୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅଭିଯୋଗରେ ପାରାଦ୍ଵୀପ ବନ୍ଦରରେ ବିଦେଶୀ ଜାହାଜ 'MT UNITY' ଗିରଫ

Madhusudan Das Picture
Published On

ପାରାଦ୍ଵୀପ: ବିଦେଶୀ ଜାହାଜ MT UNITI ଗିରଫ। ବର୍ତମାନ ପାରାଦ୍ଵୀପ ବନ୍ଦରରେ ରହିଛି ଏହି ଜାହାଜ। ଏକ ଏଜେନ୍ସୀର ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ରଖିଥିବା ଅଭିଯୋଗ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗିରଫ ହେଲା ଜାହାଜ। ସୋଗ୍ଲାସି ଇନସ୍ୟୁରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାମି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି ନରସିଂହ ଏହି ଆଦେଶ ଦେଇଛନ୍ତି । କର୍ମଚାରୀଙ୍କ ଦରମା ଓ ସାମଗ୍ରୀ ଯୋଗାଣ ବାବଦରେ ରହିଛି ବକେୟା। ଜାହାଜଟି ବର୍ତ୍ତମାନ ପାରାଦ୍ଵୀପ ବନ୍ଦରରେ ପଣ୍ୟ କାଢ଼ିବା ପାଇଁ ଆସିଛି । 

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ସୂଚନା ଅନୁସାରେ, ଜାହାଜର କର୍ମଚାରୀଙ୍କ ବାକି ଦରମା ଏବଂ ଜାହାଜ ଚଳାଚଳ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବାବଦକୁ ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନୀ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜାହାଜର ମାଲିକଙ୍କୁ ପରିଶୋଧ ପାଇଁ ଦାବି କରିଥିଲେ । ମାତ୍ର ଜାହାଜ ମାଲିକ ଦୀର୍ଘ ଦିନ ହେବ ଏହାକୁ ପରିଶୋଧ କାରିପାରିନଥିଲେ । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋଗ୍ଲାସି ଇନସ୍ୟୁରାନ୍ସ ଲିମିଟେଡ କମ୍ପାନୀ ।  ହାଇକୋର୍ଟ ଏହାକୁ ବିଚାର କରି ବାକି ଅର୍ଥର ଦାବି ଗ୍ରହଣଯାଗ୍ୟ ହୋଇଥିବାରୁ କୋର୍ଟ ଜାହାଜକୁ ଗିରଫ କରିବାକୁ ଆଦେଶ ଦେଇଥିଲେ । 

ଆହୁରି ପଢ଼ନ୍ତୁ: ଭୟଙ୍କର ରୂପ ନେଉଛି ବାତ୍ୟା 'ଅର୍ଣ୍ଣବ': ଓଡ଼ିଶାରେ ହାଇ ଆଲର୍ଟ ଜାରି, ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର