ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରସଙ୍ଗରେ ଘେରିଲା ବିଜେଡି: ସରକାରଙ୍କୁ ଖୋଲା ବିତର୍କ ଆହ୍ୱାନ

Madhusudan Das Picture
Published On

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ବିଲ୍‌ ସଂସଦରେ ପାସ୍‌ ହେବା ପରେ ଓଡ଼ିଶାର ବ୍ୟାପକ କ୍ଷତି ହେବା ସର୍ବଜନ ବିଦିତ। ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଏହା ବିରୋଧରେ ଲଢେ଼ଇ ଆହ୍ୱାନ ଦେଇଛନ୍ତି। ଦେଶର ଅନ୍ୟ ରାଜନୈତିକ ଦଳର ନେତାମାନେ ମଧ୍ୟ ଖଣି ଆଇନର ସଂଶୋଧନ ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାୟତ୍ତତା ଉପରେ ଆଘାତ ବୋଲି ଅଭିଯୋଗ କରିଛନ୍ତି । ଏହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖଣିମନ୍ତ୍ରୀ  ବିଭୁତି ଜେନା ଏମଏମଡିଆର ସଂଶୋଧନ ବିଲ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି । ବିଜେପିର ଦୁଇ ନେତାଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡି। ସଂଶୋଧିତ ଖଣି ଆଇନକୁ ନେଇ ନବୀନ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛି ବୋଲି ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟକୁ ବିଜେଡି ସମାଲୋଚନା କରିବା ସହ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛି।  ଏହି ବିଲ୍‌ ଓଡ଼ିଶା ସମେତ ଦେଶର ସମସ୍ତ ଖଣିଜ ସମ୍ପଦ ଥିବା ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ବିଜେଡି କହିଛି । 

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ ସାହୁ କହିଛନ୍ତି ଯେ ଖଣି ଖାଦାନ ଉପରେ ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମ୍ୱିଧାନିକ ଅଧିକାର ରହିଛି। ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟମାନଙ୍କର ଅଧିକାର ରହିଛି, ତେଣୁ ରାଜ୍ୟମାନେ ଖଣିଜ ପଦାର୍ଥ ଉପରେ ଲେଭି ଓ ଟ୍ୟାକ୍ସ ଲଗାଇ ପାରିବେ ବୋଲି ମତ ଦେଇଥିଲେ । ଏହାସହ ୧ ଏପ୍ରିଲ ୨୦୦୫ରୁ ଖଣି ମାଲିକମାନଙ୍କଠାରୁ ବକେୟା ଟ୍ୟାକ୍ସ ଆଦାୟ କରିପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ  ରାୟ ଦେଇଥିଲେ। ସେହି ଅନୁସାରେ ଓଡ଼ିଶା  ଦେଢ଼ ଲକ୍ଷ କୋଟି ଟଙ୍କା ବକେୟା ରାଜସ୍ୱ ପାଇବ ବୋଲି ଆକଳନ ହୋଇଥିଲା। ଏହାଛଡ଼ା ପ୍ରତିବର୍ଷ ଖଣି ରାଜସ୍ୱ ଅଧିକ ୧୨,୦୦୦ କୋଟି ଟଙ୍କା ଆଦାୟ ହୋଇପାରିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏମଏମଡିଆର ସଂଶୋଧନ ବିଲ୍‌ ଜରିଆରେ ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିଦେଲେ। ଓଡ଼ିଶାରୁ ନିର୍ବାଚିତ ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ  ରାଜ୍ୟ ବିରୋଧୀ ବିଲକୁ ସମର୍ଥନ କଲେ। । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି  ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଏହି ବିଲ ଦ୍ୱାରା ଓଡିଶାର ପ୍ରଭୁତ କ୍ଷତି ହେବ ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ଏହା ବିଜେପି ପାଇଁ ହଜମ ହେଉନାହିଁ। କେବଳ ମିଥ୍ୟା ତଥ୍ୟ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ଖଣିମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭୁଅାଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । 

ଆହୁରି ପଢ଼ନ୍ତୁ: 'ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍' ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି: ନବୀନ ପଟ୍ଟନାୟକ

ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ଖଣିରୁ ଲେଭି ଓ ଟିକସ ଆଦାୟ ଓଡ଼ିଶା ସ୍ୱାର୍ଥ ଦୃଷ୍ଟିରୁ ନିତ୍ୟାନ୍ତ ଜରୁରୀ ଓ ବକେୟା ଖଣି ରାଜସ୍ୱ ନ ମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି କହିଥିଲେ । ମାତ୍ର ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟର କ୍ଷତିହେବ ନାହିଁ ବୋଲି କହୁଛନ୍ତି । ଯଦି ଏହି ମନ୍ତବ୍ୟ ଠିକ୍‌, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲଙ୍କ ଦେଇଥିବା ସତ୍ୟପାଠ ମିଥ୍ୟା ବୋଲି ବୁଝିବାକୁ ହେବ। ତେଣୁ ଉଚ୍ଚତମ ନ୍ୟାୟାଳୟରେ ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ ରଖିଥିବା ସତ୍ୟପାଠ ଠିକ୍‌ ନା ଧର୍ମେନ୍ଦ୍ର ପ୍ରଧାନ ଓ ଖଣିମନ୍ତ୍ରୀ ବିଭୂତି ଜେନା ଦେଇଥିବା ବିବୃତି ଠିକ୍‌, ବିଜେପି ତାହା ସ୍ପଷ୍ଟ କରିବା ଆବଶ୍ୟକ। ୨୪ ବର୍ଷ ଶାସନରେ ନବୀନ ସରକାର ୭୮,୦୦୦ କୋଟି ଟଙ୍କା ଋଣ ହୋଇଥିଲା ବେଳେ ବିଜେପିର ଦୁଇ ବର୍ଷ ଶାସନରେ ୧,୩୮,୦୦୦ କୋଟି ଟଙ୍କା ଋଣ ନେଇଛନ୍ତି। ତେଣୁ କିଏ କାହାକୁ ଭ୍ରମିତ କରୁଛି ତାହା ଏଥିରୁ ସ୍ପଷ୍ଟ।  ଆଗାମୀ ଦିନରେ ବିଜେଡି ଏହାର ଦୃଢ଼ ପ୍ରତିବାଦ କରିବ  ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨ଟି ଦୋକାନ ଜଳି ପାଉଁଶ

21 Aug 2026 By Madhusudan Das

ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରସଙ୍ଗରେ ଘେରିଲା ବିଜେଡି: ସରକାରଙ୍କୁ ଖୋଲା ବିତର୍କ ଆହ୍ୱାନ

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ବିଲ୍‌ ସଂସଦରେ ପାସ୍‌ ହେବା ପରେ ଓଡ଼ିଶାର ବ୍ୟାପକ କ୍ଷତି ହେବା ସର୍ବଜନ ବିଦିତ। ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଏହା ବିରୋଧରେ ଲଢେ଼ଇ ଆହ୍ୱାନ ଦେଇଛନ୍ତି। ଦେଶର ଅନ୍ୟ ରାଜନୈତିକ ଦଳର ନେତାମାନେ ମଧ୍ୟ ଖଣି ଆଇନର ସଂଶୋଧନ ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାୟତ୍ତତା ଉପରେ ଆଘାତ ବୋଲି ଅଭିଯୋଗ କରିଛନ୍ତି । ଏହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖଣିମନ୍ତ୍ରୀ  ବିଭୁତି ଜେନା ଏମଏମଡିଆର ସଂଶୋଧନ ବିଲ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି । ବିଜେପିର ଦୁଇ ନେତାଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡି। ସଂଶୋଧିତ ଖଣି ଆଇନକୁ ନେଇ ନବୀନ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛି ବୋଲି ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟକୁ ବିଜେଡି ସମାଲୋଚନା କରିବା ସହ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛି।  ଏହି ବିଲ୍‌ ଓଡ଼ିଶା ସମେତ ଦେଶର ସମସ୍ତ ଖଣିଜ ସମ୍ପଦ ଥିବା ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ବିଜେଡି କହିଛି । 

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ ସାହୁ କହିଛନ୍ତି ଯେ ଖଣି ଖାଦାନ ଉପରେ ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମ୍ୱିଧାନିକ ଅଧିକାର ରହିଛି। ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟମାନଙ୍କର ଅଧିକାର ରହିଛି, ତେଣୁ ରାଜ୍ୟମାନେ ଖଣିଜ ପଦାର୍ଥ ଉପରେ ଲେଭି ଓ ଟ୍ୟାକ୍ସ ଲଗାଇ ପାରିବେ ବୋଲି ମତ ଦେଇଥିଲେ । ଏହାସହ ୧ ଏପ୍ରିଲ ୨୦୦୫ରୁ ଖଣି ମାଲିକମାନଙ୍କଠାରୁ ବକେୟା ଟ୍ୟାକ୍ସ ଆଦାୟ କରିପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ  ରାୟ ଦେଇଥିଲେ। ସେହି ଅନୁସାରେ ଓଡ଼ିଶା  ଦେଢ଼ ଲକ୍ଷ କୋଟି ଟଙ୍କା ବକେୟା ରାଜସ୍ୱ ପାଇବ ବୋଲି ଆକଳନ ହୋଇଥିଲା। ଏହାଛଡ଼ା ପ୍ରତିବର୍ଷ ଖଣି ରାଜସ୍ୱ ଅଧିକ ୧୨,୦୦୦ କୋଟି ଟଙ୍କା ଆଦାୟ ହୋଇପାରିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏମଏମଡିଆର ସଂଶୋଧନ ବିଲ୍‌ ଜରିଆରେ ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିଦେଲେ। ଓଡ଼ିଶାରୁ ନିର୍ବାଚିତ ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ  ରାଜ୍ୟ ବିରୋଧୀ ବିଲକୁ ସମର୍ଥନ କଲେ। । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି  ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଏହି ବିଲ ଦ୍ୱାରା ଓଡିଶାର ପ୍ରଭୁତ କ୍ଷତି ହେବ ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ଏହା ବିଜେପି ପାଇଁ ହଜମ ହେଉନାହିଁ। କେବଳ ମିଥ୍ୟା ତଥ୍ୟ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ଖଣିମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭୁଅାଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । 

ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ଖଣିରୁ ଲେଭି ଓ ଟିକସ ଆଦାୟ ଓଡ଼ିଶା ସ୍ୱାର୍ଥ ଦୃଷ୍ଟିରୁ ନିତ୍ୟାନ୍ତ ଜରୁରୀ ଓ ବକେୟା ଖଣି ରାଜସ୍ୱ ନ ମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି କହିଥିଲେ । ମାତ୍ର ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟର କ୍ଷତିହେବ ନାହିଁ ବୋଲି କହୁଛନ୍ତି । ଯଦି ଏହି ମନ୍ତବ୍ୟ ଠିକ୍‌, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲଙ୍କ ଦେଇଥିବା ସତ୍ୟପାଠ ମିଥ୍ୟା ବୋଲି ବୁଝିବାକୁ ହେବ। ତେଣୁ ଉଚ୍ଚତମ ନ୍ୟାୟାଳୟରେ ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ ରଖିଥିବା ସତ୍ୟପାଠ ଠିକ୍‌ ନା ଧର୍ମେନ୍ଦ୍ର ପ୍ରଧାନ ଓ ଖଣିମନ୍ତ୍ରୀ ବିଭୂତି ଜେନା ଦେଇଥିବା ବିବୃତି ଠିକ୍‌, ବିଜେପି ତାହା ସ୍ପଷ୍ଟ କରିବା ଆବଶ୍ୟକ। ୨୪ ବର୍ଷ ଶାସନରେ ନବୀନ ସରକାର ୭୮,୦୦୦ କୋଟି ଟଙ୍କା ଋଣ ହୋଇଥିଲା ବେଳେ ବିଜେପିର ଦୁଇ ବର୍ଷ ଶାସନରେ ୧,୩୮,୦୦୦ କୋଟି ଟଙ୍କା ଋଣ ନେଇଛନ୍ତି। ତେଣୁ କିଏ କାହାକୁ ଭ୍ରମିତ କରୁଛି ତାହା ଏଥିରୁ ସ୍ପଷ୍ଟ।  ଆଗାମୀ ଦିନରେ ବିଜେଡି ଏହାର ଦୃଢ଼ ପ୍ରତିବାଦ କରିବ  ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର