ନୂଆବର୍ଷରୁ ଦିନ ମଜୁରିଆଙ୍କ ହାତ ଖାଲି

The Sakala Picture
Published On

ଭୁବନେଶ୍ୱର: ନୂଆବର୍ଷ ଆରମ୍ଭରୁ ଖଟିଖିଆ ଦିନ ମଜୁରିଆଙ୍କ ପେଟପାଟଣାରେ ଲାଗିବ ଶକ୍ତ ଆଘାତ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମଯୋଗାଣ ଯୋଜନା (ମନରେଗା)ରେ କାମ ପାଉଥିବା ଗରିବ ଲୋକଙ୍କ ହାତ ଖାଲି ହୋଇଯିବ। କାରଣ ଏହି ଯୋଜନାରେ କେନ୍ଦ୍ର ମଞ୍ଜୁର କରିଥିବା ଅତିରିକ୍ତ ଶ୍ରମ ଦିବସ କମି ଆସିଲାଣି। ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଏହି ମଞ୍ଜୁରପ୍ରାପ୍ତ ଶ୍ରମ ଦିବସ ଶେଷ ହୋଇଯିବ। ତେଣୁ ରାଜ୍ୟର ଗରିବ, ଖଟିଖିଆ ଦିନ ମଜୁରିଆଙ୍କୁ କାମ ମାଧ୍ୟରେ […]

ଭୁବନେଶ୍ୱର: ନୂଆବର୍ଷ ଆରମ୍ଭରୁ ଖଟିଖିଆ ଦିନ ମଜୁରିଆଙ୍କ ପେଟପାଟଣାରେ ଲାଗିବ ଶକ୍ତ ଆଘାତ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମଯୋଗାଣ ଯୋଜନା (ମନରେଗା)ରେ କାମ ପାଉଥିବା ଗରିବ ଲୋକଙ୍କ ହାତ ଖାଲି ହୋଇଯିବ। କାରଣ ଏହି ଯୋଜନାରେ କେନ୍ଦ୍ର ମଞ୍ଜୁର କରିଥିବା ଅତିରିକ୍ତ ଶ୍ରମ ଦିବସ କମି ଆସିଲାଣି। ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଏହି ମଞ୍ଜୁରପ୍ରାପ୍ତ ଶ୍ରମ ଦିବସ ଶେଷ ହୋଇଯିବ। ତେଣୁ ରାଜ୍ୟର ଗରିବ, ଖଟିଖିଆ ଦିନ ମଜୁରିଆଙ୍କୁ କାମ ମାଧ୍ୟରେ ଆର୍ଥିକ ସହାୟତା ଯୋଗାଇଦେବା ରାଜ୍ୟ ସରକାରଙ୍କ ପାଇଁ ଏବେ ଚିନ୍ତାର କାରଣ ହୋଇଛି।

ଆହୁରି ପଢ଼ନ୍ତୁ: 'ହିଂସାକାଣ୍ଡ ଯୋଗୁଁ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ, ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ'

ସୂଚନାଯୋଗ୍ୟ, ‘ମନେରଗା’ ଜରିଆରେ ରାଜ୍ୟର ଆର୍ଥିକ ଦୁର୍ବଳ ଶ୍ରେଣୀକୁ ବାର୍ଷିକ ୧୦୦ରୁ ୧୫୦ ଦିନ କାମ ଯୋଗାଇ ଦିଆଯାଇଥାଏ। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ହେବା ସହ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକେ ଉପାର୍ଜନ ପାଇଥାଆନ୍ତି। ତେଣୁ ଏହାକୁ ନିରନ୍ତର ଜାରି ରଖିବାର ଆବଶ୍ୟକତା ରହୁଛି। କିଛିବର୍ଷ ହେବ ମନରେଗା କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ଓଡ଼ିଶାକୁ ଦାବି ମୁତାବକ ଶ୍ରମ ଦିବସ ଆବଣ୍ଟନ କରାଯାଉନାହିଁ। ଚଳିତ ବର୍ଷ ପାଇଁ ୧୬ କୋଟି ୧୦ ଲକ୍ଷ ଶ୍ରମ ଦିବସ ମନରେଗା କାର୍ଯ୍ୟ ଆବଣ୍ଟିତ ହୋଇଛି। ଶନିବାର ସୁଦ୍ଧା ତନ୍ମଧ୍ୟରୁ ପ୍ରାୟ ୧୫ କୋଟି ୨୭ ଲକ୍ଷ ଶ୍ରମ ଦିବସ ସଙ୍ଗଠିତ ହୋଇସାରିଲାଣି। ବାକି ଥିବା ୮୩ ଲକ୍ଷ ଶ୍ରମ ଦିବସ ଚଳିତ ବର୍ଷ ଡିସେମ୍ବର ଶେଷ ପୂର୍ବରୁ ସରିଯିବ। ତେଣୁ ନିୟମିତ କାର୍ଯ୍ୟ ପାଉଥିବା ଏକ ଦୁର୍ବଳ ଆର୍ଥିକ ବର୍ଗର ବ୍ୟକ୍ତିମାନଙ୍କ ଜୀବିକା ପ୍ରଭାବିତ ହେବାକୁ ଯାଉଥିବା ଆଶଙ୍କା ପ୍ରକାଶ ପାଇଲାଣି।

ଆହୁରି ପଢ଼ନ୍ତୁ: ବନ୍ୟା ପରିଚାଳନା ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ନେତ୍ରୀ ସୁଜାତାଙ୍କ ସମାଲୋଚନା: ୨ ବର୍ଷରେ ଭୁଶୁଡ଼ିଯାଇଛି ୨ ଦଶନ୍ଧିର ବ୍ୟବସ୍ଥା

ସରକାରୀ ସୂତ୍ରରୁ ମିଳିଥିବା ଗତ ବର୍ଷ ୨୦ କୋଟି ୫୦ ଲକ୍ଷ କୋଟିର ଶ୍ରମ ଦିବସ ମହାମାରୀ ସତ୍ତ୍ବେ ସୃଷ୍ଟି ହୋଇଥିଲା। ଏହା ଏକ ଜାତୀୟ ରେକର୍ଡ ଥିଲା। ମାତ୍ର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡ଼ିଶାକୁ ଉତ୍ସାହିତ କରିବା ବଦଳରେ ମାତ୍ର ୧୪ କୋଟି ଶ୍ରମ ଦିବସ ପ୍ରଦାନ କରାଯାଇଥିଲା। ଏହା ମଧ୍ୟ ଗତ ଅକ୍ଟୋବରରେ ଶେଷ ହୋଇଯାଇଥିଲା। ଏହା ପରେ ଅଧିକାରୀସ୍ତରରେ କେନ୍ଦ୍ର ସହ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ(୨୦୨୧-୨୨) ବର୍ଷ ପାଇଁ ଅତିରିକ୍ତ ୧୧ କୋଟି ଶ୍ରମ ଦିବସ ତଥା ମୋଟ ୨୫ କୋଟି ଶ୍ରମ ଦିବସ ମଞ୍ଜୁର ପାଇଁ ଦାବି କରାଯାଇଥିଲା। ହେଲେ ଏହାକୁ କେନ୍ଦ୍ର ମାନି ନ ଥିଲା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମନରେଗା ବାବଦରେ ରାଜ୍ୟର ପ୍ରାୟ ୧୦୮୮.୭୨ କୋଟି ବକେୟା ଅର୍ଥ ଦାବି କରିଥିଲେ। ଏହା ମଧ୍ୟରେ ୩୭୭.୯୧ କୋଟି ଟଙ୍କା ମଜୁରୀ ବାବଦକୁ ରହିଥିବା ବେଳେ ୭୧୦.୮୧ କୋଟି ଟଙ୍କାର ସାମଗ୍ରୀ ବାବଦ ବକେୟା ରହିଛି। ଅନୁରୂପ ଭାବେ କେନ୍ଦ୍ର ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ୨୫ କୋଟି ଶ୍ରମ ଦିବସକୁ ବୃଦ୍ଧି କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦାବି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସ୍କୁଲ ପରିସରରେ ପଶିଲା ଭାଲୁ: ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ଓ ଅଭିଭାବକ

ଅପରପକ୍ଷରେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଗୌଣ କରି ମାତ୍ର ୨ କୋଟି ୧୦ ଲକ୍ଷ ଶ୍ରମ ଦିବସ ମଞ୍ଜୁର କରାଯାଇଥିଲା। ଯାହା ୧୧ କୋଟି ଶ୍ରମ ଦିବସ ଦାବିର ଏକ-ତୃତୀୟାଂଶ ମଧ୍ୟ ନୁହେଁ। ଚଳିତ ନଭେମ୍ବର ଦ୍ୱିତୀୟ ସପ୍ତାହରେ କେନ୍ଦ୍ର ପକ୍ଷରୁ ମଜୁରୀ ବାବଦରେ ଥିବା ବକେୟା ବାବଦରେ ପ୍ରାୟ ୩୦୦ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଅନୁଦାନ ପ୍ରଦାନ କରାଯାଇଛି। ଏହିପରି ଭାବେ ରାଜ୍ୟକୁ ପ୍ରାୟ ୮୭୬ କୋଟି ୭୮ ଲକ୍ଷ ୭୨ ହଜାର ଟଙ୍କାର ଅନୁଦାନ ମିଳିଛି। ମଜୁରୀ ବାବାଦ ଆସିଥିବା ଏହି ଦେୟ ଅନୁସୂଚିତ ଜାତି(ଏସସି) ବର୍ଗର ଶ୍ରମିକ ମଜୁରୀ ପାଇଁ ୮୫ କୋଟି ୪୩ ଲକ୍ଷ ୫୨ ହଜାର ଟଙ୍କା ଅନୁଦାନ ଆସିଛି। ସେହିପରି ଅନୁସୂଚିତ ଜନଜାତି(ଏସଟି) ବର୍ଗର ମଜୁରୀ ବାବଦରେ ୨୬୧ କୋଟି ୭୩ ଲକ୍ଷ ୩୭ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ୫୨୯ କୋଟି ୬୧ ଲକ୍ଷ ୮୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ଧାର୍ଯ୍ୟ ୧୪ କୋଟି ଶ୍ରମ ଦିବସ ଲକ୍ଷ୍ୟ ପୂରଣ ହୋଇ ସାରିଛି। ରାଜ୍ୟ ପକ୍ଷରୁ ଅତିରିକ୍ତ ୧୧ କୋଟି ଶ୍ରମ ଦିବସ ପାଇଁ ଦାବି କରାଯାଇଥିଲା। ଏହା ପରେ କେନ୍ଦ୍ର ମାତ୍ର ୨ କୋଟି ୧୦ ଲକ୍ଷ ଶ୍ରମ ଦିବସକୁ ମଞ୍ଜୁର ଦେଇଥିଲା। କମ୍‍ ମାତ୍ରାରେ ଶ୍ରମିକ ଦିବସ ରାଜ୍ୟକୁ ଆବଣ୍ଟନ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମଗ୍ରୀ ବକେୟା ସହ ମୋଟ ୨୫ କୋଟି ଶ୍ରମ ଦିବସ ପାଇଁ ଦାବି ଦୋହରାଇଥିଲେ। ମାତ୍ର କେନ୍ଦ୍ର ଏଯାବତ୍‍ କୌଣସି ନିଷ୍ପତ୍ତି ନେଇନାହିଁ। ତେଣୁ ଦିନ କେଇଟା ପରେ ମନରେଗା ଉପରେ ନିର୍ଭରଶୀଳ ଶ୍ରମିକମାନେ ହାତବନ୍ଧି ବସିବା ଏକ ପ୍ରକାର ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଅଧିନରେ ଥିବା ୨୧୬ଟି କାର୍ଯ୍ୟକ୍ରମରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ମନରେଗା ଦ୍ୱାରା ସମ୍ପାଦିତ କରାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର