜବତ ହେବା ଘଟଣା ସୁରକ୍ଷାବାହିନୀ ଓ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ସୂଚନାଯୋଗ୍ୟ, ନୂଆପଡ଼ା ପୁଲିସ୍‌ ଦ୍ୱାରା ବିଭିନ୍ନ ସମୟରେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିଲା। ସେସବୁରୁ ବିଭିନ୍ନ ମାଓବାଦୀ ବ୍ୟବହୃତ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଉଥିଲା। ହେଲେ ବର୍ତ୍ତମାନ ଚଢ଼ଉରୁ ଟିକିଏ ଭିନ୍ନଧରଣର ସାମଗ୍ରୀ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ମାସରେ ଛତିଶଗଡ଼ର ବିଜାପୁର ଅଞ୍ଚଳରେ ପୁଲିସ ଗୁଳିରେ ବହୁ କ୍ୟାଡର୍‌ ମାଓବାଦୀ ନିହତ ହେବା ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇ ଓଡ଼ିଶା ସୀମାନ୍ତ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟରେ ଏକାଧିକ କ୍ୟାମ୍ପ କରି ରହୁଛନ୍ତି। ତେବେ ସେମାନେ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାଯାଇଛି। ଏଥିପାଇଁ ସେମାନେ ହାତେହାତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଶିବିରରେ ତିଆରି କରୁଥିବା ଜଣାଯାଇଛି। ସେଥିମଧ୍ୟରୁ କିଛି ନୂଆପଡ଼ା ଜିଲ୍ଲା ପୁଲିସ ହାତରେ ଧରାପଡ଼ିଛି। ଗତ ମାସ ୩୦ ତାରିଖ ଦିନ ନୂଆପଡ଼ା ଏସ୍‌‌ପି ଜି. ଆର୍‌‌ ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଓଜି ଯବାନମାନେ ଭଇଁଷାମୁଣ୍ଡି ଜଙ୍ଗଲରେ ଚଢ଼ଉ କରିଥିଲେ। ମାଓବାଦୀମାନେ ଠିକ୍‌ ସମୟରେ ଲୁଚି ପଳାୟନ କରିଥିଲେ। ସେଠାରୁ ୫ଶହରୁ ଊର୍ଦ୍ଧ୍ବ ଡିଟୋନେଟର, ସେଫ୍‌‌ଟି ଫ୍ୟୁଜ୍‌ ତାର, ଜିଲେଟିନ ଷ୍ଟିକ ଆଦି ଜବତ କରାଯାଇଥିବା ବେଳେ ରକେଟ ଲଞ୍ଚର୍‌ ମଧ୍ୟ ମିଳିଛି। ଏହାସହ ବହୁ ମାଓ ପୁସ୍ତିକା ତେଲୁଗୁ ଭାଷାରେ ଲିଖିତ ରହିଥିବା ହେତୁ ଏଥିରେ ତେଲୁଗୁ ଭାଷାଭାଷୀ କ୍ୟାଡର୍‌ ରହିଥିବା ସନ୍ଦେହ କରାଯାଉଥିବା ଏସ୍‌‌ପି ରାଘବେନ୍ଦ୍ର କହିଛନ୍ତି। ଲଞ୍ଚର୍‌ ତିଆରି ନକ୍ସା ମିଳିଥିବାରୁ ଏହି ମାଓ ଟିମ୍‌ରେ କିଛି ଅସ୍ତ୍ରଶସ୍ତ୍ର ବିଶେଷଜ୍ଞ ଥିବା ଅନୁମାନ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ଆଜିକୁ ବହୁ ବର୍ଷ ଧରି ସେଭଳି କୌଣସି ଅଘଟଣ ଘଟାଇ ନ ଥିବାରୁ ମାଓବାଦୀଙ୍କ ଟାର୍ଗେଟରେ ରହିଥିବା କୁହାଯାଉଛି। ୬ଶହ ବର୍ଗକିମି ଦୂର ପରିବ୍ୟାପ୍ତ ରହିଛି ସୁନାବେଡ଼ା ଅଭୟାରଣ୍ୟ। ଏହା ପୁଲିସ୍‌କୁ ହସ୍ତଗତ ହୋଇଥିବା ଏକ ନମୁନା ମାତ୍ର। ମାଓବାଦୀମାନେ କରିଡର କରି ରହିଥିବାରୁ ବର୍ତ୍ତମାନ ନୂଆପଡ଼ା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜର ସମୟ। ତେଣୁ ଏହାକୁ ଜିଲ୍ଲା ତଥା ରାଜ୍ୟ ପୁଲିସ ବିଭାଗ ଗୁରୁତ୍ୱର ସହ ବିଚାରକୁ ନେବା ଜରୁରୀ ହୋଇପଡ଼ିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

 

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର